ETV Bharat / state

ପଦ୍ମ ପୁରସ୍କାର; ଦୁଇ ଓଡିଆଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ - ଗୋପୀନାଥ ସ୍ବାଇଁ

PadmaAwards2024: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ୮୫ ବର୍ଷୀୟ ଶବ୍ଦ ନୃତ୍ୟ କଳାକାର ଭାଗବତ ପ୍ରଧାନ ପଶ୍ଚିମ ଓଡିଶାର ବରଗଡ ଜିଲ୍ଲାର ବାସିନ୍ଦା । ୮୫ ବର୍ଷ ବୟସ ହୋଇଥିଲେ ମଧ୍ୟ ଆଜି ବି ସେ ଚଳଚଞ୍ଚଳ । ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଏହି ନୃତ୍ୟକଳାକୁ ସେ ଲୋକପ୍ରିୟ କରାଇବାବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଅଧିକ ପଢନ୍ତୁ

ପଦ୍ମ ପୁରସ୍କାର; ଦୁଇ ଓଡିଆଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

author img

By ETV Bharat Odisha Team

Published : Jan 25, 2024, 11:03 PM IST

ଭୁବନେଶ୍ବର: ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର 2024 । ଚଳିତ ବର୍ଷ ଦେଶର 34 ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବେ କେନ୍ଦ୍ର ସରକାର । ଏହି 34 ଜଣଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ମଧ୍ୟ ରହିଛନ୍ତି । ରାଜ୍ୟର ଯେଉଁ ଦୁଇ ଜଣ ଓଡିଆ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ବରଗଡର ଭାଗବତ ପ୍ରଧାନ। ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ। ଏତତ ବ୍ୟତୀତ ଗଞ୍ଜାମ ଜିଲ୍ଲାର ଗୋପୀନାଥ ସ୍ବାଇଁଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବେ କେନ୍ଦ୍ର ସରକାର । ଲୋକନାଟକ କୃଷ୍ଣ ଲୀଳାର ସଂଗୀତକାର ହେଉଛନ୍ତି ଗୋପୀନାଥ ସ୍ବାଇଁ। ଉଭୟଙ୍କ ନା ପଦ୍ମ ପୁରସ୍କାର ପାଇଁ ଘୋଷଣା ହେବା ପରେ ସାରା ରାଜ୍ୟରେ ଖୁସିର ମାହୋଲ ।

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ୮୫ ବର୍ଷୀୟ ଶବ୍ଦ ନୃତ୍ୟ କଳାକାର ଭାଗବତ ପ୍ରଧାନ ପଶ୍ଚିମ ଓଡିଶାର ବରଗଡ ଜିଲ୍ଲାର ବାସିନ୍ଦା । ୮୫ ବର୍ଷ ବୟସ ହୋଇଥିଲେ ମଧ୍ୟ ଆଜି ବି ସେ ଚଳଚଞ୍ଚଳ । ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଏହି ନୃତ୍ୟକଳାକୁ ସେ ଲୋକପ୍ରିୟ କରାଇବାବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଖାଲି ଏତିକି ନୁହେଁ ବିନା ସରକାରୀ ସହାୟତାରେ ନିଜସ୍ବ ଉଦ୍ୟମରେ ୬୦୦ରୁ ଉର୍ଦ୍ଧ୍ବ କଳାକାରଙ୍କୁ ନୃତ୍ୟ ତାଲିମ ଦେଇଛନ୍ତି। ଜୀବନ ଯାତ୍ରାରେ ଆର୍ଥିକ ସଂକଟ ଦେଇ ଗତି କରିଥିଲେ ମଧ୍ୟ କଳାର ପ୍ରଚାର ପ୍ରସାର ପାଇଁ କେବେ ପଛଘୁଞ୍ଚା ଦେଇନାହାଁନ୍ତି ।

ସେହିଭଳି ଲୋକନାଟକ କୃଷ୍ଣ ଲୀଳାର ସଂଗୀତକାର ଗଞ୍ଜାମ ଜିଲ୍ଲା ସେରଗଡ ବ୍ଲକ ଅଧୀନ ଗୋବିନ୍ଦପୁର ଗାଁର କଳାକାର ଶତାୟୁ ଗୋପୀନାଥ ସ୍ବାଇଁ (106) କଳା ପାଇଁ ନିଜ ଜୀବନକୁ ଉତ୍ସଗ କରିଛନ୍ତି । ପାରମ୍ପରିକ ଶୈଳୀରେ କୃଷ୍ଣ ଲୀଳାର ପୂରାତନ ଓ ଆଧୁନିକତାର ମଧ୍ୟରେ ସେତୁ ପ୍ରତିଷ୍ଠା କରିବାକୁ ଉଦ୍ୟମ କରିଛନ୍ତି। ଆଖଡା ପ୍ରତିଷ୍ଠା କରି ଶତାଧିକ ଶିଷ୍ୟଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ଗୋପୀନାଥ । ୫ ବର୍ଷ ବୟସରୁ ସେ କୃଷ୍ଣ ଲୀଳା ପ୍ରତି ଆକୃଷ୍ଟ ହୋଇଥିଲେ। ବିଳମ୍ବରେ ହେଉ ପଛେ କେନ୍ଦ୍ର ସରକାର ତାଙ୍କ କଳାକୁ ସମ୍ମାନ ଓ ସ୍ବୀକୃତି ଦେଇଥିବାରୁ ଏବେ ବେଶ ଖୁସି ଅଛନ୍ତି ଗୋପୀନାଥ ସ୍ବାଇଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.