ETV Bharat / state

ଗରିବ ପରିବାରକୁ ଦଇବ ଦୁଃଖ: କାମ କରୁନି କିଡନୀ, ସାହାଯ୍ୟ ଆଶାରେ ଭାଗ୍ୟଧର - Seeking Help For Kidney Treatment

author img

By ETV Bharat Odisha Team

Published : 2 hours ago

Seeking Help His Kidney Treatment: ରୋଜଗାର କରୁଥିବା ଲୋକଟି ଏବେ ଶଯ୍ୟାସାୟୀ । ୨ଟା କିଡନୀ ଖରାପ । ଚିକିତ୍ସା ପାଇଁ କାଣି କଉଡ଼ି ନାହିଁ । ସାହାଯ୍ୟ ମାଗୁଛନ୍ତି ଭାଗ୍ୟଧର । ଅଧିକ ପଢ଼ନ୍ତୁ

SEEKING HELP FOR KIDNEY TREATMENT
SEEKING HELP FOR KIDNEY TREATMENT (ETV Bharat Odisha)

କେନ୍ଦ୍ରାପଡ଼ା: ଦୁଃଖ କଷ୍ଟରେ ଗଡ଼ି ଚାଲିଥିଲା ସଂସାର ରଥ । କିଏ ଜାଣିଥିଲା ଏମିତି ଦାଉ ସାଧିବ ଦଇବ । ଭାଗ୍ୟର ବିଡ଼ମ୍ବନା ଆଗରେ ମିଳେଇ ଗଲା ସବୁ ହସଖୁସି । ଯାହା ଉପରେ ପରିବାର ଚଳାଇବାର ବୋଝ ଥିଲା । ଆଜି ସେ ନିଜେ ଅଚଳ ହୋଇଯାଇଛି । ଯେଉଁ ଲୋକଟି ରୋଜଗାର କରି ୫ ପ୍ରାଣୀଙ୍କୁ ଆହାର ଯୋଗାଉଥିଲା, ଆଜି ସେ ନିଜ ପାଇଁ ଔଷଧ କିଣିବାକୁ ଅକ୍ଷମ ହୋଇଯାଇଛି । ନିଜର ଚିକିତ୍ସା କରାଇବାକୁ ପାଖରେ ଆଉ କାଣି କଉଡ଼ିଟିଏ ନାହିଁ । ଯାହାଥିଲା ସବୁ ବିକି ଭାଙ୍ଗି ଔଷଧ ଖର୍ଚ୍ଚରେ ଗଲାଣି । ଏବେ କେମିତି ନିଜର ଚିକିତ୍ସା ହେବା ତାକୁ ନେଇ ଚିନ୍ତାରେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ନୋଳସାହି ଗାଁର ଭାଗ୍ୟଧର ସେଠୀ ।

ଭାଗ୍ୟଧରଙ୍କ ଜୀବନ ସହ ଦଇବର ଖେଳ:

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ନୋଳସାହି ଗାଁର ଭାଗ୍ୟଧର ସେଠୀ । ଭାଗ୍ୟଧରଙ୍କ ବୟସ ୫୦ ବର୍ଷରୁ ଊର୍ଦ୍ଧ୍ବ ହେବ । ମଜୁରିଆ ଭାବରେ ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳାଉଥିଲା । ହେଲେ ଗତ ଏକ ବର୍ଷ ଧରି କିଡନୀ ରୋଗରେ ଆକ୍ରାନ୍ତ ଭାଗ୍ୟଧର । ତାଙ୍କର ୨ଟି ଯାକ କିଡନୀ ଖରାପ ହୋଇଯାଇଛି । ନିଜର ବ୍ୟୟବହୁଳ ଚିକିତ୍ସା ପାଇଁ ଘରର ଜିନିଷ ପତ୍ର ବନ୍ଧା ପକେଇ ସାରିଲେଣି । ଏମିତି କି ଘରେ ପାଳିଥିବା ଗାଈଗୋରୁ ମଧ୍ୟ ବିକ୍ରି କରିସାରିଲେଣି । କିନ୍ତୁ ଦିନକୁ ଦିନ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି l ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଭାଗ୍ୟଧରଙ୍କ ପାଇଁ ଏବେ ଜୀବନ ବୋଝ ପାଲଟି ଯାଇଛି।

ଭାଗ୍ୟଧରଙ୍କ କିପରି ମେଣ୍ଟିଥାଏ ଗୁଜୁରାଣ ?

Seeking Help His Kidney Treatment
Seeking Help His Kidney Treatment (ETV Bharat Odisha)

ଅଞ୍ଚଳର ବିଭିନ୍ନ ସ୍ଥାନରେ ରାଜମିସ୍ତ୍ରୀଙ୍କ ସହ ଯାଇ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ଭାଗ୍ୟଧର । ଏବେ ତାଙ୍କର ଏହି ବ୍ୟାଧି ପରିବାର ପାଇଁ ବଡ଼ ବିପତ୍ତି ଡାକି ଆଣିଛି । ଗତ ବର୍ଷକ ମଧ୍ୟରେ ଚିକିତ୍ସା ବାବଦକୁ ଢେର ପଇସା ଖର୍ଚ୍ଚ ହେଲାଣି । ଘରର ଜିନିଷପତ୍ର ବନ୍ଧା ପକାଇ ଭୁବନେଶ୍ୱର ଯାଇ ଡାକ୍ତର ଦେଖେଇଲେ । ଏବେ ଘରେ ପାଳିଥିବା ଗାଈଗୋରୁ ବିକ୍ରି କରି ଔଷଧ ଖର୍ଚ୍ଚ ତୁଲାଉଛନ୍ତି । କିନ୍ତୁ ତାହା କେତେ ଦିନ ସେନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ । ଏହି ସାମାନ୍ୟ ଟଙ୍କା କେଇଟା ସରିଗଲେ ଔଷଧ ବି ବନ୍ଦ ହେଇଯିବ । ଡାକ୍ତର ସପ୍ତାହରେ ୨ଥର ଡାଏଲେସିସ ପାଇଁ ପରାମର୍ଶ ଦେଇଛନ୍ତି । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଗାଡି ଭଡା ବି ତାଙ୍କ ପାଖରେ ନାହିଁ । କେବଳ କିଡନୀ ରୋଗ ନୁହେଁ, ଡାକ୍ତରଙ୍କ କହିବା ମୁତାବକ ଭାଗ୍ୟଧରଙ୍କ ହୃଦଘାତ ଜନିତ ସମସ୍ୟା ମଧ୍ୟ ରହିଛି ।

ଭାଗ୍ୟଧରଙ୍କ ପରିବାର:

ଭାଗ୍ୟଧରଙ୍କ ପରିବାର କହିଲେ ଦୁଇ ଝିଅ ଗୋଟିଏ ପୁଅ । ପୁଅ ସ୍ଥାନୀୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ମଝିଆ ଝିଅ +2ରେ ପାଠ ପଢୁଛି । ଅର୍ଥାଭାବରୁ ବଡ଼ ଝିଅ ପାଠରେ ଡୋରି ବାନ୍ଧିଛି । ଭାଗ୍ୟଧରଙ୍କ ରୋଜଗାରେ ଘର ଚାଲୁଥିଲା, କିନ୍ତୁ ସେ ତ ଘରେ ପଡିଛନ୍ତି ଯେଉଁଥିପାଇଁ ପରିବାର ମୁହଁରେ ଦାନା ମୁଠେ ଦେବା ମଧ୍ୟ ମୁସ୍କିଲ ହୋଇପଡିଛି । ସମ୍ବଳ କହିଲେ ପ୍ରତି ମାସରେ ମିଳୁଥିବା ସରକାରୀ ରାସନ ଚାଉଳ ଗଣ୍ଡେ । ଭାଗ୍ୟଧରଙ୍କ ଅବସ୍ଥା ଦେଖି ପଡୋଶୀ ଓ ଗ୍ରାମବାସୀ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । କିନ୍ତୁ ଧୀରେ ଧୀରେ ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ହେଉଛି । ନିଜ ଚିକିତ୍ସା ପାଇଁ ଭାଗ୍ୟଧର ସହାୟତା ପାଇଁ ନିବେଦନ କରିଛନ୍ତି l

ଏହା ମଧ୍ୟ ପଢ଼ନ୍ତୁ...Family Seeks Help: ପୁଅର ଚିକିତ୍ସା ପାଇଁ ପାଖରେ କାଣି କଉଡିଟିଏ ନାହଁ, ପଣତ କାନି ପତାଇ ସାହାଯ୍ୟ ମାଗୁଛି ମା’ - Helpless Family Seeks Help

ଏହା ମଧ୍ୟ ପଢ଼ନ୍ତୁ...ବ୍ରେନ ଷ୍ଟ୍ରୋକରେ ଶିକାର ହୋଇ ମେଡ଼ିକାଲ ବେଡରେ ପଡ଼ିଛି ସ୍ବାମୀ, ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା - Helpless Family Seeks Help

ଏହା ମଧ୍ୟ ପଢ଼ନ୍ତୁ...ରୋଗଶଯ୍ୟାରେ ରବିନ୍ଦ୍ର; ବାପାକୁ ଭଲ କରିବା ପାଇଁ ମା' ସହ ମିଶି ଭିକ୍ଷା ମାଗୁଛି ଝିଅ - Helpless Family Seeks Help

ଏହା ମଧ୍ୟ ପଢ଼ନ୍ତୁ...ଦୁଇ ଭଉଣୀଙ୍କୁ ଏକା କରି ଚାଲିଗଲେ ବାପା-ମା’: ଓଳିଏ ଖାଇଲେ ଓଳିଏ ଉପାସ, କିଏ ବୁଝିବ ଦୁଃଖ ? - Minor Girls Need Help

ମୋର କିଡନୀ ୨ଟା ନଷ୍ଟ ହୋଇଯାଇଛି:

ଏନେଇ ଭାଗ୍ୟଧର ସେଠୀ କହିଛନ୍ତି, "ମୋର କିଡନୀ ୨ଟା ନଷ୍ଟ ହୋଇଯାଇଛି । ପରିବାର ୫ ଜଣ ଲୋକ । ମୁଁ ଯାହା ରୋଜଗାର କରେ ସେଥିରେ ପରିବାର ଚଳୁଥିଲା । ଏବେ କିଛି ରୋଜଗାର ନାହିଁ । କେବଳ ରାସନ କାର୍ଡରୁ ଚାଫଳ ଯାହା ମିଳୁଛି । ସପ୍ତାହକୁ ୨ଥର ଡାଏଲିସିସ ପାଇଁ ଡାକ୍ତର କହିଛନ୍ତି । ହେଲେ ଗାଡ଼ି ଭଡ଼ା ଦେବାକୁ ଟଙ୍କା ନାହିଁ ।"

ଭାଗ୍ୟଧରଙ୍କୁ ଏପରି କରିପାରିବେ ସାହାଯ୍ୟ:

ଭାଗ୍ୟଧରଙ୍କ ପରିବାର ପ୍ରତି ପ୍ରଶାସନ ଓ କିଛି ବଦାନ୍ୟ ବ୍ୟକ୍ତି ଦୃଷ୍ଟି ଦିଅନ୍ତି କି ସାହାଯ୍ୟର ହାତ ବଢ଼ାନ୍ତି ତେବେ ପିଲାଙ୍କ ପାଠ ପଢା ସହ ଭାଗ୍ୟଧରଙ୍କ ଚିକିତ୍ସା ଖର୍ଚ୍ଚ କିଛି ମାତ୍ରାରେ ମେଣ୍ଟି ପାରନ୍ତା । ଯଦି କୌଣସି ସହୃଦୟ ବ୍ୟକ୍ତି ଭାଗ୍ୟଧରଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଚାହାଁନ୍ତି ତେବେ ଦିଆଯାଇଥିବା ତଥ୍ୟରେ ସାହାଯ୍ୟ କରିପାରିବେ ।

ଭାଗ୍ୟଧରଙ୍କ ତଥ୍ୟ:

ମୋବାଇଲ ନମ୍ବର -9178231893 (ଫୋନ ପେ)
ଭାଗ୍ୟଧର ପତ୍ନୀଙ୍କ ଆକାଉଣ୍ଟ ନମ୍ବର
Name- SASMITA SETHY

A/C No- -35571866650
IFSC -SBIN0000112
State Bank of india, କେନ୍ଦ୍ରାପଡ଼ା ଶାଖା

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.