ଭୁବନେଶ୍ବର: ଭରତପୁର ଆର୍ମି ମେଜର ଓ ବାନ୍ଧବୀ ନିର୍ଯାତନା ମାମଲା । ତଦନ୍ତ କମିଶନ ଶୁଣାଣି କରିଛନ୍ତି । ହେଲେ ଶୁଣାଣି ବେଳେ ତଥ୍ୟ ଦାଖଲ କରିପାରିଲାନି କ୍ରାଇମବ୍ରାଞ୍ଚ । ତେବେ 8 ପରିବର୍ତ୍ତେ 18କୁ ଘୁଞ୍ଚିଛି ପରବର୍ତ୍ତୀ ଶୁଣାଣି ।
ପରବର୍ତ୍ତୀ ଶୁଣାଣି କେବେ?
କମିଶନଙ୍କ ପାଖରେ କ୍ରାଇମବ୍ରାଞ୍ଚ ଦାଖଲ କରିପାରିଲାନି ତଥ୍ୟ । ପରବର୍ତ୍ତୀ ଶୁଣାଣି ତାରିଖ ଆସନ୍ତା 8 ତାରିଖ ପରିବର୍ତ୍ତେ 18କୁ ଘୁଞ୍ଚାଇ ଦିଆଯାଇଛି । କ୍ରାଇମବ୍ରାଞ୍ଚକୁ ଆସନ୍ତା 11 ତାରିଖ ସୁଧା ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ତଥ୍ୟରେ ବିଶେଷ କରି ଥାନା ଭିତରେ ହୋଇଥିବା ଘଟଣା କ୍ରମର ରେକର୍ଡ ହୋଇଥିବା ଭିଡିଓ ଫୁଟେଜର ସତ୍ୟାସତ୍ୟ ଦାଖଲ ପାଇଁ କୁହାଯାଇଛି । ଘଟଣାକ୍ରମର ଫୁଟେଜ ଅସଲି କି ନକଲି ତାହା ଷ୍ଟେଟ ଫରେନସିକ ଦ୍ବାରା ଯାଞ୍ଚ କରି ସତ୍ୟାସତ୍ୟ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି । ଏଥି ସହ ତଦନ୍ତରେ ବର୍ତ୍ତମାନ ଅପଡେଟ ତଥ୍ୟ ମଧ୍ୟ କମିଶନଙ୍କ ପାଖରେ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି।
'ପକ୍ଷ ଧାର୍ଯ୍ୟ କରିବେ କାହାକୁ କରିବେ ଜେରା'
![Bharatpur Assault Case](https://etvbharatimages.akamaized.net/etvbharat/prod-images/06-12-2024/od-bbs-01-bharatpur-hearing-avb-7203832_06122024205359_0612f_1733498639_528.jpg)
ଆସନ୍ତା 18ରେ ଶୁଣାଣି ବେଳେ ଉଭୟ ପକ୍ଷ କାହାକୁ ଜେରା କରିବେ ସେନେଇ କମିଶନଙ୍କୁ ଜଣାଇବେ। ସେହି ଆଧାରରେ ପରବର୍ତ୍ତୀ ସମନ କାହାକୁ କରିବେ କମିସନ ତାହାର ନିଷ୍ପତ୍ତି ହେବ । ସେହି ଆଧାରରେ ଉଭୟ ପକ୍ଷଙ୍କୁ ଆଫିଡେଭିଟ୍ ଦିଆଯାଇଛି । ସେମାନେ ଆଫିଡେଭିଟ ପଢିବା ପରେ ଜେରା ପାଇଁ ସେହି ଅନୁସାରେ ପ୍ରସ୍ତୁତ ହେବେ । ଗୋଟିଏ ପକ୍ଷରେ ପୋଲିସ ପକ୍ଷ ଓକିଲ ଥିବାବେଳେ ଅନ୍ୟ ପକ୍ଷରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଓକିଲ ମଧ୍ୟ ରହିବେ । ଉଭୟ ପକ୍ଷ ଉଭୟ ପକ୍ଷଙ୍କୁ ଜେରା ପାଇଁ ପ୍ରସ୍ତୁତ କରିବେ ଲିଷ୍ଟ । କେତେ ଜଣଙ୍କୁ ଜେରା କରିବେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।
ମୋଟ 525ଟି ଆଫିଡେଭିଟ କମିସନରଙ୍କ ନିକଟରେ ଦାଖଲ ହୋଇଥିଲା । ଯେଉଁଥିରେ 45ଟି ଆଫିଡେଭିଟକୁ କମିଶନ ତଦନ୍ତ ପାଇଁ ବିବେଚନା ପାଇଁ ନେଇଥିଲେ। ଯାହାକୁ ଆଧାର କରି ତଦନ୍ତ କମିଶନ ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ପକ୍ଷ ଓକିଲଙ୍କ କହିଛନ୍ତି, "ପ୍ରତିପକ୍ଷ ଦେଇଥିବା ଆଫିଡେଭିଟ ପଢ଼ିବା ପରେ ଆମେ ସେମାନଙ୍କୁ କାଉଣ୍ଟର ଆଫିଡେଭିଟ ମାଗିଥିଲୁ । ଅର୍ଥାତ୍ ଆମେ ଯେଉଁ ଆଧାରରେ ଆଫିଡେଭିଟ ଦେଇଥିଲୁ ତାର ଉତ୍ତର ପାଇଁ କାଉଣ୍ଟର ଆଫିଡେଭିଟ ଦେବା ପାଇଁ କହିଥିଲୁ ।"
ଏହା ବି ପଢନ୍ତୁ...ଆର୍ମି ମେଜର ନିର୍ଯାତନା ଘଟଣା: ଭରତପୁର ଥାନାରେ ତଦନ୍ତ କମିଶନଙ୍କ ସ୍ପଟ୍ ଭିଜିଟ
ପୂର୍ବରୁ ସ୍ପଟ୍ ଭିଜିଟ କରିଥିଲେ କମିଶନ:
![Bharatpur Assault Case](https://etvbharatimages.akamaized.net/etvbharat/prod-images/06-12-2024/23056277_c.jpeg)
ନଭେମ୍ବର 19 ତାରିଖରେ ନିଜେ ସ୍ପଟ ଭିଜିଟ କରିଥିଲେ ତଦନ୍ତ କମିଶନ । ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ ଥାନାରେ ଘଟିଥିବା ଘଟଣାକ୍ରମ ବିଷୟରେ ପଚାରି ବୁଝିଥିଲେ । ଏହି ଘଟଣାରେ ଉଭୟ ଅଭିଯୋଗ ଆଣିଥିବା ପକ୍ଷ ଓ ଅଭିଯୋଗ ରହିଥିବା ପକ୍ଷଙ୍କର ଉପସ୍ଥିତିରେ ସେମାନଙ୍କ ସହ ଘଟିଥିବା ଘଟଣାକ୍ରମ ଅନୁଭୂତିକୁ ସ୍ପଟରେ ଦେଖିଥିଲେ ତଦନ୍ତ କମିଶନ ।