ETV Bharat / state

ବିଜେଡିରେ ମିଶିଲେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଳା ବେହେରା - bjd joining program - BJD JOINING PROGRAM

BJD joining program: କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା । ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ଶଙ୍ଖ ଫୁଙ୍କିଛନ୍ତି । ଅଧିକ ପଢନ୍ତୁ

BJD joining program
BJD joining program (ETV BHARAT ODISHA)
author img

By ETV Bharat Odisha Team

Published : May 11, 2024, 12:37 PM IST

ଭୁବନେଶ୍ୱର: ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଏହା ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ତଥା କଂଗ୍ରେସ ନେତ୍ରୀ ରଞ୍ଜୁବାଳା ବେହେରା । ରଞ୍ଜୁବାଳାଙ୍କ ସହ ବହୁ ନିର୍ବାଚିତ ପ୍ରତିନିଧି ଓ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ବିଜେଡି ନେତା ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବଲାଙ୍ଗୀର ବିଶେଷକରି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଜେଡି ନେତା କହିଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷ ରଞ୍ଜୁବାଳା ବେହେରା କହିଛନ୍ତି, ''କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ରେକର୍ଡ ମାର୍ଜିନରେ ମୁଖ୍ୟମନ୍ତ୍ରୀ ଜୟଯୁକ୍ତ ହେବେ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଫଳରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିକାଶ ହେବ । ଆମକୁ ବହୁତ ଖୁସି ଓ ଗର୍ବ ଲାଗୁଛି ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଛନ୍ତି । ବହୁ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜୟୀ କରିବୁ ।''

ଏହା ମଧ୍ୟ ପଢନ୍ତୁ-ପାଟଣାରେ ବିଜେଡିର ମହାମିଶ୍ରଣ ପର୍ବ; ଶଙ୍ଖ ଫୁଙ୍କିଲେ ବିଭିନ୍ନ ଦଳର ହଜାରରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ - BJD Joining Program

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ମୁଁ ପ୍ରଭାବିତ ହୋଇଛି । ତାଙ୍କର ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ବିଜେଡିରେ ଯୋଗ ଦେଇଛୁ । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତୁଲାଇବି । ରଞ୍ଜୁବାଳା ବେହେରାଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର । ଦଳରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ ସେମାନେ କୃତଜ୍ଞତା ଜ୍ଞାପନ କରିଥିଲେ ।

କଂଗ୍ରେସ ଛାଡି ଭୋଳାନାଥ ବେହେରା, କସ୍ତୁରୀ ମାଝୀ, ଦ୍ରୋଣସେନ ବେହେରା, ଦ୍ରୌପଦୀ ବାରିକ, କୁନ୍ତି ସାହୁ, ଅହଲ୍ୟା ବେହେରା, ନୀଳକଣ୍ଠ ବାରିକ, ରୀତା ସାହୁ, ଉର୍ମିଳା ତାଣ୍ଡି, ଯୋଗେଶ୍ୱର ବେହେରା, ମୁରଲୀଧର କୁମ୍ଭାର, ହର ମେହେର, ବିନୋଦିନୀ ବାଗ, ସୁମିତ୍ରା ଜାଲ, ନନ୍ଦିନୀ ବାଗ, ସୁଦାମ ଭୋଇ, ଯୁବରାଜ ବେହେରା, ପ୍ରଦୀପ ଭୋଇ, ଘାସିରାମ ସାହୁ, ବଂଶୀ ବାଗ, କୁରୁକ୍ଷେତ୍ର ଭୋଇ, ମନ ତାଣ୍ଡି, ଦିବାକର ବାଗଙ୍କ ସହ ଶତାଧିକ ବିଜେଡ଼ିରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.