ETV Bharat / state

ମୁହଁ ଦେଖି ପେଟର ଭୋକ ବୁଝୁଛନ୍ତି, ଅସହାୟଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ମନୋରଞ୍ଜନ - COUPLE SERVED DAILY MEALS

ରାନ୍ଧି ଦିଅନ୍ତି ସ୍ତ୍ରୀ, ଅସହାୟ ଲୋକଙ୍କୁ ଖାଦ୍ୟ ବାଢ଼ି ଦିଅନ୍ତି ସ୍ୱାମୀ । ନିଜସ୍ୱ ଖର୍ଚ୍ଚରେ ଅସହାୟ ଲୋକଙ୍କ ମୁହଁରେ ଦାନା ଦେଉଛନ୍ତି ବାଲେଶ୍ବରର ମନୋରଞ୍ଜନ ।

COUPLE SERVED DAILY MEALS
COUPLE SERVED DAILY MEALS (ETV BHARAT ODISHA)
author img

By ETV Bharat Odisha Team

Published : Dec 9, 2024, 5:35 PM IST

ବାଲେଶ୍ବର: କଥାରେ ଅଛି କଅଁଳ ଶିଶୁ ନକାନ୍ଦିବା ଯାଏଁ ମାଆ ତା ପେଟର ଭୋକକୁ ବୁଝିପାରେନା । କିନ୍ତୁ ବାଲେଶ୍ବରରେ ଏମିତି ଜଣ ବ୍ୟକ୍ତି ଅଛନ୍ତି ଯିଏକି ଦୂରରୁ ଅସହାୟ ଓ ଅକ୍ଷମଙ୍କୁ ଦେଖି ତାଙ୍କ ପେଟର ଭୋକକୁ ଭଲ ଭାବେ ପରଖି ନିଅନ୍ତି । 'ଦେବାର ମନୋବୃତ୍ତି ରହିଲେ ଅଭାବୀ ଯେ ସବୁକିଛି ଦାନ କରିପାରେ', ଏହି ଉକ୍ତିର ସେ ଜ୍ବଳନ୍ତ ଉଦାହରଣ । ନାମ ମନୋରଞ୍ଜନ ସ୍ୱାଇଁ, ପେଶାରେ ଜଣେ ଲୁଗା ବ୍ୟବସାୟୀ, କିନ୍ତୁ ନିଶା ତାଙ୍କର ପରର ଉପକାର କରିବା, ଅସହାୟଙ୍କ ଭୋକକୁ ବୁଝିବା । ସକାଳ ହେବା ମାତ୍ରେ କେମିତି ରାସ୍ତାରେ ବୁଲୁଥିବା ଅସହାୟ ଓ ଅକ୍ଷୟଙ୍କ ପେଟକୁ ସେ ଦାନା ମୁଠେ ଦେବେ ତାହା ସେ ଚିନ୍ତା କରନ୍ତି । ନିଜ ପେଟ ପୁରୁକି ନପୁରୁ କିନ୍ତୁ ଅନ୍ୟର ପେଟ ପୁରିଲେ ସେ ଖୁସି ହୁଅନ୍ତି । ଦୀର୍ଘ 10 ବର୍ଷ ହେଲା ନିଜ ଅର୍ଥରେ ରୋଷେଇ କରି ସହରରେ ବୁଲି ବୁଲି ଅସହାୟଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି ମନୋରଞ୍ଜନ ।

ସ୍ତ୍ରୀ ରାନ୍ଧି ଦିଅନ୍ତି, ସ୍ବାମୀ ବାଣ୍ଟି ଦିଅନ୍ତି:

COUPLE SERVED DAILY MEALS (ETV BHARAT ODISHA)

ବାଲେଶ୍ୱର ସହରର ଗୋଶାଳପଦା ଅଞ୍ଚଳର ମନୋରଞ୍ଜନ ସ୍ୱାଇଁ । ଲୋକନାଥ ମାର୍କେଟ କମ୍ପ୍ଲେକ୍ସରେ ତାଙ୍କର ଏକ ଛୋଟିଆ ଷ୍ଟେସନାରୀ ଦୋକାନ ଥିଲା । କୋଭିଡ ପରେ ସେ ଦୋକାନ ଆଉ ଏତେ ଭଲ ଚାଲି ନଥିଲା । ସେଇଠୁ ମନୋରଞ୍ଜନ ଲୁଗା ଦୋକାନ କରି ନିଜେ ବସିବା ସହ ତାଙ୍କର ପୁଅ ମଧ୍ୟ ଦୋକାନ କଥା ବୁଝାବୁଝି କରୁଛନ୍ତି । ଏହି ଦୋକାନରୁ ଯେଉଁ ଦୁଇ ପଇସା ରୋଜଗାର ହୁଏ ସେଇଥିରେ ପରିବାର ଚଳିବା ସହ ସହରର ବିଭିନ୍ନ ସ୍ଥାନରେ ଅସହାୟ ହୋଇ ପଡି ରହିଥିବା ଲୋକଙ୍କ ମୁହଁରେ ଦାନା ଯୋଗାଇ ଥାନ୍ତି ମନୋରଞ୍ଜନ । ସ୍ତ୍ରୀ ମାଣିକମାଳା ରୋଷେଇ କରିବା ପରେ ଦୁଇଟି ବଡ଼ ବଡ଼ ଟିଫିନରେ ଭାତ ତରକାରୀ ଭର୍ତ୍ତି କରିଦିଅନ୍ତି । ଏହାପରେ ମନୋରଞ୍ଜନ ବାହାରି ଯାଆନ୍ତି ଅନ୍ୟର ମୁହଁରେ ଦାନା ଦେବା ପାଇଁ । ଏଥିରେ ନିଜେ ଏବଂ ସ୍ତ୍ରୀ ବେଶ ଆତ୍ମସନ୍ତୋଷ ପାଉଥିବା କଥା କୁହନ୍ତି ମନୋରଞ୍ଜନ ।

ଏହା ମଧ୍ୟ ପଢନ୍ତୁ-ସଙ୍ଘର୍ଷମୟ ଜୀବନକୁ ମିଳିଲା ସଫଳତା; ଦିନେ ଥିଲେ ଅସହାୟ, ଆଜି 'ଫାଇଟର ଗାର୍ଲ' - Fighter Girl of Balangir

ଏହା ମଧ୍ୟ ପଢନ୍ତୁ-ଦାଉ ସାଧିଲା ଲଘୁଚାପ, ଅସହାୟ ଅବସ୍ଥାରେ ଦିବ୍ୟାଙ୍ଗ ନନ୍ଦ - Physically Challenged Man Need Help

10 ବର୍ଷ ହେଲା ଅସହାୟଙ୍କୁ ଯୋଗାଉଛନ୍ତି ଖାଦ୍ୟ:

ଏନେଇ ମନୋରଞ୍ଜନ କହିଛନ୍ତି, ''ବିଗତ 10 ବର୍ଷ ହେଲା ମୁଁ କରି ଆସୁଛି । ରାସ୍ତା କଡ଼ରେ ଯେଉଁ ଅସହାୟ, ଅକ୍ଷମ ସେମାନଙ୍କ ପରିସ୍ଥିତି ଦେଖି ସେମାନଙ୍କୁ ମୁଁ ଖାଦ୍ୟ ଯୋଗାଉଛି । ବିଶେଷ କରି ବାଲେଶ୍ୱର ସହର ସାରା ମୁଁ ଖାଦ୍ୟ ପହଞ୍ଚାଉଛି ପ୍ରତ୍ୟେକ ଅକ୍ଷମ ମାନଙ୍କ ପାଖରେ । ବିଶେଷ କରି ଯେଉଁ ଅକ୍ଷମମାନେ ରାସ୍ତା କଡ଼ରେ ଅସହାୟ ଅବସ୍ଥାରେ ପଡ଼ିଛନ୍ତି, ଅତି ବୃଦ୍ଧ, ହାତଗୋଡ଼ କାମ କରୁନାହିଁ । ପ୍ରତ୍ୟେକ ଦିନ 20ରୁ 25 ଜଣ ଲୋକଙ୍କୁ ଥରୁଟିଏ ଖାଇବା ଦେଇଥାଏ । ଏ ଖର୍ଚ୍ଚ ମୁଁ ମୋ ନିଜ ପାଣ୍ଠିରୁ କରେ, ଏମିତି ଯଦି କିଏ କେତେବେଳେ ସହାନୁଭୂତି ଦୃଷ୍ଟିରୁ କିଛି ଦେଲେ ଦେଲେ ନ ହେଲେ ନିଜସ୍ୱ ପାଣ୍ଠିରୁ ସବୁକିଛି କରୁଛି । ଏଥିପାଇଁ ମୋ ସ୍ତ୍ରୀ ମୋତେ ସହଯୋଗ କରୁଛି, ସେ ପ୍ରତିଦିନ ରୋଷେଇ କରନ୍ତି । ମୁଁ ତାଙ୍କୁ ପରିବା ପତ୍ର, ଚାଉଳ ଯୋଗାଇଦିଏ । ଆମର ଯାହା ରୋଜଗାର ହୁଏ, ପରିବାର ଖର୍ଚ୍ଚ କାଟିକି ମଧ୍ୟ ଆମେ ଏହି କାମ କରୁ । କୌଣସି ଦିନ ବନ୍ଦ ରୁହେନି ସେ ବାତ୍ୟା ହେଉ କିମ୍ବା ଷ୍ଟ୍ରାଇକ । ପ୍ରଥମେ ସେ କାମ ଦେଖେ ତାପରେ ମୋ ବ୍ୟବସାୟ ମୁଁ ଦେଖେ ।"

ମନୋରଞ୍ଜନଙ୍କ ସ୍ତ୍ରୀ ମାଣିକମାଳା ସ୍ୱାଇଁ କହିଛନ୍ତି , " ପ୍ରତ୍ୟେକ ଦିନ ରୋଷେଇ କରିବା ପରେ ଖାଇବା ଟିଫିନରେ ଭର୍ତ୍ତି କରିଦିଏ । ମୋ ସ୍ୱାମୀ ମାର୍କେଟକୁ ନେଇ ଅସହାୟ ଲୋକମାନଙ୍କୁ ବାଣ୍ଟି ଦିଅନ୍ତି। ଘର କାମ ସରିଗଲା ପରେ ତାଙ୍କ କାମ ଆରମ୍ଭ ହୁଏ । ''

ମନୋରଞ୍ଜନଙ୍କ କାମକୁ ପ୍ରଶଂସା:

ସେହିପରି ମନୋରଞ୍ଜନଙ୍କ ଏମିତି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଥିବା ବେଳେ ଆୟୁର୍ବେଦ ଡାକ୍ତର ପ୍ରଭାତ ରଞ୍ଜନ ପ୍ରଧାନ ନିଜର ପ୍ରତିକ୍ରିୟାରେ କହିଛନ୍ତି, "ମନୋରଞ୍ଜନ ବାବୁଙ୍କର ଦୋକାନଟିଏ ଅଛି, ମୋ କ୍ଲିନିକ ପାଖରେ ତାଙ୍କର ଦୋକାନ । ସିଏ ତାଙ୍କର ପାଖାପାଖି 8ରୁ 10 ବର୍ଷ ହେଲାଣି ଗରିବ ଶ୍ରେଣୀୟ ଲୋକ, ଯେଉଁମାନେ ଯିବା ଆସିବା କରି ପାରୁ ନାହାନ୍ତି, ରାସ୍ତା କଡ଼ରେ ରହୁଛନ୍ତି, ଯେଉଁମାନେ ଖାଦ୍ୟ ପାଆନ୍ତି ନାହିଁ, ତାଙ୍କ ପାଇଁ ସେ ଖାଦ୍ୟ ପ୍ରସ୍ତୁତ କରି ବାଣ୍ଟିଥାନ୍ତି । ତାଙ୍କର ପରିବାର ମଧ୍ୟ ତାଙ୍କୁ ଏସବୁ କାର୍ଯ୍ୟରେ ସହଯୋଗ କରନ୍ତି । ସିଏ ଏ ଯେଉଁ କାମ ଏତେଦିନ ଧରି କରି ଚାଲିଛନ୍ତି ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ । ଏତେ ଦିନ ଧରିକି ସେ ଏହାକୁ ବଜାୟ ରଖିଛନ୍ତି, ସମସ୍ତେ ଏହା କରି ପାରିବେନି, ଦିନେ ଦୁଇଦିନ ହୁଏତ କିଏ କରି ପାରିବ କିନ୍ତୁ 8, 10 ବର୍ଷ ଧରିକି ବଜାୟ ରଖିବା ସେଇଟା ଧନ୍ୟବାଦର ପାତ୍ର ।''

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.