ETV Bharat / state

ଅନଲାଇନ ଗେମ ହେଲା କାଳ, 5 ଲକ୍ଷ ହରାଇ ଜୀବନ ହାରିଲେ ଯୁବକ - Suicide Linked To Online Game

author img

By ETV Bharat Odisha Team

Published : Aug 17, 2024, 6:02 PM IST

Balasore Youth dies by suicide: ଅନଲାଇନ ଗେମ ଖେଳି ହରାଇଲେ ଲକ୍ଷ ଲକ୍ଷ ଟଙ୍କା । ଋଣ ବୋଝରେ ବାଲେଶ୍ବରେ ଯୁବକ ଆତ୍ମହତ୍ୟା କରିଥିବା ପରିବାର କହିଛି । ଅଧିକ ପଢନ୍ତୁ

Balasore Youth dies by suicide
Balasore Youth dies by suicide (ETV Bharat Odisha)

ବାଲେଶ୍ବର: ଅନଲାଇନ ଗେମ ନେଲା 27 ବର୍ଷୀୟ ଯୁବକଙ୍କ ଜୀବନ । ଲକ୍ଷାଧିକ ଟଙ୍କା ଅନଲାଇନ ଗେମରେ ହରାଇବା ପରେ ମାନସିକ ସନ୍ତୁଳନ ହରାଇ ଶେଷରେ ଯୁବକ ଜଣଙ୍କ ଜୀବନ ହାରିଥିବା ପରିବାର ପକ୍ଷରୁ ଜଣାପଡ଼ିଛି । ଏମିତି ଘଟଣା ବାଲେଶ୍ବର ଜିଲ୍ଲା ରେମୁଣା ଥାନା ସହାଜିପାଟଣା ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ଗୌତମ ନାୟକଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ଘରୁ ଉଦ୍ଧାର କରାଯାଇଥିବା ବେଳେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା ।

ଅନଲାଇନ ଗେମ ହେଲା କାଳ (ETV Bharat Odisha)

ଅନଲାଇନ ଗେମ ଖେଳି ହରାଇଥିଲେ 5ଲକ୍ଷ :-

ଯୁବକ ଜଣକ ରାତିରେ ଘରେ ପରିବାର ସହ ରହିଥିବା ବେଳେ ଆଜି ଭୋର ବେଳେ ଆତ୍ମହତ୍ୟା କରିଥିବା କଥା ପରିବାର ଲୋକେ ଜାଣିବାକୁ ପାଇଥିଲେ ବୋଲି ତାଙ୍କ ସମ୍ପର୍କୀୟ ଭାଇ ହିମାଂଶୁ ସାହୁ କହିଛନ୍ତି । ଯୁବକ ଜଣକ ଅନ୍ ଲାଇନ ଗେମ୍ ଖେଳି ପାଖାପାଖି ୫ ଲକ୍ଷ ଟଙ୍କା ହରାଇଥିବା ପରିବାର ପକ୍ଷରୁ କୁହାଯାଇଛି । ତେବେ ଟଙ୍କା ହରେଇଲା ପରେ ପରେ ଯୁବକଙ୍କ ମାନସିକ ଅବସ୍ଥା 6ମାସ ହେବ ଭଲ ନଥିଲା । ଲକଡାଉନ୍ ପର ଠାରୁ ବିଭିନ୍ନ ସମୟରେ ସେ ଘର ଛାଡ଼ି ବାହାରକୁ ପଳେଇ ଯାଉଥିବା ବେଳେ ତାଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଚେଷ୍ଟା କରିଥିଲେ ।

ଆଜି ସକାଳୁ ମୃତଦେହ ଉଦ୍ଧାର:-

ଆଜି ସକାଳୁ ସକାଳୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ପରିବାର ଲୋକେ ଦେଖିବାକୁ ପାଇଥିଲେ। ଘଟଣା ପରେ ପରିବାର ଲୋକେ ରେମୁଣା ପୋଲିସକୁ ଖବର ଦେଇଥିଲେ । ରେମୁଣା ପୋଲିସ ଉପସ୍ଥିତିରେ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର ପରେ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ସ୍ଥାନାନ୍ତର କରାଯାଇଥିଲା ।

'ଧାର ଉଧାର ଟଙ୍କା ହରାଇବା ପରେ ଚିନ୍ତାରେ ଥିଲା'

ଏହି ଘଟଣା ସମ୍ପର୍କରେ ମୃତ ଗୌତମ ନାୟକଙ୍କ ବଡ଼ ଭାଇ ମାନସ କୁମାର ନାୟକ କହିଛନ୍ତି, "ଲକଡାଉନ ପାଖରୁ ସେ କଣ ଖେଳାଖେଳି କରୁଥିଲା ଅନଲାଇନରୁ ଜୁଆ ଖେଳୁଥିଲା । ଆମେ ଜାଣିଲା ପରେ ତାକୁ ସେ ବହୁତ ଆଡେ ପଳେଇଥିଲା, ଥରେ କଷାଫଳ ଆଡେ ପଳେଇଥିଲା ତାକୁ ଯାଇକି ନେଇକି ଆସିଥିଲି । ତାର ପଇସା ପତ୍ର ଯାହା ହେଇଥିଲା ମୁଁ ତାକୁ ଧାର ଉଧାର କରିକି ସାଙ୍ଗସାଥୀଙ୍କ ପାଖରୁ ନେଇକି ତାକୁ ଦେଇକି ସୁଝିଥିଲି । ତାପରେ ବି ସେ ଯାହା ହରେଇଛି ତାହା ରିକଭରି କରିବା ପାଇଁ ସେହି ଚିନ୍ତାରେ ରହିଲା । ତାକୁ ଯେତେ ବୁଝେଇଲେ ବି ବୁଝିଲାନି । ମୁଁ କହିଲି ସେ ଜିନିଷ କରନା, କାହିଁକି ସେ ଧନ୍ଦାରେ ପଡ଼ିଚୁ, ଆମେ ପୁରୁଷ ଛୁଆ ଖଟିବା ଖାଇବା, ସେ ଜିନିଷରୁ କିଛି ମିଳିବନି, ତଥାପି ସେ ମାନିଲାନି।"

ଏହା ବି ପଢନ୍ତୁ- ଜୀବନ ନେଲା ଅନଲାଇନ ଗେମ ! ଟଙ୍କା ହରାଇ ଚରମ ନିଷ୍ପତ୍ତି ନେଲେ ଯୁବକ

ମୃତକଙ୍କ ଭାଇ ଆହୁରି କହିଛନ୍ତି, "ଏମିତି ଥରେ ଆପେ ଆପେ କାହାରିକୁ କିଛି ନ କହି ରାତିଏ ରାତିଏ ପଳେଇଗଲା, ବେଙ୍ଗାଲୁରୁ ପଳାଉଥିଲା ବୋଲି ଆମେ ଶୁଣିବାକୁ ପାଇଲୁ, ତାପରେ ତାକୁ ଫୋନ କରି ବୁଝାବୁଝି କରିକି ତାକୁ ରାତିରେ ଯାଇକି ଭୁବନେଶ୍ବରରୁ ନେଇକି ଆସିଲୁ । ଆସିଲା ପରେ ବି ସେ ଘର ପାଖରେ ଥିଲା, ଏମିତି ଜଣେ ଲୋକ ପାଖରେ ଯାଇକି ଷ୍ଟେସନ ଛକର ଗୋଟେ ଗୋଦାମ ଅଛି ସେଇଠି ସେ ଆସିକି କାମ କରେ । ଯାହା ସେଇଠି ପଇସା ପତ୍ର ପାଏ ସେଇଠି ଖେଳାଖେଳି କରେ, ତାର କଣ କରୁଥିବ ନାହିଁ ଆମେ ତ ଆଉ ଜାଣିନୁ । ତା ପରେ ପୁଣି ପଳେଇଥିଲା ବେଙ୍ଗାଲୁରୁ, ଆମେ ଖବର ପାଇବା ପରେ ଯାଇକି ବେଙ୍ଗାଲୁରୁରୁ ନେଇକି ଆସିଲୁ । ତାପରେ ତ ଆସିକି ଘର ପାଖରେ ଥିଲା କଣ ତାର ଖେଳାଖେଳି କରିଛି ଆମେ ତ ଆଉ କିଛି ଜାଣି ପାରୁନୁ। ମୁଁ ସେଇୟା ଭାବୁଛି ଯାହାକି ସିଏ ସେହି ଜୁଆ ଖେଳିକି ଅନଲାଇନରେ ଖେଳିକି ଏମିତି ହୋଇଛି । ପାଖାପାଖି ସାଢ଼େ 5ଲକ୍ଷ ଟଙ୍କା ହରାଇଛି ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.