ETV Bharat / state

ବିଡିଓଙ୍କ ମନ୍ତବ୍ୟକୁ ନେଇ ହୋଇଥିବା ବିବାଦ ମିଥ୍ୟା ପ୍ରଚାର: ବଜରଙ୍ଗ ଦଳ

author img

By ETV Bharat Odisha Team

Published : Feb 10, 2024, 12:38 PM IST

Tihidi BDO Faces Controversy: ବିଡିଓଙ୍କ ନାଁରେ ହୋଇଥିବା ଅଭିଯୋଗ ମିଥ୍ୟା ବୋଲି କହିଲା ବଜରଙ୍ଗ ଦଳ । 'ଜୟ ଶ୍ରୀରାମ' ନାରାକୁ ନେଇ ବିଡିଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ,

Tihidi BDO Faces Controversy
Tihidi BDO Faces Controversy
Tihidi BDO Faces Controversy

ଭଦ୍ରକ: ତିହିଡ଼ିରେ 'ଜୟ ଶ୍ରୀରାମ' ନାରାକୁ ନେଇ ବିବାଦ ପ୍ରସଙ୍ଗ । ବିଡ଼ିଓଙ୍କ ନାଁରେ ହୋଇଥିବା ଅଭିଯୋଗ ମିଥ୍ୟା ବୋଲି କହିଲା ବଜରଙ୍ଗ ଦଳ । ବିରଞ୍ଚି ନାରାୟଣ ମାଧବାର୍ଜୁନ କଲେଜ ଛାତ୍ରଛାତ୍ରୀମାନଙ୍କ ଜୟ ଶ୍ରୀରାମ ନାରାକୁ ନେଇ ତିହିଡି଼ ବିଡିଓ ଜ୍ୟୋତିର୍ମୟ କର ନକରାତ୍ମକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ବେଶ ପ୍ରତିକ୍ରିୟାଶୀଳ ହୋଇଥିଲେ । ହେଲେ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ ସେପରି କିଛି ଘଟିନଥିବା ଜାଣିବାକୁ ପାଇଥିଲେ ବୋଲି ନିଜେ କହିଛନ୍ତି ବଜରଙ୍ଗ ଦଳର ସଦସ୍ୟ। ବିଡିଓଙ୍କ ବିରୋଧରେ ଯାହା ଅପପ୍ରଚାର କରାଯାଇଛି ତାହା ଆଦୌ ଠିକ୍ ନୁହେଁ ବୋଲି ସେମାନେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, କିଛିଦିନ ତଳେ 'ଆମ ଓଡିଶା, ନବୀନ ଓଡିଶା' କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ବିରଞ୍ଚି ନାରାୟଣ ମାଧବାର୍ଜୁନ କଲେଜ ଛାତ୍ରଛାତ୍ରୀ । ସେମାନେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଅଲ୍ଲୀନଗରରେ ହରତାଳ କରିଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ଖବର ପାଇ ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ସମେତ ବିଡିଓ ଜ୍ୟୋତିର୍ମୟ କର ଘଟଣାସ୍ଥଳକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବା ସହିତ ପରିସ୍ଥିତିକୁ ଶାନ୍ତ କରାଇଥିଲେ। ଛାତ୍ରଛାତ୍ରୀମାନେ କିପରି ସାନି ପଞ୍ଜିକରଣ କରି କାର୍ଯ୍ୟକ୍ରମରେ ଯୋଗ ଦେବେ ସେନେଇ ସମସ୍ତେ ବ୍ୟସ୍ତ ରହିଥିଲେ। ଠିକ୍ ସେହି ସମୟରେ ସେଠାରେ ଉପସ୍ଥିତ କେତେକ ଛାତ୍ରଛାତ୍ରୀମାନେ କିଛି ଦୂରରେ 'ଜୟ ଶ୍ରୀରାମ' ନାରା ଦେଇଥିଲେ।

ବିଡିଓ ଏବଂ ଆଇଆଇସିଙ୍କ ହସ୍ତକ୍ଷେପ ପରେ ବସ ଯୋଗାଡ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା । ମାତ୍ର ପରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିଡିଓଙ୍କ ନାଁରେ ଅପପ୍ରଚାର ହୋଇଥିଲା। ବିଡିଓ ସେଭଳି କିଛି ଆପତ୍ତି ଜନକ ମନ୍ତବ୍ୟ ଦେଇନଥିବା ଭାଇରାଲ ଭିଡିଓରୁ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଥିଲା । ଏନେଇ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଜୟ ପ୍ରକାଶ ପତି କହିଛନ୍ତି, "କିଛି ଖଳ ତଥା ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏଭଳି ମନଗଢା କାହାଣୀ କରିଛନ୍ତି।" ସେହିପରି ବିଡିଓ ଜ୍ୟୋତିର୍ମୟ କର କହିଛନ୍ତି, "ଛାତ୍ରଛାତ୍ରୀମାନଙ୍କୁ ସାନି ପଞ୍ଜିକରଣ କରାନଗଲେ ସେଠାରେ ସମସ୍ୟାରେ ପଡି଼ଥାନ୍ତେ । ରାସ୍ତା ଉପରେ ଛିଡା ନହୋଇ କଲେଜ କର୍ତ୍ତବପକ୍ଷଙ୍କ ନିକଟରେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ପରାମର୍ଶ ଦେଇଥିଲି। ହେଲେ ଏହାକୁ ନେଇ ବିନା କାରଣରେ ବିବାଦ ସୃଷ୍ଟି କରାଯାଇଥିଲା । ଏଭଳି ଅପପ୍ରଚାରରେ ବଶବର୍ତ୍ତୀ ହୋଇ ତିହିଡି଼ ପରି ସୌହାର୍ଦ୍ଦପୂର୍ଣ୍ଣ ବାତାବରଣକୁ ନଷ୍ଟ ନକରିବାକୁ ଅନୁରୋଧ କରୁଛି ।"

ଏହା ମଧ୍ୟ ପଢନ୍ତୁ...ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଦଳୀୟ ଉତ୍ତରୀୟକୁ ନେଇ ବିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସର ଦାବି

ସୂଚନା ଅନୁସାରେ, ଜଣେ ଯୁବକ ନିଜକୁ ସାମ୍ବାଦିକ ବୋଲି କହି ରାସ୍ତା ଉପରେ ଛାତ୍ରଛାତ୍ରୀମାନଙ୍କ 'ଜୟ ଶ୍ରୀରାମ' ନାରାରେ ବିଡିଓ ସେମାନଙ୍କୁ ଧମକ ଦେଇଥିବା କଥା ପଚାରିଥିଲେ । ହେଲେ ସେପରି କୌଣସି ଘଟଣା ଘଟିନଥିବା ବିଡିଓ କହିଥିଲେ ମଧ୍ୟ ସମ୍ପୃକ୍ତ ସାମ୍ବାଦିକ ଜଣକ ନଛୋଡବନ୍ଧା ଥିଲେ। ଯାହାକୁ ନେଇ ବିଡିଓ ତାଙ୍କର ପରିଚୟ ପତ୍ର ଦେଖିବାକୁ କହିଥିଲେ। ପରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସହିତ ଏକାଧିକ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ହୋଇଥିବା ବିଡିଓ ଜାଣିବାକୁ ପାଇଥିଲେ। ହେଲେ ବର୍ତ୍ତମାନ ଭିଡିଓକୁ ଅନୁଧ୍ୟାନ ପରେ ବିଡିଓ କୌଣସି ଆପତ୍ତିଜନକ ମନ୍ତବ୍ୟ ନେଇନଥିବା ଜଣାପଡ଼ିଛି ବୋଲି ସ୍ପଷ୍ଟ କରିଛି ବଜରଙ୍ଗ ଦଳ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.