ETV Bharat / state

ରୋଗଶଯ୍ୟାରେ ରବିନ୍ଦ୍ର; ବାପାକୁ ଭଲ କରିବା ପାଇଁ ମା' ସହ ମିଶି ଭିକ୍ଷା ମାଗୁଛି ଝିଅ - Helpless Family Seeks Help

author img

By ETV Bharat Odisha Team

Published : Jul 23, 2024, 7:03 PM IST

Helpless Family Begging For Treatment: ରୋଗଶଯ୍ୟାରେ ପଡ଼ିଛି ବାପା । ଘରେ ଯାହା ଟଙ୍କା ଥିଲା ସବୁ ଚିକିତ୍ସାରେ ସରିଗଲାଣି । ଏବେ ଅର୍ଥର ଆଵଶ୍ୟକତା ପଡୁଥିବା ବେଳେ ପାଖରେ କାଣିକଉଡ଼ି ଟିଏ ନାହିଁ । ଏଭଳି ସ୍ଥଳରେ ନିଜ ବାପାଙ୍କ ଜୀବନ ରକ୍ଷା କରିବା ପାଇଁ ମା' ସହ ମିଶି ଭିକ୍ଷା ମାଗୁଛି ଝିଅ । ଅଧିକ ପଢ଼ନ୍ତୁ

Helpless Family Begging For Treatment
Helpless Family Begging For Treatment (ETV Bharat Odisha)

ବାଲେଶ୍ବର: ହସଖୁସିରେ ଗଡ଼ି ଚାଲିଥିଲା ସଂସାର ରଥ । କିଏ ଜାଣିଥିଲା ଏମିତି ଦାଉ ସାଧିବ ଦଇବ । ଭାଗ୍ୟର ବିଡ଼ମ୍ବନା ଆଗରେ ସବୁ ହସଖୁସି ଆଜି ମିଳେଇ ଯାଇଛି । ଯାହାପାଇଁ ପରିବାରରେ ଖୁସିର ଲହରୀ ଖେଳୁଥିଲା ସେ ଆଜି ଶଯ୍ୟାଶାୟୀ । ଏମିତି କି ରୋଗ ହେଲା ଯେ ଭଲ କରିବାକୁ ପରିବାର ସର୍ବଶ୍ବାନ୍ତ ହୋଇ ସାରିଲେଣି । ପରିବାରର ମୁଖିଆକୁ ଭଲ କରିବା ପାଇଁ ଯାହାକିଛି ଥିଲା ସବୁ ବିକି ଭାଙ୍ଗି ଔଷଧ ଖର୍ଚ୍ଚରେ ଗଲାଣି । ଚିକିତ୍ସା କରାଇବାକୁ ପାଖରେ ଆଉ କାଣି କଉଡ଼ିଟିଏ ନାହିଁ । ଶେଷରେ କୌଣସି ଉପାୟ ନପାଇ ହାତରେ ଭିକ୍ଷାଥାଳ ଧରି ମାଆ ଓ ଝିଅ ଗାଁରେ ଭିକ୍ଷାବୃତ୍ତି କରୁଛନ୍ତି । ଏମିତି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଆମ୍ବକୁଡୁଚି ଗାଁରେ ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଆମ୍ବକୁଡୁଚି ଗାଁର ରବୀନ୍ଦ୍ର ଜେନା । ପରିବାର କହିଲେ ସ୍ତ୍ରୀ ଏବଂ ଗୋଟିଏ ଝିଅ ଓ ପୁଅ ଏବଂ ବୃଦ୍ଧା ମା' । ନିଜର ଜମିବାଡି କିଛି ନଥିବାରୁ ପରିବାର ପ୍ରତିପୋଷଣ ପାଇଁ ଚେନ୍ନାଇ ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ରବୀନ୍ଦ୍ର । ଯାହା କିଛି ରୋଜଗାର କରୁଥିଲେ ସେଥିରେ 5 ପ୍ରାଣୀ କଷ୍ଟେମଷ୍ଟେ ଚଳି ଯାଉଥିଲେ । ହେଲେ ହଠାତ ହସଖୁସିର ପରିବାର ଉପରକୁ ଘୋଟି ଆସିଥିଲା କଳା ବାଦଲ । ଗତବର୍ଷ ରବିନ୍ଦ୍ରଙ୍କ ହଠାତ ଦେହ ଖରାପ ହେବାରୁ ସାଙ୍ଗସାଥୀମାନେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ରବିନ୍ଦ୍ରଙ୍କୁ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ମଧ୍ୟ ରବିନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ଘରକୁ ପଳାଇ ଆସିଥିଲେ । ଏପଟେ ଘରେ ଯାହା କିଛି ସମ୍ବଳ ଥିଲା ବିକ୍ରି କରି ପରିବାର ଲୋକେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ।

ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ଦଉଡ଼ି ଦଉଡ଼ି ପାଖରେ ଆଉ ଟଙ୍କାଟିଏ ନାହିଁ । ଏପଟେ ଟଙ୍କା ନଥିବାକୁ ସେପଟେ ରୋଗ ଭଲ ହେବା ପରିବର୍ତ୍ତେ ଆହୁରି ରୋଗ ଯନ୍ତ୍ରଣା ବୃଦ୍ଧି ପାଇବାରେ ଲାଗିଛି । ଦେହରେ ଚାଲିବାକୁ ବଳ ନଥିବାରୁ ଦିନରାତି ବିଛଣାରେ ପଡି ରହିଛନ୍ତି ରବୀନ୍ଦ୍ର । ଗୋଡ ହାତ ପତଳା ହୋଇଯିବା ସହ ଛାତିର ପଞ୍ଜରା ହାଡ ସବୁ ଗଣି ହୋଇ ଯାଉଛି । ଚିକିତ୍ସା କରିବା ତ ଦୂରର କଥା ଅର୍ଥାଭାବ ଯୋଗୁଁ ଔଷଧ ମଧ୍ୟ କିଣି ପାରୁ ନାହାନ୍ତି । ସ୍ବାମୀଙ୍କ ଚିକିତ୍ସା ପାଇଁ ସବୁଆଡୁ ନିରାଶ ହୋଇ ଶେଷରେ 2 ଛୋଟ ପିଲାଙ୍କୁ ଧରି ସ୍ତ୍ରୀ ଅଞ୍ଜଳି ଏ ଘର ସେ ଘର ବୁଲି ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି ।

ରବିନ୍ଦ୍ର ଜଣେ ଅତ୍ୟନ୍ତ ଗରୀବ ପରିବାରର ହୋଇଥିବା ବେଳେ କେବଳ ଘର ଖଣ୍ତିଏ ବ୍ୟତୀତ ତାଙ୍କ ପାଖରେ ଆଉ କିଛି ବି ସମ୍ବଳ ନାହିଁ । ରୋଗାଗ୍ରସ୍ତ ହୋଇ ଘରକୁ ପଳାଇ ଆସିବା ପରେ ଏବେ ରୋଜଗାର ନଥିବାରୁ ଦିନକୁ ଦି ଓଳି ଖାଇବା ପାଇଁ ପରିବାର ଲୋକଙ୍କୁ ସଘଂର୍ଷ କରିବାକୁ ପଡୁଛି । ଯାହା କିଛି ସମ୍ବଳ ଥିଲା ରବିନ୍ଦ୍ରଙ୍କ ଚିକିତ୍ସାରେ ସବୁ ଶେଷ ହୋଇଗଲାଣି । ଝିଅ ସୋହାନୀ କେତେବେଳେ ବାପାଙ୍କ ମୁଣ୍ତ ପାଖରେ ବସି ମୁଣ୍ତକୁ ଆଉଁସି ଦେଉଛି ତ କେତେବେଳେ ମା'ଙ୍କ ସାଙ୍ଗରେ ଭିକ୍ଷାବୃତ୍ତି ପାଇଁ ବାହାରି ଯାଉଛି । ପରିବାରର ଏଭଳି ପରିସ୍ଥିତି ଭିତରେ ସହାୟତା ଆଶା ବାନ୍ଧିଛନ୍ତି ରବିନ୍ଦ୍ରଙ୍କ ସ୍ତ୍ରୀ ଅଞ୍ଜଳି । ଏଭଳି ସ୍ଥିତିରେ ସ୍ବାମୀଙ୍କ ଚିକିତ୍ସା ପାଇଁ ସହାୟତା ମାଗୁଛି ସ୍ତ୍ରୀ । ଯଦି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସାମାଜିକ ଅନୁଷ୍ଠାନ ଏହି ପରିବାରକୁ ସହାୟତାର ହାତ ବଢାଇବାକୁ ଚାହୁଁଥାନ୍ତି ତେବେ ପରିବାର ପକ୍ଷରୁ ଦିଆଯାଇଥିବା ବ୍ୟାଙ୍କ ତଥ୍ୟ ଅନୁସାରେ ସହାୟତା ରାଶି ପଠାଇ ପାରିବେ ।

RABINDRA JENA NEED HELP
RABINDRA JENA NEED HELP (ETV Bharat Odisha)
ACCOUNT DETAILSNAME - RABINDRA JENABANK - PUNJAB NATIONAL BANK, JALESWAR BRANCHA/C NUMBER - 10702121001115IFSC CODE - PUNB0107010MOBILE NUMBER - 7447685539

ଏହା ମଧ୍ୟ ପଢ଼ନ୍ତୁ...ଶୁଖୁନି ଲୁହ ଥମୁନି କୋହ; ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା - Wife Seeks Help For Husband

ତେବେ ଏନେଇ ରବୀନ୍ଦ୍ର ଜେନାଙ୍କ ଚିକିତ୍ସା ପାଇଁ ପରିବାର ଲୋକ ଭିକ୍ଷା ମାଗିବା ଘଟଣାରେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ତତ୍ପରତା ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲାପାଳ, ବସ୍ତା ବ୍ଲକ ବିଡ଼ିଓ ଏବଂ ତହସିଲଦାରଙ୍କ ମିଳିତ ଭାବେ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ ଉକ୍ତ ପରିବାରକୁ ସହାୟତା ଯୋଗାଇଦେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.