ETV Bharat / state

ଦଳ ଛାଡିଲେ ବିଜେପି ନେତା ପ୍ରଭାସ, ସାଂସଦ ସଂଗୀତା କହିଲେ ଦଳର କୌଣସି କ୍ଷତି ହେବନି - BJP leaders joins BJD

author img

By ETV Bharat Odisha Team

Published : Apr 12, 2024, 12:22 PM IST

Updated : Apr 12, 2024, 1:38 PM IST

BJP leaders joins BJD: ଦଳ ଛାଡିଲେ ବଲାଙ୍ଗୀର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ । ବିଧିବଦ୍ଧ ବାବେ ବିଜେଡିରେ ହେଲେ ସାମିଲ । ଅଧିକ ପଢନ୍ତୁ

BJP LEADERS JOINS BJD
BJP LEADERS JOINS BJD
BJP LEADERS JOINS BJD

ବଲାଙ୍ଗୀର: ସାଧାରଣ ନିର୍ବାଚନ ପୂର୍ବରୁ ଜାରି ରହିଛି ଦଳ ବଦଳ ରାଜନୀତି । ବିଜେପି ଛାଡି ବିଜେଡିରେ ସାମିଲ ହେଲେ ବଲାଙ୍ଗୀର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ । ସେ ଓ ତାଙ୍କର କିଛି ସମର୍ଥକ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ କରିଛନ୍ତି । ଭୁବନେଶ୍ୱରରେ ବିଜେଡି ନେତା ସସ୍ମିତ ପାତ୍ର ଓ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହ ଦେଓଙ୍କ ଉପସ୍ଥିତିରେ ବିଜେଡିର ସାମିଲ ହୋଇଛନ୍ତି ପ୍ରଭାସ । ଏଭଳି ନେତା ଦଳ ଛାଡିଲେ ଦଳର କୌଣସି କ୍ଷତି ହେବ ନାହିଁ ବୋଲି କହିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ-ବିଜେପି ସହ 23 ବର୍ଷର ସଂପର୍କ ତୁଟାଇଲେ ଭୃଗୁ ବକ୍ସିପାତ୍ର: ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା - Bhrugu Baxipatra quits bjp

ପ୍ରଭାସ ପାଣିଗ୍ରାହୀ ବଲାଙ୍ଗୀର ବିଜେପି ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ ତୁଲାଇ ଥିଲେ । ସେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ଥିଲେ । ଦଳରେ ସେ ଜଣେ ଟାଣୁଆ ନେତା ଭାବରେ ବେଶ ଜଣାଶୁଣା । ବିଜେପିରେ ଏକ ଚାଟିଆ ଶାସନକୁ ବିରୋଧ କରି ସେ ଦଳ ଛାଡିଛନ୍ତି ବୋଲି ଜେଡିରେ ସାମିଲ ହେବା ପରେ ମତ ରଖିଛନ୍ତି । ଏନେଇ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି କଡା ପ୍ରତିକ୍ରିୟା ରଖିଛନ୍ତି । ବିଜେପିରେ ବିଶୃଙ୍ଖଳା ସଦସ୍ୟର କୌଣସି ସ୍ଥାନ ନାହିଁ । ଯିଏ ଦଳ ପାଇଁ କେବେ କିଛି କରି ନାହିଁ ସେ ଆଜି ଦଳ ଛାଡିଲେ କିମ୍ବା ନ ଛାଡିଲେ ଦଳକୁ କୌଣସି ଫରକ ପଡେ ନାହିଁ ବୋଲି କହିଛନ୍ତି ଶିବାଜୀ । ଅନ୍ୟପଟେ ବିଜେପି ଦଳରେ ଆଉ ଜଣେ ସଂଗଠକ ତଥା ନାରୀ ନେତ୍ରୀ ପଙ୍କଜିନି ପଣ୍ଡା ମଧ୍ୟ ସମାନ ଭାବରେ ବିଜେପି ଛାଡିଥିଲେ । ହେଲେ ବିଜେପି ବରିଷ୍ଠ ଦଳ ତାଙ୍କୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛନ୍ତି । ମନମାଳିନ୍ୟ ରହେ ହେଲେ ବିଜେପିରେ ସେ ଥିଲେ ଓ ରହିବେ ବୋଲି ଶିବାଜୀ ମହାନ୍ତି କହିଛନ୍ତି।

ବିଜେପି ସାଂସଦ ସଂଗୀତା କୁମାରୀ ସିଂହ ଦେଓ ପଙ୍କଜିନି ପଣ୍ଡା ଫେରି ଆସିବାରୁ ତାଙ୍କୁ ଧନ୍ୟବାଦ ଦେବା ସହ ସ୍ୱାଗତ ଜଣାଇଛନ୍ତି। ପୂର୍ବତନ ବିଜେପି ଜିଲ୍ଲା ସଭାପତି ଦଳ ଛାଡିବା ବିଷୟରେ ସଂଗୀତା କୁମାରୀ ସିଂହ ଦେଓ କହିଛନ୍ତି , ''ସମସ୍ତଙ୍କୁ ନିଜ ନିଷ୍ପତ୍ତି ନେବାର ଅଧିକାର ଅଛି । ଦଳରେ କାହାକୁ ଟିକେଟ ଦିଆଯିବ ତା ପାଇଁ ଏକ ସ୍ୱତନ୍ତ୍ର ନୀତି ରହିଛି । ଏ ସେ ଟିକେଟ ନ ପାଇବାରୁ ଦଳ ଛାଡିବା ତାଙ୍କ ନିଷ୍ପତ୍ତି ବୋଲି । ଏଥିରେ ଦଳର କୌଣସି କ୍ଷତି ହେବନାହିଁ । ଓଲଟା ଦଳରେ ବହୁ ସଚ୍ଚୋଟ କର୍ମୀ ଓ ନେତା ଅଛନ୍ତି ଯେଉଁ ମାନଙ୍କ ଦ୍ୱାରା ଏଠି ବିଜେପି ସଫଳ ହୋଇଆସିଛି। ଆଗକୁ ବି ସଫଳ ହେବ ।''

ଇଟିଭି ଭାରତ, ବଲାଙ୍ଗୀର

Last Updated : Apr 12, 2024, 1:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.