ETV Bharat / state

ବ୍ରେନ ଷ୍ଟ୍ରୋକରେ ଶିକାର ହୋଇ ମେଡ଼ିକାଲ ବେଡରେ ପଡ଼ିଛି ସ୍ବାମୀ, ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା - Helpless Family Seeks Help

author img

By ETV Bharat Odisha Team

Published : Aug 11, 2024, 9:53 PM IST

Helpless Family Seeking Help For Treatment: ସ୍ବାମୀ ବ୍ରେନ ଷ୍ଟ୍ରୋକ ରୋଗରେ ପୀଡ଼ିତ । ଘରେ ଯାହା ଟଙ୍କା ଥିଲା ସବୁ ଚିକିତ୍ସାରେ ସରିଗଲାଣି । ଏବେ ଅର୍ଥର ଆଵଶ୍ୟକତା ପଡୁଥିବା ବେଳେ ପାଖରେ କାଣିକଉଡ଼ି ଟିଏ ନାହିଁ । ଏଭଳି ସ୍ଥଳରେ ନିଜ ସିନ୍ଦୁରକୁ ରକ୍ଷା କରିବା ପାଇଁ ସ୍ବାମୀ ପାଇଁ ସହାୟତା ମାଗୁଛି ସ୍ତ୍ରୀ । ଅଧିକ ପଢ଼ନ୍ତୁ

ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା
ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା (ETV Bharat Odisha)

ବାଲେଶ୍ବର: ହୃଦଘାତରେ ଆରପାରିକୁ ଚାଲିଗଲେ ଘରର ମୁଖିଆ । ରୋଜଗାରିଆ ପୁଅଟା ବି ବ୍ରେନ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ମେଡିକାଲ ବେଡ଼ରେ ଜୀବନ ସହ ସଂଗ୍ରାମ କରୁଛି । ପାନ ଦୋକାନ କରି ଦୁଇଓଳି ଖାଇବା ଯୋଗାଡ଼ କରୁଥିବା ପରିବାର ଏବେ ବେସାହାରା ହୋଇଯାଇଛି । ଏପଟେ ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି କାନ୍ଦି କାନ୍ଦି ସଂଜ୍ଞାହିନ ହୋଇ ପଡୁଛନ୍ତି ସ୍ତ୍ରୀ । ପାଖରେ ଅର୍ଥ ନଥିବାରୁ ପୁଅକୁ ଭଲ କରିବା ପାଇଁ ହାତ ଯୋଡି ପୁଅର ଜୀବନ ବଞ୍ଚାଇବା ଗୁହାରି କରୁଛନ୍ତି ମାଆ । ଏମିତି ଏକ ପରିବାର ହେଉଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବସନ୍ତପୁର ଗ୍ରାମର ବିଷ୍ଣୁପଦ ପରିଡାଙ୍କ ପରିବାର ।

ବୋଝ ଉପରେ ଲଳିତା ବିଡ଼ା:

ବିଷ୍ଣୁପଦ ପରିଡା ଅମର୍ଦା ରୋଡ ବଜାରରେ ଏକ ଛୋଟ ପାନ ଦୋକାନ କରି ଯାହା ରୋଜଗାର କରନ୍ତି ସେଥିରେ ହସଖୁସିରେ ପରିବାର ଚଳାନ୍ତି । ହେଲେ ହଠାତ ହସଖୁସିର ପରିବାର ଉପରେ ଘୋଟି ଆସିଲା ଦୁଃଖର କଳା ବାଦଲ । ପ୍ରଥମେ ବିଷ୍ଣୁପଦଙ୍କ ବାପା ସୁବୋଧ ପରିଡା ହୃଦରୋଗରେ ଶିକାର ହେଲେ । ଯାହା କିଛି ସଞ୍ଚୟ ଥିଲା ଓ ଜମିବାଡି ବିକ୍ରି କରି ତାଙ୍କ ଚିକିତ୍ସାରେ ସାରିଦେଲେ ସିନା ହେଲେ ବାପାଙ୍କୁ ବଞ୍ଚାଇ ପାରିଲେନି ବିଷ୍ଣୁପଦ । ୨ ମାସ ତଳେ ହୃଦଘାତରେ ଆରପାରିକୁ ଚାଲିଗଲେ ବିଷ୍ଣୁପଦଙ୍କ ବାପା । ପରିବାରର ସାହାରା ସାଜିଥିବା ବିଷ୍ଣୁପଦ କିଛି ଦିନ ତଳେ ପାନ ଦୋକାନରେ ବସିଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ବସ୍ତା ହସ୍ପିଟାଲ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ବିଷ୍ଣୁପଦ ଏକାସହ ହୃଦଘାତ ଏବଂ ବ୍ରେନ ଷ୍ଟ୍ରୋକରେ ପୀଡିତ ଥିବା କହିଥିଲେ । ଯାହାର ଚିକିତ୍ସା ପାଇଁ 15 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ । ବାପାଙ୍କ ଚିକିତ୍ସାରେ ସମସ୍ତ ଅର୍ଥ ସରିଯିବା ପରେ ତାଙ୍କ ଚିକିତ୍ସା ପାଇଁ ପରିବାର ପାଖରେ କାଣି କଉଡିଟିଏ ବି ନାହିଁ ।

ରୋଗଶଯ୍ୟାରେ ବିଷ୍ଣୁପଦ
ରୋଗଶଯ୍ୟାରେ ବିଷ୍ଣୁପଦ (ETV Bharat Odisha)

ପରିବାର ମାଗୁଛି ସହାୟତା:

ବିଷ୍ଣୁପଦ ଜଣେ ଗରିବ ପରିବାରର ହୋଇଥିବା ବେଳେ ଜମିବାଡି କହିଲେ ସ୍ୱଳ୍ପ କିଛି ଚାଷଜମୀ ଏବଂ ଏକ ଭଙ୍ଗା ଟାଇଲ ଘର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ମିଳିଥବା କାର୍ଡରେ ମଧ୍ୟ ବାପାଙ୍କ ଚିକିତ୍ସାରେ ସମସ୍ତ ଅର୍ଥ ସରି ଯାଇଛି । ଏପରି ଦୁର୍ଦ୍ଦିନ ସମୟରେ ପୁଅର ଜୀବନ ବଞ୍ଚାଇବା ପାଇଁ ମାଆ ଆକୁଳ ନିବେଦନ କରୁଛି । ପୁଅକୁ ମେଡ଼ିକାଲ ବେଡରେ ପଡ଼ିଥିବାର ଦେଖି ଆଖିର ଲୁହକୁ ଅଟକାଇ ପାରୁନି ମାଆ । କାନ୍ଦି କାନ୍ଦି ପୁଅକୁ ଭଲ କରିବା ପାଇଁ ସହାୟତା ମାଗୁଛି ବୁଢ଼ୀ ମାଆ । ପୁଅକୁ ନୂଆ ଜୀବନ ଦେବାପାଇଁ ଗୁହାରି କରୁଛନ୍ତି ବୃଦ୍ଧ ମାଆ ସୁମତି । ଏପଟେ ସ୍ୱାମୀଙ୍କର ଏପରି ଅବସ୍ଥା ଦେଖି କାନ୍ଦି କାନ୍ଦି ସଜ୍ଞାହିନ ହୋଇ ପଡୁଛନ୍ତି ସ୍ତ୍ରୀ ଗୌରିବାଳା ପରିଡା । ଏହାସହିତ ପାଖ ପଡ଼ୋଶୀ ମଧ୍ୟ ବିଷ୍ଣୁପଦଙ୍କୁ ସହାୟତା ଯୋଗାଇଦେବାପାଇଁ ନିନେଦନ କରିଛନ୍ତି ।

ବିଷ୍ଣୁପଦଙ୍କୁ ସହାୟତା ପାଇଁ ନିବେଦନ:

ପଡ଼ୋଶୀ ଗଗନ ପରିଡା ନିବେଦନ ରୂପକ କହିଛନ୍ତି, "ବିଷ୍ଣୁପଦଙ୍କ ଦେହ ଖରାପ ହେବାପରେ ଆମେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲୁ । ସେଠାରେ ଡାକ୍ତର ପରୀକ୍ଷା କରି ଦେଖିଲେ ଯେ, ବ୍ରେନରେ ରକ୍ତ ଜମାଟ ବାନ୍ଧି ଯାଇଛି । ଉନ୍ନତ ଚିକିତ୍ସା ପାଇଁ ଆମେ ତାଙ୍କୁ ଭୁବନେଶ୍ୱର ନେଇଯାଇଥିଲୁ । ସେଠାରେ ଡାକ୍ତର ପରୀକ୍ଷା କରି କହିଲେ ଯେ, ତାଙ୍କୁ ହାର୍ଟଆଟାକ ସହ ବ୍ରେନ ଷ୍ଟ୍ରୋକ ମଧ୍ୟ ହୋଇଛି । ଚିକିତ୍ସା ପାଇଁ ସମୟ ସହିତ ବହୁତ ଟଙ୍କା ଖର୍ଚ୍ଚ ହେବ । ଡାକ୍ତର କହୁଛନ୍ତି 10ରୁ 15 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଅପରେସନ କରିବାକୁ ପଡିବ ପରିସ୍ଥିତି ଭଲ ନାହିଁ । ଛୋଟ ପାନ ଦୋକାନ କରି ଚଳୁଥିବା ବେଳେ ତାଙ୍କର ଦେହ ଖରାପ ଯୋଗୁଁ ଦୋକାନ ବନ୍ଦ ହୋଇ ପଡିଛି । ଚଳିବା ପାଇଁ ତାଙ୍କର କୌଣସି ସ୍ଥିତି ନାହିଁ, ତାଙ୍କ ବାପା ୨ ମାସ ତଳେ ମୃତ୍ୟୁବରଣ କରିଥିବା ବେଳେ ପରିବାର ଏବେ ଅସୁବିଧାରେ ଅଛି । ଆମେ ଗୁହାରି କରୁଛୁ ଯେ, ଯଦି ସରକାର କିଛି ସହାୟତା କରନ୍ତେ ତେବେ ପିଲାଟା ଭଲ ହୋଇ ଘରକୁ ଆସନ୍ତା ।"

ସରକାର ସାହାଯ୍ୟ କରନ୍ତୁ ସରକାର:

ସେହିପରି ବିଷ୍ଣୁପଦଙ୍କ ଭାଇବୋହୁ ସଂଗୀତା ପରିଡ଼ା ଆଖି ଛଳଛଳ କରି ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ସଂଗୀତା କହିଛନ୍ତି, "ଡାକ୍ତର କହୁଛନ୍ତି ଭଲ ଅବସ୍ଥା ନାହିଁ, ତାଙ୍କୁ ଭଂଟିଲେଟରରେ ରଖାଯାଇଛି । 10 ଲକ୍ଷ ଉପରେ ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି । କେମିତି ଭଲ ହେବେ, ସରକାର ସାହାଯ୍ୟ କରନ୍ତୁ । ବାପାଙ୍କ ଚିକିତ୍ସା ପାଇଁ ସବୁ ଅର୍ଥ ସରି ଯାଇଥିବା ବେଳେ ତାଙ୍କର 6 ଥର ହାର୍ଟ ଅପରେସନ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ଡାକ୍ତର କହୁଛନ୍ତି ଅପରେସନ କରିବେ । ପଇସା ପତ୍ର ତ ନାହିଁ, ସରକାର ସାହାଯ୍ୟ କରିକି ତାଙ୍କୁ ଭଲ କରିକି ଆଣନ୍ତୁ ।"

ଆପଣ ବି ଚାହିଁଲେ ସାହଯ୍ୟ କରିପାରିବେ:

ଯଦି ସରକାର ବିଷ୍ଣୁପଦଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦିଅନ୍ତେ ତାହାହେଲେ ସେ ସୁସ୍ଥ ହୋଇ ଘରକୁ ଫେରି ପାରନ୍ତେ । ଏହାସହ
କୌଣସି ବେସରକାରୀ ଅନୁଷ୍ଠାନ, ସାମାଜିକ ସଂଗଠନ କିମ୍ବା ସହୃଦୟ ବ୍ୟକ୍ତି ବିଶେଷ ବିଷ୍ଣୁପଦଙ୍କୁ ସହାୟତାର ହାତ ବଢାଇବାକୁ ଚାହୁଁଥାନ୍ତି ତେବେ
Account Details-

State bank of India
Amarda Road-Branch

Bisnupada Parida

Account number-34259441290

IFSC Code-SBIN0006420

Phone pay-7077662476 ରେ ସହାୟତା ପଠାଇ ପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...ରୋଗଶଯ୍ୟାରେ ରବିନ୍ଦ୍ର; ବାପାକୁ ଭଲ କରିବା ପାଇଁ ମା' ସହ ମିଶି ଭିକ୍ଷା ମାଗୁଛି ଝିଅ - Helpless Family Seeks Help

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.