ETV Bharat / state

ETV Bharat Exclusive: କୋର୍ଟରେ ଆତ୍ମସମର୍ପଣ କଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ଦିଲେଶ୍ବର ହତ୍ୟା ମାମଲାରେ ଜାରି ହୋଇଥିଲା NBW - Jayanarayan Mishra Surrender

author img

By ETV Bharat Odisha Team

Published : Sep 2, 2024, 10:05 PM IST

Updated : Sep 2, 2024, 10:11 PM IST

Jayanarayan Mishra Surrender At Bhubaneswar Court: ବହୁ ଚର୍ଚ୍ଚିତ ୨୦୧୮ ମସିହାରେ ବରଗଡ଼ ସୋହେଲା ଦିଲେଶ୍ବର ହତ୍ୟା ମାମଲା । ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କଲେ ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଅଧିକ ପଢ଼ନ୍ତୁ

Jayanarayan Mishra Surrendered
Jayanarayan Mishra Surrendered (ETV Bharat Odisha)

ଭୁବନେଶ୍ବର: ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣଙ୍କ ନାଁରେ ଜାରି କରାଯାଇଥିବା ଗିରଫ ବିହିନ ପରୱାନା ଆଧାରରେ ସେ ଆଜି କୋର୍ଟରେ ହାଜର ହୋଇଥିଲେ । ପରେ ଏନେଇ ନିଜର ପକ୍ଷ ରଖିବା ସହ ୫୦ ହଜାର ଟଙ୍କା, ଦୁଇ ଜଣ ଜାମିନଦାର ଓ କିଛି ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମିଳିଛି । ତେବେ ଦିଲେଶ୍ବର ହତ୍ୟାକାଣ୍ଡରେ ତାଙ୍କ ନାଁରେ ଚାର୍ଜ ଫ୍ରେମ ହୋଇଛି ଖୁବଶୀଘ୍ର ଏହି ଘଟଣାରେ ଶୁଣାଣି ଆରମ୍ଭ ହେବ ।

ଜାମିନ ପରେ କ'ଣ କହିଲେ ଜୟନାରାୟଣ :

କୋର୍ଟରେ ହାଜର ଜାମିନ ପାଇବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର । କୋର୍ଟରୁ ଯିବା ସମୟରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, "କିଛି କହିବାର ନାହିଁ, କେସ ତ ନାହିଁ ଆଉ କିଛି କହିବାର ନାହିଁ ।" ଏନେଇ ମାମଲା ସଂକ୍ରାନ୍ତରେ ଅଧିକ କିଛି କହିନାହାନ୍ତି କି ହତ୍ୟାକାଣ୍ଡ ସଂକ୍ରାନ୍ତରେ କୌଣସି ତଥ୍ୟ ରଖିନାହାନ୍ତି ।

ଜୟନାରାୟଣଙ୍କ ବିରୋଧରେ ଜାରି ହୋଇଥିଲା NBW:

ତେବେ ବରଗଡ ସୋହେଲାରେ ହୋଇଥିବା ଦିଲେଶ୍ବର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଛନ୍ତି ଜୟନାରାୟଣ ମିଶ୍ର । ଏହି ମାମଲାରେ ତାଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଗତ ଜୁଲାଇ ୩୦ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ପାଇଁ ତାରିଖ ରହିଥିଲା । କିନ୍ତୁ ସେହିଦିନ ସେ କୌଣସି କାରଣ ବଶତଃ ହାଜର ହୋଇନଥିଲେ । ଯେହେତୁ ସେ କୋର୍ଟରେ ହାଜର ହୋଇନଥିଲେ ତେଣୁ ତାଙ୍କ ବିରୋଧରେ ଗିରଫ ବିହିନ ପରଓ୍ବାନା (NBW) ଜାରି ହୋଇଥିଲା । ତାଙ୍କ ବିରୋଧରେ ଜାରି ହୋଇଥିବା NBW ଆଧାରରେ କୌଣସି ମୁହୂର୍ତ୍ତରେ‌ ତାଙ୍କୁ ପୋଲିସ ଗିରଫ କରିପାରିଥାନ୍ତା । ତେଣୁ ଗିରଫ ଏଡାଇବାକୁ ସେ ନିଜେ NBW ଆଧାରରେ ଆଜି ଆସି ଭୁବନେଶ୍ବର ଏଡିଜେ 3 ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ ପରେ ସେ କୌଣସି ସରକାରୀ କାମରେ ବ୍ୟସ୍ଥତା ଥିବା ଯୋଗୁଁ ହାଜିର ହୋଇନଥିବା ନେଇ କୋର୍ଟଙ୍କୁ କାରଣ ଦର୍ଶାଇଥିଲେ । ପରେ ଏନେଇ କାର୍ଯ୍ୟକ୍ରମ ସୂଚି ଓ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଉପସ୍ଥାପନା କରିଥିଲେ । ପରେ ତାଙ୍କୁ NBWର ଏକ୍‌ଜିକ୍ୟୁଟ ଆଧାରରେ ସର୍ତ୍ତମୂଳକ ଜାମିନ ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Mahanga Double Murder: ମାହାଙ୍ଗା ଡବଲ ମର୍ଡର ମାମଲା, ୯ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ - LIFE IMPRISONMENT BY COURT

ଦିଲେଶ୍ବର ହତ୍ୟା ଘଟଣାରେ ଚାର୍ଜଫ୍ରେମ:

ବହୁ ଚର୍ଚ୍ଚିତ ୨୦୧୮ ମସିହାରେ ବରଗଡ଼ ସୋହେଲା ଦିଲେଶ୍ବର ହତ୍ୟା ମାମଲାରେ ଅଭିଯୁକ୍ତ ଅଛନ୍ତି ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ ସହ ଅନ୍ୟ ୧୩ ଜଣ ଅଭିଯୁକ୍ତ ନାଁରେ ମଧ୍ୟ ଏହି ହତ୍ୟା ମାମଲାରେ ଅଭିଯୋଗ ରହିଛି । ତେଣୁ ଏହି ମାମଲା ଭୁବନେଶ୍ୱର ସ୍ବତନ୍ତ୍ର ଏମପି ଓ ଏମଏଲଏ କୋର୍ଟରେ ବିଚାର ପ୍ରକ୍ରିୟା ଚାଲୁଥିବାରୁ ଆଜି କୋର୍ଟରେ ଜୟନାରାୟଣ ମିଶ୍ର ହାଜର ହୋଇଥିଲେ । ପରେ ଏହି ମାମଲାର ପ୍ରଥମ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏନେଇ ତାଙ୍କ ନାଁରେ ଆଜି ଚାର୍ଜଫ୍ରେମ ହୋଇଛି । ଅର୍ଥାତ୍ ତାଙ୍କ ନାଁରେ ଥିବା ଦଫା ୩୦୨ ଓ ୩୦୭ ସମ୍ପର୍କରେ ଅବଗତ କରାଯାଇଥିଲା । ଯାହାକୁ ନେଇ ସେ ନିଜର ଦୋଷ ସ୍ବୀକାର କରୁଛନ୍ତି କିମ୍ବା ଏନେଇ କେସ ଲଢ଼ିବେ ବୋଲି କୋର୍ଟ ତରଫରୁ ପଚରା ଯାଇଥିଲା । ପରେ ସେ ଏନେଇ ଆଇନଗତ ଲଢେଇ କରିବେ ବୋଲି ମତପ୍ରକାଶ ପରେ ଖୁବଶୀଘ୍ର ଏହି ମାମଲାର ଆଇନଗତ ଶୁଣାଣି ଆରମ୍ଭ ହେବ । ପରେ ଧାର୍ଯ୍ୟ ହୋଇଥିବା ତାରିଖ ଆଧାରରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡିବ । ସେହିପରି ଅନ୍ୟ ଅଭିଯୁକ୍ତମାନେ ମଧ୍ୟ କୋର୍ଟରେ ହାଜର ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁର ବିଜେପିରେ ଫାଟ ! ଜୟନାରାୟଣ ଓ ଗିରିଶଙ୍କ ମଧ୍ୟରେ ଘନେଇଲା ବିବାଦ - Jayanarayan and girish dispute
କ'ଣ ରହିଥିଲା ହତ୍ୟା ଘଟଣା:

୨୦୧୮ ମସିହା ଫେବୃୟାରୀ ୨୨ରେ ହୋଇଥିଲା ଦିଲେଶ୍ବର ସାହୁ ହତ୍ୟାକାଣ୍ଡ ଘଟଣା । ବରଗଡ଼ ସୋହେଲାରେ ନିର୍ବାଚନ ସମୟରେ ବିଜେଡ଼ି ନେତା ସୁଶାନ୍ତ ସିଂଙ୍କ ଡ୍ରାଇଭର ଦିଲେଶ୍ବରକୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲାରେ ଜୟନାରାୟଣଙ୍କ ସହ ୧୩ ଜଣ ଅଭଯୁକ୍ତଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ‌ ହୋଇଥିଲା । ଜୟନାରାୟଣଙ୍କ ସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ଥାନାରେ ରିପୋର୍ଟ ଦେଇଥିଲେ ବିମଳ ଭୋଏ । ଯାହକୁ ନେଇ ପରେ ଜୟନାରାୟଣଙ୍କୁ ଗିରଫ କରାଯାଇଥିଲା । ପରେ ୫ ମାସ ଜେଲରେ ରହିବା ପରେ ସେ ଜାମିନରେ ଜେଲରୁ ମୁକୁଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସୋହେଲା ଦିଲେଶ୍ବର ହତ୍ୟାକାଣ୍ଡ: ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ଜୟନାରାୟଣ ମିଶ୍ର

ଜାମିନ ସର୍ତ୍ତକୁ ଉଲ୍ଲଙ୍ଘନର ଅଭିଯୋଗ ଆସିଥିଲା:

ଗତ ୨୩.୦୨.୨୦୨୩ରେ ଜୟନାରାୟଣଙ୍କୁ ପୂର୍ବରୁ ଦିଆଯାଇଥିବା ଜାମିନ ସର୍ତ୍ତକୁ ମାନୁନଥିବା ନେଇ ଜଣେ ପିଟିସନକାରୀ ସ୍ବତନ୍ତ୍ର କୋର୍ଟକୁ ଜଣାଇଥିଲେ । ଏପରିକି ଅନେକ ସର୍ତ୍ତ ଥିବା ବେଳେ ଯେଭଳି ସେ ଆଚରଣ କରୁଛନ୍ତି ଏହା ସର୍ତ୍ତକୁ ଉଲ୍ଲଙ୍ଘନ କରୁଛି ଏବଂ ଏହା ଦ୍ବାରା ସାକ୍ଷୀ ପ୍ରଭାବିତ ହେବାର ଆଶଙ୍କା କରି ଫ୍ରି-ଟ୍ରାଏଲ ପାଇଁ ତାଙ୍କ ଜାମିନ ଖାରଜ କରାଯାଉ ବୋଲି ମଧ୍ୟ ପିଟିସନରେ ଉଲ୍ଲେଖ କରାଇଥିଲେ । କୋର୍ଟ ହସ୍ତକ୍ଷେପ ପାଇଁ ଜଣେ ପିଟିସନର କୋର୍ଟକୁ ପୂର୍ବରୁ ଜଣାଇଥିଲେ । ପରେ ଏହି ଘଟଣାର ଚାର୍ଜସିଟ୍ ପରେ ଜୟନାରାୟଣ ମିଶ୍ର ନିର୍ବାଚନ ପୂର୍ବରୁ ମଧ୍ୟ ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 2, 2024, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.