ETV Bharat / state

ହାରିବ କ୍ୟାନ୍ସର ଜିତିବ ମଣିଷ; ମାନସିକ ଭାବରେ ଦୃଢ଼ ହେବା ଆବଶ୍ୟକ କହିଲେ ପୀଡ଼ିତା - ଭୁବନେଶ୍ବର ଖବର

World Cancer Day: ଚିକିତ୍ସା କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳର ବିକାଶ ଫଳରେ କ୍ୟାନ୍ସର ଆଉ ଦୂରାରୋଗ୍ୟ ହୋଇ ନାହିଁ । କ୍ୟାନ୍ସର ସହ ଲଢ଼ି ଏଥିରୁ ବି ଅନେକ ବଞ୍ଚିଛନ୍ତି ଆଉ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଇଛନ୍ତି । ଅଧିକ ପଢ଼ନ୍ତୁ

ବିଶ୍ବ କର୍କଟ ଦିବସ
ବିଶ୍ବ କର୍କଟ ଦିବସ
author img

By ETV Bharat Odisha Team

Published : Feb 4, 2024, 7:19 PM IST

ବିଶ୍ବ କର୍କଟ ଦିବସ

ଭୁବନେଶ୍ୱର: ଆଜିର ସମୟରେ ଦ୍ରୁତ ଗତିରେ ବଢୁଥିବା ରୋଗ ଭିତରେ କର୍କଟ (କ୍ୟାନ୍ସର) ଅନ୍ୟତମ । ଜୀବନକୁ ବଦଳାଇ ଦିଏ କ୍ୟାନ୍ସର, ମଣିଷର ସବୁ କିଛି ଉଜାଡ଼ି ଦେଇଥାଏ । ମଣିଷକୁ ଶାରିରୀକ ଓ ମାନସିକ ଭାବେ ଦୁର୍ବଳ କରିଦେଇଥାଏ । ପ୍ରତିବର୍ଷ କ୍ୟାନ୍ସର କାରଣରୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । କିନ୍ତୁ ବର୍ତ୍ତମାନ ଚିକିତ୍ସା କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳର ବିକାଶ ଫଳରେ କ୍ୟାନ୍ସର ରୋଗ ଆଉ ଦୂରାରୋଗ୍ୟ ହୋଇ ନାହିଁ । କ୍ୟାନ୍ସର ସହ ଲଢ଼ି ଏଥିରୁ ବି ଅନେକ ବଞ୍ଚିଛନ୍ତି ଆଉ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଇଛନ୍ତି ।

ତେବେ ଏକ ବର୍ଷ ପୂର୍ବେ ଆସାମର ଜଣେ ମହିଳା ସୋନାକ୍ଷୀ ଭାଗବତୀ କ୍ୟାନ୍ସର ଯାଞ୍ଚ ପରେ ସେ ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଆକ୍ରାନ୍ତ ପରେ ଅସହ୍ୟ ଯନ୍ତ୍ରଣା ସହିତ ପ୍ରତିଦିନ ଜୀବନ ହାରିବା ଭଳି କଷ୍ଟରେ ରହିଆସୁଥିଲେ । ହେଲେ ଯୋଗ, ମେଡ଼ିଟେସନ କରିବା ସହ ଓ ନିଜକୁ ନିଜେ ଦୃଢ଼ କରିବା ପରେ କ୍ୟାନ୍ସରକୁ ହରାଇପାରିଛନ୍ତି । ନିଜେ ମାନସିକ ଭାବରେ ମାନବଳକୁ ଦୃଢ଼ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସେପଟେ ଖୋର୍ଦ୍ଧାର ଜଣେ ବ୍ୟକ୍ତି ମୁଖ କ୍ୟାନ୍ସରରେ ପୀଡ଼ିତ ରହିଥିଲେ । ସଠିକ ସମୟରେ ଚିକିତ୍ସା ହେବା ଫଳରେ ଆଜି କ୍ୟାନ୍ସରକୁ ହରାଇ ଜୀବନଯାପନ କରୁଛନ୍ତି । ତେବେ ଅତ୍ୟାଧିକ ନିଶାଦ୍ରବ୍ୟ ସେବନ କରିବା ଫଳରେ ତାଙ୍କର ଏଭଳି ପରିସ୍ଥିତି ଉପୁଜିଥିଲା । କ୍ୟାନ୍ସର ଜାଣିବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଥିଲେ । କିନ୍ତୁ ଡାକ୍ତରଙ୍କ ପରାମର୍ଶ ନେବା ସହ ଚିକିତ୍ସା ଫଳରେ ଆଜି ବଞ୍ଚିପାରିଛନ୍ତି ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ବିଶ୍ୱ କର୍କଟ ଦିବସରେ ପତ୍ନୀଙ୍କ ପାଇଁ ଆୟୁଷ୍ମାନଙ୍କ ଖାସ୍ ନୋଟ୍, ସ୍ତନ କର୍କଟ ରୋଗରେ ପୀଡିତ ଥିଲେ

ସୂଚନା ଅନୁଯାୟୀ, କ୍ୟାନସରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ ଚିନ୍ତାଜନକ ତଥ୍ୟ ଆସିଛି । ଆଗାମୀ ଦିନରେ କ୍ୟାନ୍ସର ମାମଲା ବହୁମାତ୍ରାରେ ବୃଦ୍ଧି ପାଇବାକୁ ଯାଉଛି । ଆସନ୍ତା ୨୦୫୦ ସୁଦ୍ଧା କ୍ୟାନସର ରୋଗୀ ସଂଖ୍ୟା ବୃଦ୍ଧି ପାଇ ୩.୫ କୋଟିରେ ପହଞ୍ଚିପାରେ । ଏହି ସଂଖ୍ୟା ୨୦୨୨ ମସିହାର ମାମଲା ଠାରୁ ୭୭ ପ୍ରତିଶତ ଅଧିକ । ତମାଖୁ, ମଦ, ମୋଟାପା ଓ ବାୟୁ ପ୍ରଦୂଷଣ କାରଣରୁ ଏଭଳି ସ୍ଥିତି ଉପଜିବ ବୋଲି ହୁ'ର ଅନ୍ତର୍ଜାତୀୟ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର (ଆଇଏଆରସି) ପକ୍ଷରୁ ସୂଚନା ମିଳିଛି । ଏପଟେ ଡାକ୍ତର କହିଛନ୍ତି ଯେ, ବିଶେଷ ଭାବରେ ପୂର୍ବରୁ ବୟସ୍କ ଲୋକଙ୍କ ଦେହରେ କ୍ୟାନ୍ସର ଦେଖାଯାଉଥିଲା। ଏବେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପାଖରେ କ୍ୟାନ୍ସର ମଧ୍ୟ ପ୍ରଚୁର ବେଗରେ ବ୍ୟାପିବାରେ ଲାଗିଛି । ବିଶେଷ କରି ମୁଖ କ୍ୟାନ୍ସର, ସ୍ତନ କ୍ୟାନ୍ସର ଅଧିକ ଭାବରେ ଦେଖାଯାଉଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.