ETV Bharat / state

ନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ, ବରଗଡରେ ପୋଲିସର ଫ୍ଲାଗ ମାର୍ଚ୍ଚ - Odisha Assembly Election

Election Preparation in Bargarh: ସାଧାରଣ ନିର୍ବାଚନ ପାଇଁ ବାଜିଛି ବିଗୁଲ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବରଗଡ ଜିଲ୍ଲା ପ୍ରଶାସନ । ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଓ ଏସ୍‌ପି । ଅଧିକ ପଢ଼ନ୍ତୁ

Election Preparation in Bargarh
Election Preparation in Bargarh
author img

By ETV Bharat Odisha Team

Published : Mar 23, 2024, 9:08 AM IST

Updated : Mar 23, 2024, 12:00 PM IST

Election Preparation in Bargarh

ବରଗଡ: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବରଗଡ ଜିଲ୍ଲା ପ୍ରଶାସନ । ଏନେଇ ଗତକାଲି(ଶୁକ୍ରବାର) ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ଏସପି ପ୍ରହଲ୍ଲାଦ ମୀନା । ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ କିପରି ପ୍ରସ୍ତୁତି କରିଛି, ସେ ବିଷୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।

ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ବରଗଡ଼ ଲୋକସଭା ଏବଂ ପଦ୍ମପୁର,ବିଜେପୁର, ବରଗଡ଼ ଅତାବିରା ଏବଂ ଭଟଲି ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ କରାଯିବ । ପଞ୍ଚମ ପର୍ଯ୍ୟାୟ ପାଇଁ ଗେଜେଟ୍ ବିଜ୍ଞପ୍ତି 26 ଏପ୍ରିଲ ୨୦୨୪ରେ ପ୍ରକାଶ ପାଇବାକୁ ଥିବା ବେଳେ, ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୩ ମଇ ରଖାଯାଇଛି । ୬ ମଇ ସୁଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବା ବେଳେ ୨୦ ମଇ ଦିନ ମତଦାନ ଏବଂ ୪ ଜୁନ ଦିନ ଭୋଟ ଗଣତି ହେବ ।

ଜିଲ୍ଲାସ୍ତରରେ ରାଜନୈତିକ ଦଳମାନଙ୍କର ଖର୍ଚ୍ଚ ମନିଟରିଂ ପାଇଁ ବ୍ୟବସ୍ଥା, ଜିଲ୍ଲା ସ୍ତରୀୟ ମିଡିଆ ସାର୍ଟିଫିକେଟ୍ ଏବଂ ମନିଟରିଂ କମିଟି, ନିର୍ବାଚନ ପରିଚାଳନାରେ ବ୍ୟବହୃତ ନାଗରିକ / ପ୍ରାର୍ଥୀ କେନ୍ଦ୍ରିକ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଗୁଡ଼ିକ ଯଥା ସି-ଭିଜିଲ ଆପ, ସୁବିଧା ପୋର୍ଟାଲ, ପ୍ରାର୍ଥୀ ଆଫିଡେଭିଟ୍ ପୋର୍ଟାଲ୍, ଭୋଟର ସେବା ପୋର୍ଟାଲ, ଭୋଟର ହେଲ୍ପଲାଇନ ଏବଂ ସକ୍ଷମ ଆପର ବ୍ୟବସ୍ଥା ଆଦି ହୋଇ ସାରିଥିବା ବେଳେ ନିର୍ବାଚନ ଟୋଲ ଫ୍ରି ନ-୧୯୫୦ କିମ୍ବା ପୋଲିସ ହେଲ୍ପ ଲାଇନ ୧୧୨କୁ ଲୋକେ ଫୋନ କରି କିପରି ନିଜର ଅଭିଯୋଗ କରିପାରିବେ ସେନେଇ ଜନସାଧାରଣଙ୍କୁ ଅବଗତ ମଧ୍ୟ କରାଯାଉଛି l

ବରଗଡ଼ ଜିଲ୍ଲାରେ ମତଦାତା ସଂଖ୍ୟା ୧୧,୮୧,୮୯୩ ଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୫,୯୫,୪୯୪ ଏବଂ ମହିଳା ଭୋଟର ସଂଖ୍ୟା ୫,୮୬,୩୫୩ ରହିଛନ୍ତି । ସମୁଦାୟ ଭୋଟର ମାନଙ୍କ ମଧ୍ୟରୁ ୧୧,୧୯୬ ଜଣ ଶାରୀରିକ ଅକ୍ଷମ ବ୍ୟକ୍ତି ଥିବା ବେଳେ ନୂତନ ଭୋଟର ସଂଖ୍ୟା ୨,୩୦,୯୭୬ ରହିଛି । ସେହିପରି ୮୫ ବର୍ଷ ବୟସରୁ ଅଧିକ ୮୩୧୫ ଭୋଟର ଜିଲ୍ଲାରେ ଏହି ସାଧାରଣ ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି। ତେବେ ଜିଲ୍ଲାରେ ୫ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ନିୟୋଜିତ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ ୧୩୯୭ ଟି ବୁଥରେ ମତଦାନ ହେବ । ସମଗ୍ର ଜିଲ୍ଲାରେ ନିର୍ବାଚନୀ ପରିଚାଳନା କରିବା ଏବଂ ଆଦର୍ଶ ଆଚରଣ ବିଧିର ଅନୁପାଳନ କରିବା ସହ ଏକ ସ୍ୱଚ୍ଛ,ମୁକ୍ତ, ନିରପେକ୍ଷ,ଅଂଶଗ୍ରହଣକାରୀ ପ୍ରଭାବଶାଳୀ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ପ୍ରସ୍ତୁତ ପୁରୀ ପ୍ରଶାସନ, ୧୫୦୦ରୁ ଅଧିକ ଭୋଟର ହେଲେ ହେବ ଅତିରିକ୍ତ ବୁଥ ବ୍ୟବସ୍ଥା

ଅନ୍ୟପଟେ ଜିଲ୍ଲା ପୋଲିସ ବିଭାଗ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ମିନା ଏହି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି । ତତ୍‌ସହିତ କିଭଳି ଠିକ ସମୟରେ ଏବଂ ଠିକ ଉପାୟରେ ନିର୍ବାଚନ ପରିଚାଳନା କରିହେବ ସେଥିପ୍ରତି ପୋଲିସ ପ୍ରଶାସନ ସର୍ବଦା ଜାଗ୍ରତ ରହିବ ବୋଲି ଏସପି ଜଣାଇଛନ୍ତି l ତେବେ ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଅନେକ ସ୍ଥାନ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ସେହି ସ୍ଥାନମାନଙ୍କରେ ପୋଲିସ ବିଭାଗ ଏବଂ CRPF ଯବାନମାନଙ୍କର ମିଳିତ ଫ୍ଲାଗ ମାର୍ଚ୍ଚ କରାଯାଉଛି l

ଇଟିଭି ଭାରତ, ବରଗଡ

Last Updated : Mar 23, 2024, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.