ETV Bharat / state

ଲୋପ ପାଇବାକୁ ବସିଲାଣି କାଗଜ ମୁଖା, ପୁନଃବ୍ୟବହାର କରିବାକୁ ପ୍ରଦୀପଙ୍କ ପ୍ରୟାସ - Paper Mask - PAPER MASK

Effort to reuse of paper mask in cultural drama: ବଲାଙ୍ଗୀରର ଠିକାଦାର ପଡାର କାରିଗର ପ୍ରଦୀପ ରଣା ଅଦରକାରୀ ସମଗ୍ରୀରୁ ଭଳିକି ଭଳି ମୁଖଟା ତିଆରି କରି ଚର୍ଚ୍ଚାରେ । ପାରମ୍ପରିକ ନାଟକରେ ବ୍ୟବହୃତ କାଗଜ ମୁଖା ବଞ୍ଚାଇବାକୁ କରୁଛନ୍ତି ପ୍ରୟାସ । ଅଧିକ ପଢନ୍ତୁ

ଲୋପ ପାଇବାକୁ ବସିଲାଣି କାଗଜ ମୁଖା
ଲୋପ ପାଇବାକୁ ବସିଲାଣି କାଗଜ ମୁଖା
author img

By ETV Bharat Odisha Team

Published : Mar 23, 2024, 3:20 PM IST

ଲୋପ ପାଇବାକୁ ବସିଲାଣି କାଗଜ ମୁଖା

ବଲାଙ୍ଗୀର: କଳା, ସଂସ୍କୃତିର ଓ ପରମ୍ପରାର ଦେଶ ଆମ ଭାରତ । ଏଠି ପ୍ରତ୍ୟେକ ଜିଲ୍ଲାରେ ଭିନ୍ନ ସଂସ୍କୃତି ଓ ପରମ୍ପରା। ଏହି ସବୁ ସଂସ୍କୃତି ପରମ୍ପରା ଆବହାମାନ କାଳରୁ ନାଟକ କଲା ମାଧ୍ୟମରେ ଖୁବ ପ୍ରସାରିତ ହୋଇ ଆସିଛି। ଏହା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ ଶିକ୍ଷଣୀୟ ଓ ଜୀବନକୁ ହରସରେ ଭରିଦେବାର ନାଟକ ବେଶ ସମର୍ଥ। ତେବେ ପୂର୍ବରୁ ଏହି ସବୁ ନାଟକରେ ହାତ ତିଆରି ମୁଖଟାର ବ୍ୟବହାର ହୋଇ ଆସୁଥିଲା। ସେ ସମୟରେ କାଠରେ ତିଆରି ମୁଖଟା ଅଭିନେତା ମାନେ ବ୍ୟବାହର କରି ନିଖୁଣ ଅଭିନୟରେ ଲୋକଙ୍କୁ ବିମୋହିତ କରି ଆସୁଥିଲେ। ହେଲେ ସମୟ ସାଙ୍ଗକୁ ଏହି ମୁଖଟାର ବ୍ୟବହାର ଏବେ ଲୋପ ପାଇବାରେ ଲାଗିଛି। ପ୍ଲାଷ୍ଟିକ ଯୁଗରେ ଆଉ ଦେଖିବାକୁ ମିଳୁନି ପୁରାତନ ହସ୍ତକଳା । ପାରମ୍ପରିକ ନାଟକରେ ବ୍ୟବହୃତ କାଗଜ ମୁଖା ଆଜି ପାଲଟିବାକୁ ବସିଛି ଇତିହାସ । ରୋଜଗାର ନଥିବାରୁ କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି କଳାକାର । କଣଠେସା ହୋଇଥିଲେ ବି ବଞ୍ଚି ରହିଛି ପୁରାତନ କଳା । ଆଜି ବି କିଛି କଳାକାର ସ୍ବର୍ଣ୍ଣିମ ନାଟକ ଇତିହାସକୁ ପୁଣି ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବଲାଙ୍ଗୀରର ଠିକାଦାର ପଡାର କାରିଗର ପ୍ରଦୀପ ରଣା ଅଦରକାରୀ ସମଗ୍ରୀରୁ ଭଳିକି ଭଳି ମୁଖଟା ତିଆରି କରି ଏବେ ଚର୍ଚ୍ଚାରେ । ଦିନେ କି ଦୁଇ ଦିନର ନୁହେଁ ତାଙ୍କର 20 ବର୍ଷର ଏହି ଉଦ୍ୟମ ପାଇଁ ସେ ଏବେ ପ୍ରଶଂସିତ ।

ତେବେ ସେ ଜଣେ ମୁଖଟା କାରିଗର ହୋଇଥିବା ବେଳେ ଦୀର୍ଘ 20 ବର୍ଷ ହେବ ସେ ନାଟକ ପାଇଁ ମୁଖଟା ତିଆରି କରି ଆସୁଛନ୍ତି। ସେ ଏଥିପାଇଁ ଅଦରକାରୀ ହୋଇ ପଡିଥିବା କାଗଜକୁ ବ୍ୟବାହର କରି ଭଳିକି ଭଳି ମୁଖଟା ତିଆରି କରିବାରେ ସିଦ୍ଧ ହସ୍ତ ଅଟନ୍ତି। ଏହି ମୁଖା ଦେଖିବାକୁ ଯେତେ ଆକର୍ଷଣୀୟ, ପ୍ରସ୍ତୁତି ମଧ୍ୟ ସେତେ ସ୍ବତନ୍ତ୍ର । ଅଦରକାରୀ ହୋଇ ପଡିଥିବା କାଗଜକୁ ଓଦା କରି ମାଟି ଛାଞ୍ଚରେ ପକାଯାଏ । କାଗଜକୁ ଖରାରେ ଶୁଖାଇବା ପରେ ଛାଞ୍ଚକୁ ବାହାର କରି ସେଥିରେ ରଙ୍ଗ ଦିଆଯାଏ ।ତାଙ୍କର ଏହି ମୁଖଟାର ଚାହିଦା ରାଜ୍ୟ ଓ ରାଜ୍ୟ ବାହାରେ ରହିଛି। ଯଦିଓ ପୂର୍ବ ଭଳି ଆଉ ମୁଖଟାର ଚାହିଦା ନାହିଁ କିନ୍ତୁ ସେ ଏବେବି ଏହି କଳାକୁ ଜାରି ରଖିଛନ୍ତି । ପାରମ୍ପରିକ ନାଟକ କଳା ଲୋପ ପାଇଥିବାରୁ ମୁଖଟାର ଚାହିଦା କମିଛି । ତେଣୁ ଏହି ନାଟକ କଳା ପୁନଃ ପ୍ରସାରିତ ଓ ଲୋକ ଲୋଚନ ହେଲେ ମୁଖଟା ବ୍ୟବହାର ମଧ୍ୟ ବଢିବ ବୋଲି କହିଛନ୍ତି ପ୍ରଦୀପ ରଣା ।

ଏହା ମଧ୍ୟ ପଢନ୍ତୁ-ଆଧୁନିକତାର ସ୍ପର୍ଶରେ ଲୁପ୍ତ ହେଉଛି କୌଳିକ ବୃତ୍ତି, ସଙ୍କଟରେ କଂସାରୀ କାରିଗର

ସେପଟେ କଳାପ୍ରେମୀ ପ୍ରଶାନ୍ତ ମହାକୁର କହିଛନ୍ତି ଯେ, ପ୍ରଦୀପ ରଣାଙ୍କୁ ଦୀର୍ଘ 20 ବର୍ଷ ହେବ ଏହି କାମ କରୁଥିବାର ସେ ଜାଣିଛନ୍ତି। ଯଦିଓ ଆଜିର ଆଧୁନିକ ଯୁଗରେ ଏହି ମୁଖଟା ଓ ପାରମ୍ପରିକ ନାଟକ ଲୋପ ପାଇଛି । ତଥାପି ସେ ତାଙ୍କର ପ୍ରଚେଷ୍ଟା ଜାରି ରଖିଛନ୍ତି । ତେଣୁ ତାଙ୍କୁ ସଠିକ ବଜାର ସୁବିଧା ସହ ସରକାରୀ ପ୍ରତ୍ସାହନ ମିଳିଲେ ଏହି କଳାର ବିକାଶ ଦିଗରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି। ସେହିପରି ଅନ୍ୟପଟେ ପାରମ୍ପରିକ ନାଟକ କଳାର ଗବେଷକ ତଥା କଳାକାର ପେଶାରେ ଡାକ୍ତର ଥିବା ଡାକ୍ତର ରୁଦ୍ର ନାରାୟଣ ପଟେଲ କହିଛନ୍ତି ଯେ, 'ପାରମ୍ପରିକ ତଥା ପୌରାଣିକ ନାଟକର ଇତିହାସ ଗୋଟିଏ ସମୟରେ ଉଜ୍ବଳ ଥିଲା। ଏହି ନାଟକ କେବଳ ମନୋରଞ୍ଜନ ନୁହେଁ ଶିକ୍ଷଣୀୟ ମଧ୍ୟ ଥିଲା। ସମାଜର ମୂଲ୍ୟବୋଧ ଏହାଦ୍ୱାରା ବଜାୟ ରହୁଥିଲା। ଭାତୃଭାବ ଏକତା ରହି ଆସୁଥିଲା। ଏବଂ ଏହି ନାଟକ ସବୁରେ ବ୍ୟବହାର ହେଉଥିବା ମୁଖଟା ସେତେବେଳେ କାଠରେ ତିଆରି ହେଉଥିଲା। ଯାହା ପ୍ରତ୍ୟେକ ପାତ୍ରର ଗୁଣ ଓ ରୂପ ସେଥିରୁ ବେଶ ଝଲସି ଉଠୁଥିଲା। ହେଲେ ଏବେ ଏହି କଳା ଲୋପ ପାଇଛି।'ଏଥିସହ ପ୍ରଦୀପ ରଣାଙ୍କ ପ୍ରଚେଷ୍ଟାକୁ ସେ ଅଶେଷ ଧନ୍ୟବାଦ ଦେଇଛନ୍ତି। ବିଶେଷ କରି ସେ କାଗଜରୁ ଏହାକୁ ଅବିକଳ ଭାବରେ ପ୍ରସ୍ତୁତ କରୁଛନ୍ତି ଯାହା ପରିବେଶ ଅନୁକୂଳ ମଧ୍ୟ ଅଟେ। ତେବେ ତାଙ୍କର ଏହି ଉଦ୍ୟମ ଜାରି ରଖନ୍ତୁ ଓ ନିହାତି ଭାବରେ ଆଗକୁ ଭଲ ସମୟ ଆସିବ ଓ ଭାର ଚାହିଦା ମଧ୍ୟ ବଢିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.