ବାଲେଶ୍ବର: ସମସ୍ତଙ୍କ ଜୀବନରେ ଅଭୁଲା ହୋଇ ରହିଯାଇଥିବା କ୍ଷଣ ହେଉଛି ସ୍କୁଲ ସମୟ । ସମୟ ସିନା ଗଡିଯାଏ ହେଲେ ସେ ସ୍ମୃତି ସେମିତି ସାଇତା ହୋଇ ରହିଯାଇଥାଏ । ସ୍କୁଲରେ ଘଣ୍ଟି ବାଜିବା ମାତ୍ରେ ସମସ୍ତଙ୍କ ଜୀବନର ସେ ସ୍କୁଲ ବେଳର କଥା ମନେ ପଡ଼ିଯାଏ । ସେଇମିତି ଖଟାମିଠା ଅଭୁଲା ଦିନର କଥାକୁ ଆଉଥରେ ମନେ ପକାଇଦେବା ଉଦ୍ଦେଶ୍ୟରେ ତିଆରି ହୋଇଛି ଓଡ଼ିଆ ଫିଲ୍ମ ‘ଦଶମ’। ତେବେ ବାଲେଶ୍ଵରର ପୁଅ ଦଶମ ଫିଲ୍ମରେ ଦେଖାଇଛନ୍ତି ତାଙ୍କ ଅଭିନୟର ଯାଦୁ । ତେବେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଜ୍ୟୋତିରଞ୍ଜନଙ୍କୁ ମିଳିଛି ସଫଳତା ।
ଚଳଚିତ୍ରରେ ଜ୍ୟୋତିରଞ୍ଜନ ରାଉତଙ୍କୁ ଇଂଲଣ୍ଡ ଭୂମିକାରେ ଦେଖିବାକୁ ମିଳିଛି । ବ୍ୟବସାୟୀ ତଥା ରାଜା ଆଡଭାଟାଇଜେମେଣ୍ଟର ମୁଖ୍ୟ ରାଜେନ୍ଦ୍ର ରାଉତ ଓ ଆଇନଜୀବୀ ଜୟନ୍ତୀ ରାଉତଙ୍କ ପୁଅ ଜ୍ୟୋତି ରଞ୍ଜନ ରାଉତ(ତନୁ) ଏହି ଚଳଚ୍ଚିତ୍ରରେ ବେଶ ନିଖୁଣ ଅଭିନୟ କରି ସମସ୍ତଙ୍କ ମନ କିଣି ପାରିଛନ୍ତି । ପୂର୍ବରୁ ଜ୍ୟୋତି ରଞ୍ଜନ ବିଭିନ୍ନ ମ୍ୟୁଜିକ ଆଲବମରେ ଅଭିନୟ କରିଛନ୍ତି । ମାତ୍ର ବଡ଼ ପରଦାରେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର । ବାଲେଶ୍ଵର ସହର ପାତ୍ରପଡାରେ ରହୁଥିବା ଜ୍ୟୋତି ମାତ୍ର ୧୦ ବର୍ଷ ବୟସରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ । ପିଲାଦିନେ ସେ ଦୁଇଟି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ଏଥିସହିତ ଦୁଇଟି ମେଗା ଧାରାବାହିକରେ ମଧ୍ୟ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ଥିଏଟରରେ ଓଡ଼ିଆ ଫିଲ୍ମ ଧମାକା, ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା 'ଦଶମ-ଏଇ ଆମ ପ୍ରେମ କାହାଣୀ'
ପ୍ରଥମେ ଜ୍ୟୋତି ହର ପଟ୍ଟନାୟକଙ୍କ ନିର୍ଦେଶିତ 'ଶ୍ରୀ ଜଗନ୍ନାଥ' ଧାରାବାହିକରେ ଅଭିନୟ କରିଥିଲେ ପରେ 'ରାଜନୀତି'ରେ ଅଭିନେତା କୁନା ତ୍ରିପାଠୀଙ୍କ ନାତି ଚରିତ୍ରରେ ସେ ନଜରକୁ ଆସିଥିଲେ । ଏହାପରେ ପୁଣିଥରେ ହର ପଟ୍ଟନାୟକଙ୍କ ନିର୍ଦେଶିତ 'ଓମ୍ ସାଇରାମ', ଅପରାଜିତା ମହାନ୍ତିଙ୍କ ଦ୍ବାରା ନିର୍ମିତ 'ଲଭ ମାଷ୍ଟର' ଚଳଚ୍ଚିତ୍ରରେ ବାବୁଶାନଙ୍କ ପିଲାଦିନ ଚରିତ୍ରରେ ଦେଖାଦେଇଥିଲେ । ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହାପରେ ଅପରାଜିତା ମହାନ୍ତିଙ୍କ ଦ୍ବାରା ନିର୍ମିତ 'ଲଭ ମାଷ୍ଟର' ଚଳଚ୍ଚିତ୍ରରେ ବାବୁଶାନଙ୍କ ପିଲାଦିନ ଚରିତ୍ରରେ ଜ୍ୟୋତି ଅଭିନୟ କରିଛନ୍ତି । ପରେ ଆଲବମ ଜଗତରେ ରାଜା ଡି ଏବଂ ଯୁବ ନିର୍ଦେଶକ ରାଜା ମହନ୍ତଙ୍କ ନିର୍ଦ୍ଦେଶନାରେ ଜ୍ୟୋତି ୧୫ରୁ ଅଧିକ ମ୍ୟୁଜିକ ଭିଡିଓ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ମାତ୍ର 21 ବର୍ଷ ବୟସରେ ଜ୍ୟୋତିରଞ୍ଜନ ଏହି ସଫଳତା ପାଇବା ପରେ ସେ ଆଗକୁ କ୍ୱାଲିଟି ଷ୍ଟୋରି ଉପରେ ଗୁରୁତ୍ୱ ଦେବାସହ ନିଜ କ୍ୟାରିଅର ଆହୁରି ନିଖୁଣ ଭାବେ ନିଭେଇବେ ବୋଲି କହିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର