ETV Bharat / state

ଆସନ୍ତା 14ରୁ ବୈଶାଖୀ ବାଣିଜ୍ୟ ମେଳା, ମିନି ବାଲିଯାତ୍ରାରେ ଝୁମିବେ ଦର୍ଶକ

Baisakhi Trade Fair: ୧୪ ତାରିଖରୁ କଟକ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ ବୈଶାଖୀ ବାଣିଜ୍ୟ ମେଳା । ଏହା 10 ଦିନ ବ୍ୟାପି ଉପର ପଡି଼ଆରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 10, 2024, 6:07 PM IST

Baisakhi Trade Fair
Baisakhi Trade Fair
Baisakhi Trade Fair

କଟକ: ପୁଣି ଦୁଲୁକିବ କଟକ । ଉଠିବ ପଡି଼ବ ବାଲିଯାତ୍ରା ପଡ଼ିଆ । ଚଳିତ ମାସ ୧୪ ତାରିଖରୁ କଟକ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ ବୈଶାଖୀ ବାଣିଜ୍ୟ ମେଳା । ଏହା 10 ଦିନ ବ୍ୟାପୀ ଉପର ପଡି଼ଆରେ ଅନୁଷ୍ଠିତ ହେବ । ୨୦ ବର୍ଷରେ ପହଞ୍ଚିଥିବା ଏହି ବାଣିଜ୍ୟ ମେଳାରେ ବିଗତ ବର୍ଷ ଭଳି ଅନ୍ୟ ଦେଶରୁ ବହୁ ପ୍ରତିଷ୍ଠିତ ଉଦ୍ୟୋଗୀ ଅଂଶଗ୍ରହଣ କରିବେ । ଏହା ସହିତ ୨୨ଟି ରାଜ୍ୟର କ୍ଷୁଦ୍ର, ମଧ୍ୟମ ଓ ବୃହତ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ପ୍ରତିଷ୍ଠିତ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିବେ । ଚଳିତବର୍ଷ ବାଣିଜ୍ୟ ମେଳାରେ ୫୨୦ଟି ଷ୍ଟଲ ଖୋଲିବ । ଆଫଗାନିସ୍ତାନ, ଥାଇଲାଣ୍ଡ, ବାଂଲାଦେଶ, ମାଲେସିଆ, ଦୁବାଇ, ଇରାନ ଓ ତୁର୍କୀର ଉଦ୍ୟୋଗୀମାନଙ୍କ ବିଭିନ୍ନ ସୌଖୀନ ଓ ଘରକରଣା ସାମଗ୍ରୀ ବୈଶାଖୀ ବାଣିଜ୍ୟ ମେଳାରେ ସ୍ଥାନ ପାଇବ ।

ସେହିଭଳି ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜମ୍ମୁକାଶ୍ମୀର ଇତ୍ୟାଦି ରାଜ୍ୟର ବ୍ୟବସାୟୀମାନେ ସେମାନଙ୍କ କୁଶଳୀ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଏଠାରେ ବିକ୍ରୟ କରିବେ । ଏହା ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ବ୍ୟବସାୟୀମାନେ ଅଂଶଗ୍ରହଣ କରିବେ । ଏନେଇ ଆୟୋଜକ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମେଳାରେ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ପୋଷାକ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ହେବ । ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଦୋଳିର ବ୍ୟବସ୍ଥା କରାଯାଇଛି ।

ଏହା ବି ପଢନ୍ତୁ...ରେଶମ ଚାଷକୁ ପ୍ରୋତ୍ସାହନ ପାଇଁ କୃଷିମେଳା, ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବାକୁ ଉଦ୍ୟମ

କଟକ ବୈଶାଖୀ ବାଣିଜ୍ୟ ମେଳା ପରିସରରେ ଥିବା ମଞ୍ଚରେ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ପରିବେଷଣ କରାଯିବ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ । କଟକ ଜିଲ୍ଲା ପ୍ରଶାସନ, କମିଶନରେଟ ପୋଲିସ, ଅଗ୍ନିଶମ ବାହିନୀ, କଟକ ମହାନଗର ନିଗମ, ୱାଟକୋ ସହଯୋଗରେ ଏହି କଟକ ବୈଶାଖୀ ବାଣିଜ୍ୟମେଳାର ଆୟୋଜନ କରାଯାଉଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ମେଳା ବୁଲିବାକୁ ଆସୁଥିବା ଜନସାଧାରଣଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଫୁଡ଼କୋର୍ଟର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ମୁଢ଼ି ମାଂସ, ଛେନାଝିଲି, ରସାବଳୀଠାରୁ ନେଇ ରାଜସ୍ଥାନୀ ଖାଦ୍ୟ ଓ ସମସ୍ତ ପ୍ରକାର ଫାଷ୍ଟଫୁଡ ଉପଲବ୍ଧ ହେବ ବୋଲି ସ୍ପଷ୍ଟ କରିଛି ଆୟୋଜକ କମିଟି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.