ETV Bharat / state

ତାମିଲନାଡୁରେ ମୃତ୍ୟୁ ସହ ଲଢୁଛନ୍ତି ଦାଦନ ଶ୍ରମିକ, ସାହାଯ୍ୟ ପାଇଁ ସ୍ତ୍ରୀର ଆକୁଳ ନିବେଦନ - balangir migrant labour

author img

By ETV Bharat Odisha Team

Published : Apr 9, 2024, 12:08 PM IST

Balangir migrant labour issue: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଡୁଡ଼ୁକା ଗ୍ରାମରୁ ସରୋଜ କୁମ୍ଭାର ନାମକ ବ୍ୟକ୍ତି ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ପରିବାର ଲୋକ । ଅଧିକ ପଢନ୍ତୁ

ଦାଦନ ଯନ୍ତ୍ରଣା
ଦାଦନ ଯନ୍ତ୍ରଣା
ତାମିଲନାଡୁରେ ମୃତ୍ୟୁ ସହ ଲଢୁଛନ୍ତି ଦାଦନ ଶ୍ରମିକ, ସାହାଯ୍ୟ ପାଇଁ ସ୍ତ୍ରୀର ଆକୁଳ ନିବେଦନ

ବଲାଙ୍ଗୀର: ରାଜ୍ୟରେ ସରୁନି ଦାଦନ ଦୁଃଖ । ଦାଦନ ସମସ୍ୟା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ହେଁ ଏହାର ସଠିକ ବିନିଯୋଗ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଦାଦନ ଖଟିବା ପାଇଁ ଯାଉଛନ୍ତି । ତେବେ ଅନେକ ଥର ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କର ମୃତ୍ୟୁ ହେବା ଓ ନିଖୋଜ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଡୁଡ଼ୁକା ଗ୍ରାମରୁ ସରୋଜ କୁମ୍ଭାର ନାମକ ଜଣେ ବ୍ୟକ୍ତି ପେଟପାଟଣା ପାଇଁ ତାମିଲନାଡୁର କୋଏମ୍ବାଟୁର ଦାଦନ ଖଟିବାକୁ ଯାଇଥିବା ବେଳେ ଏବେ ସେଠି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏନେଇ ପରିବାର ଲୋକେ ତାଙ୍କୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

ସୂଚନା ମୁତାବକ, ଡୁୁଡୁକା ଗ୍ରାମର ସରୋଜ କୁମ୍ଭାର ପେଟପାଟଣା ପାଇଁ ତାମିଲନାଡୁ ରାଜ୍ୟ କୋଏମ୍ବାଟୁରକୁ ଦାଦନ ଖଟି ଯାଇଥିଲେ । ତେବେ ଦୀର୍ଘ ବର୍ଷ ହେବ ସେ ସେଠି ଦାଦନ ଖଟି ପରିବାରକୁ ମାସିକ ଖର୍ଚ୍ଚ ତିନି ହଜାର ଟଙ୍କା ପଠାଉଥିଲେ । ହେଲେ କିଛି ସପ୍ତାହ ଆଗରୁ ସେ କାମ କରୁଥିବା କୌଣସି କାରଖାନାର ମାଲିକ ସରୋଜ ଅସୁସ୍ଥ ଥିବା ଓ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ଫୋନ ଯୋଗେ ପରିବାରକୁ କହିଥିଲେ । ଏନେଇ ତାଙ୍କ ସ୍ତ୍ରୀ ଓ ପୁଅ ତାଙ୍କୁ ସେଠୁ ଉଦ୍ଧାର କରିବା ପାଇଁ ସବୁଠି ନେହୁରା ହୋଇଥିଲେ । ଏପରିକି ଲୋକଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ମାଗି ଅସଫଳ ହୋଇଥିଲେ । ଯାହା ପରେ ସେମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିକଟରେ ସରୋଜଙ୍କୁ ଉଦ୍ଧାର ପାଇଁ ଲିଖିତ ନିବେଦନ କରିଥିଲେ । ସେହିପରି ସେମାନେ ବଲାଙ୍ଗୀରର ସ୍ବେଚ୍ଛାସେବୀ ସଂଗଠନ ବିଙ୍ଗ୍ ହ୍ୟୁମାନକୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ତେବେ ସମ୍ପୃକ୍ତ ସଂଗଠନ ଏହି ମାମଲାରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲ୍ଲାପାଳ ଶ୍ରମ ଅଧିକାରୀଙ୍କୁ ଶ୍ରମିକଙ୍କ ଉଦ୍ଧାର ଦିଗରେ ଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦାଦନ ଶ୍ରମିକଙ୍କ ସ୍ତ୍ରୀ ଅନିତା କୁମ୍ଭାର କହିଛନ୍ତି ଯେ, ତାଙ୍କ ସ୍ୱାମୀ ଘର ଓ ପରିବାରର ପେଟପାଟଣା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । କିଛି ସପ୍ତାହ ପୂର୍ବରୁ ତାଙ୍କୁ ସେଠୁ ଏକ ଫୋନ ଆସିଥିଲା । ଯେଉଁଥିରେ ତାଙ୍କ ସ୍ୱାମୀ ଗୁରୁତର ଅସୁସ୍ଥ ଥିବାବେଳେ ତାଙ୍କୁ ନେଇ ଯିବାକୁ ସେ କହିଥିଲେ । ସେହିପରି ସେହି କମ୍ପାନୀର ମାଲିକ କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀ ସହ ତାଙ୍କର ଫୋନ ଯୋଗେ କଥା କରାଇଥିଲେ । ସେହିଦିନଠୁ ଆଉ ତାଙ୍କ ସ୍ୱାମୀଙ୍କ ଖୋଜ ଖବର ମିଳିପାରୁନାହିଁ । ଏପଟେ ହାତରେ ଟଙ୍କା ନଥିବାରୁ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପାରୁନଥିବାର ସେ କହିଛନ୍ତି । ତେଣୁ ଶୀଘ୍ର ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ସେ ପ୍ରଶାସନ ନିକଟରେ ନେହୁରା ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦାଦନ ଶ୍ରମିକଙ୍କୁ ଅକଥନୀୟ ନିର୍ଯାତନା, ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ

ସେହିପରି ତାଙ୍କ ପୁଅ ମହେଶ ମଧ୍ୟ ସମାନ ଦାବି କରିଛନ୍ତି । ତାଙ୍କୁ କୌଣସି ଟଙ୍କା ପଇସା ନଦେଇ ତାଙ୍କ ବାପାଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ସେ ଦାବି କରିଛନ୍ତି । ସେପଟେ ସ୍ବେଚ୍ଛାସେବୀ ସଂଗଠନ ବିଙ୍ଗ ହ୍ୟୁମାନର କାର୍ଯ୍ୟକାରୀ ସଭାପତି ମୁକେଶ ପ୍ରଧାନ କହିଛନ୍ତି ଯେ, ଏହି ମାମଲାରେ ସେମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ପଦକ୍ଷେପ ନେବାକୁ ଜଣାଇଛନ୍ତି । ଜିଲ୍ଲାପାଳ ମଧ୍ୟ ଏହି ମାମଲାରେ ଶ୍ରମ ଅଧିକାରୀଙ୍କୁ ଚିଠି କରିବା ସହ ଶୀଘ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.