ETV Bharat / state

ବଲାଙ୍ଗୀରକୁ ମୋଦିଙ୍କ ରେଳପ୍ରକଳ୍ପ ଭେଟି; ଧନ୍ୟବାଦ ଜଣାଇଲେ ସ୍ଥାନୀୟ ସାଂସଦ - Balangir News

Balangir MP thanks to PM Modi: ପ୍ରଧାନମନ୍ତ୍ରୀ ମୋଦି ଗତକାଲି ସମ୍ବଲପୁର ଗସ୍ତ କରି ଓଡିଶା ପାଇଁ 68 ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ବଲାଙ୍ଗୀର ଓ ସୋନପୁର ମଧ୍ୟରେ ନିତିଦିନ ତିନୋଟି ପ୍ୟାସେଞ୍ଜର ଟ୍ରେନ ଚାଲିବ ବୋଲି ଘୋଷଣା । ଅଧିକ ପଢନ୍ତୁ

ବଲାଙ୍ଗୀରକୁ ମୋଦିଙ୍କ ରେଳପ୍ରକଳ୍ପ ଭେଟି ; ଧନ୍ୟବାଦ ଜଣାଇଲେ ବଲାଙ୍ଗୀର ସାଂସଦ

author img

By ETV Bharat Odisha Team

Published : Feb 4, 2024, 5:57 PM IST

ବଲାଙ୍ଗୀରକୁ ମୋଦିଙ୍କ ରେଳପ୍ରକଳ୍ପ ଭେଟି ; ଧନ୍ୟବାଦ ଜଣାଇଲେ ବଲାଙ୍ଗୀର ସାଂସଦ

ବଲାଙ୍ଗୀର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ବଲାଙ୍ଗୀର ଓ ସୋନପୁର ପାଇଁ ନୂଆ ଟ୍ରେନ୍ ଓ ରେଳ ପ୍ରକଳ୍ପର ଘୋଷଣା କରିଛନ୍ତି । ତେବେ ଏଥିରେ ବଲାଙ୍ଗୀର ଓ ସୋନପୁର ଭଳି ପଶ୍ଚିମ ଓଡିଶାର ପଛୁଆ ଜିଲ୍ଲା ଲାଭାନ୍ୱିତ ହେବେ ବୋଲି କହିଛନ୍ତି ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ । ସେହିପରି ପଶ୍ଚିମ ଓଡ଼ିଶାରୁ ଆସନ୍ତା 3 ତାରିଖ ଅଯୋଧ୍ୟାକୁ ଯିବ ଏକ ସ୍ୱତନ୍ତ୍ର ଟ୍ରେନ । ଯେଉଁ ଭକ୍ତମାନେ ଏଥିରେ ଯିବେ ସେମାନଙ୍କର ଯାତ୍ରାର ଅଧା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଗତକାଲି ସମ୍ବଲପୁର ଗସ୍ତ କରି ଓଡିଶା ପାଇଁ 68 ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହାରି ମଧ୍ୟରେ 28 ବର୍ଷର ସ୍ୱପ୍ନ ଖୋର୍ଦ୍ଧା- ବଲାଙ୍ଗୀର ରେଳପଥରେ ସୋନପୁର ପର୍ଯ୍ୟନ୍ତ ପ୍ରଥମ ଟ୍ରେନକୁ ସବୁଜ ପତାକା ଦେଖାଇ ଟ୍ରେନ ସେବା ଆରମ୍ଭ କରିଛନ୍ତି ଏବଂ ବଲାଙ୍ଗୀର ଓ ସୋନପୁର ମଧ୍ୟରେ ନିତିଦିନ ତିନୋଟି ପ୍ୟାସେଞ୍ଜର ଟ୍ରେନ ଚାଲିବ ବୋଲି ଘୋଷଣା ମଧ୍ୟ କରିଛନ୍ତି । ସମାନ ଭାବରେ ସୋନପୁରରୁ ପୁରୀ ପାଇଁ ସାପ୍ତାହିକ ଗୋଟିଏ ଟ୍ରେନ ଚାଲିବ ।

ଏହା ମଧ୍ୟ ପଢନ୍ତୁ ... ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି; ଓଡିଶାକୁ 68000 କୋଟିର ପ୍ରକଳ୍ପ ଦେଲେ ଉପହାର

ସେହିପରି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ରେଳ ୱାଗନ ମରାମତି କାରଖାନାର ଦୀର୍ଘ ଦିନର ଦାବି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପୂରଣ କରିଛନ୍ତି ବୋଲି ସେ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ 265 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ସାଂସଦ ସଂଗୀତା କୁମାରୀ ସିଂହ ଦେଓ । ସେହିପରି ଏସବୁ ଦୀର୍ଘ ଦିନର ଦାବି ଥିବା ବେଳେ ଏବେ ତାହା ପୂରଣ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ବଲାଙ୍ଗୀର ତଥା ସୋନପୁର ଜିଲ୍ଲା ପଛୁଆ ଥିବା ବେଳେ ଦାଦନ ସମସ୍ୟାରେ ପ୍ରପୀଡ଼ିତ ଅଟେ । ତେଣୁ ଏହି ଜିଲ୍ଲା ଏଥିରେ ଉପକୃତ ହେବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଅନ୍ତର୍ଗତ ଝାରତରଭାରୁ ସୋନପୁର ଯାଏଁ ୨୧.୭ କିଲୋମିଟର ରେଳପଥକୁ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲି ଲୋକାର୍ପଣ କରିଥିଲେ । ସେହିପରି ପୁରୀ- ସୋନପୁର ମଧ୍ୟରେ ଚାଲିବାକୁ ଥିବା ସାପ୍ତାହିକ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ, ଭୁବନେଶ୍ବର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର, ଅନୁଗୋଳ, ବୋଇଣ୍ଡା, ରେଢାଖୋଲ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ବିଛୁପାଲି , ଝାରତରଭା ଓ ନରସିଂହପୁର ଆଦି ରେଳଷ୍ଟେସନରେ ରହିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.