ETV Bharat / state

ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ଲାଞ୍ଚ ନେଇ ବନ୍ଧା ହେଲେ - Vigilance Raid

author img

By ETV Bharat Odisha Team

Published : Jul 24, 2024, 3:44 PM IST

Vigilance Raid: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ପାଟଣାଗଡ଼ ଆର.ଡବ୍ଲୁ ବିଭାଗର ସହକାରୀ ଯନ୍ତ୍ରୀ । ଠିକାଦାର ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭଜିଲାନ୍ସ ।

ଭିଜିଲାନ୍ସ ପଞ୍ଝାରେ ସରକାରୀ
ଭିଜିଲାନ୍ସ ପଞ୍ଝାରେ ସରକାରୀ (ETV Bharat Odisha)

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପୁଣି ସରକାରୀ ବାବୁ । ପଚାଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ନିର୍ମାଣ ଉପବିଭାଜନ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ ପାଢୀ । ବିଲ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ । ଏଥିସହ ପାଟଣାଗଡ଼ ଅଫିସ ସମେତ ତିନୋଟି ଜାଗାରେ ଏକକାଳୀନ ଚଢାଉ ଜାରି ରଖି ଖୋଳତାଡ କରୁଛନ୍ତି ଭିଜିଲାନ୍ସ ।

ସୂଚନା ଅନୁସାରେ, ଜୟନ୍ତ ମେହେର ନାମକ ଜଣେ ଠିକାଦାର ସରକାରୀ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କରିଥିଲେ । ଏହି କାର୍ଯ୍ୟର ଦାୟିତ୍ବରେ ଥିଲେ ସହକାରୀ ଯନ୍ତ୍ରୀ ସୁଜିତ୍ ପାଢୀ । ତେବେ ଠିକାଦାରଙ୍କ ଫାଇନାଲ ବିଲ୍‌ କରାଇବା ପାଇଁ 1 ଲକ୍ଷ ଟଙ୍କା ଦାବି କରିଥିଲେ l ପ୍ରଥମ କିସ୍ତିରେ ଠିକାଦାର 50 ହଜାର ଟଙ୍କା ଯନ୍ତ୍ରୀଙ୍କୁ ଦେଇଥିଲେ । ହେଲେ ଏହାପରେ ବି ବିଲ କରିନଥିଲେ ସହକାରୀ ଯନ୍ତ୍ରୀ ସୁଜିତ୍ । ବାକି 50 ହଜାର ଟଙ୍କା ଦେବା ପରେ ବିଲ କରିବା ପାଇଁ କହିଥିଲେ । ଟଙ୍କା ଦେବା ପରେ ବି ବିଲ୍‌ କରାଇ ନଦେବାରୁ ଶେଷରେ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ଠିକାଦାର । ଆଉ ଯୋଜନା ମୁତାବକ ଠିକାଦାରଙ୍କ ଠାରୁ 50 ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଯନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: ସରକାରୀ ଟଙ୍କାରେ ଅୟସ କରୁଥିଲେ ବାବୁ: ଭିଜିଲାନ୍ସ ଜାଲରେ ପଡିଲେ ମତ୍ସ୍ୟ ଅଧିକାରୀ, ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ

50 ହଜାର ଟଙ୍କା ଜବତ କରିବା ସହିତ ପାଟଣାଗଡ଼ କାର୍ଯ୍ୟାଳୟ ସହ ତିନୋଟି ଜାଗାରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ତେବେ ଏଥିରେ ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ଏକାଧିକ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ସେହିପରି ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର 17 / 2024ରେ ଅଣ୍ଡର ସେକ୍ସନ 7 2018ରେ ମାମଲା ରୁଜୁ କରିଛି ଭିଜିଲାନ୍ସ ବିଭାଗ । ଅଧିକ ତଦନ୍ତ ତଥା ଚଢାଉ ଜାରି ରହିଥିବାର ସୂଚନା ଆସିଛି ।

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ, ଗୋଟିଏ ବିଲ ପାଇଁ ଲକ୍ଷାଧିକ ଟଙ୍କା

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.