ETV Bharat / state

ବାହାନଗା ଟ୍ରେନ ଟ୍ରାଜେଡିକୁ ବର୍ଷେ; ‘ଏସସିବିର ଚିକିତ୍ସା ଚ୍ୟାଲେଞ୍ଜ ସ୍ୱପ୍ନ ଭଳି ଲାଗୁଛି’ - Bahanaga Train Tragedy

author img

By ETV Bharat Odisha Team

Published : Jun 2, 2024, 8:48 PM IST

Bahanaga Train Tragedy: ବାହାନଗା ଲୋମ ଟାଙ୍କୁରା ଟ୍ରେନ ଦୁର୍ଘଟଣାକୁ ଆଜି ବର୍ଷେ ପୁରିଛି । ଏହି ଘଟଣାରେ କେତେ ଜୀବନ ଯାଇଥିବା ବେଳେ କେତେ ଆହତ ହୋଇଥିଲେ । ଆଉ ଏହି ଆହତଙ୍କୁ ଚିକିତ୍ସା ପାଇଁ ଏସସିବି ମେଡିକାଲ ପାଇଁ ଥିଲା ଚ୍ୟାଲେଞ୍ଜ । ଅଧିକ ପଢ଼ନ୍ତୁ

ବାହାନଗା ଘଟଣାକୁ ବର୍ଷେ
ବାହାନଗା ଘଟଣାକୁ ବର୍ଷେ (ETV Bharat Odisha)

କଟକ: ବାଲେଶ୍ଵରର ବାହାନଗା ଲୋମ ଟାଙ୍କୁରା ଟ୍ରେନ ଦୁର୍ଘଟଣାକୁ ଆଜି ବର୍ଷେ ପୁରିଛି । ଠିକ ଆଜିର ଦିନରେ ଘଟିଥିଲା ଏହି ଅଘଟଣ । ଯାହାକୁ ନେଇ ସାରା ଭାରତ ବର୍ଷରେ ଏକ ଆଲୋଡନ ସୃଷ୍ଟି ହୋଇଥିଲା । ଭୁଲି ହେଉନି ସେ କାଳ ରାତି କଥା, ଭୁଲି ହେଉନି ସେ କ୍ଷତାକ୍ତଙ୍କ ଆର୍ତ୍ତ ଚିତ୍କାର । ଆଜି ବି ସେ କଥା ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠୁଛି । କେତେ ଅମୂଲ୍ୟ ଜୀବନ ଯାଇଛି, କେତେ ଆହତ ହୋଇଥିଲେ । ଆଉ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାରେ ବଡ଼ ହାତ ଥିଲା କଟକ ଏସସିବି ମେଡିକାଲର ।

ବାହାନଗା ଛାତିଥରା ଟ୍ରେନ ଦୁର୍ଘଟଣାରେ ଶହଶହ ପ୍ରାଣ ଯାଇଥିଲା ବେଳେ ହଜାର ହଜାର ଲୋକ ଗୁରୁତର ଆହତ ହୋଇଥିଲେ । ସେଥିମଧ୍ୟରୁ କଟକ ଏସସିବି ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ 200ରୁ ଊର୍ଦ୍ଧ୍ବ ଆହତ । ସମସ୍ତଙ୍କୁ ସଠିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ସେଥିରୁ ଅନେକ ମଧ୍ୟ ପ୍ରାଣ ହରାଇଥିଲେ । କିନ୍ତୁ ଏହାରି ମଧ୍ୟରେ ଏସସିବି ଚିକିତ୍ସା ଦିଗରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ଯାହାକୁ ନେଇ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ କଟକ ବଡ଼ ମେଡିକାଲକୁ ପୁରସ୍କୃତ କରିଥିଲେ । ଏହି ଅଘଟଣ ସମୟରେ ଏସସିବିର ସମସ୍ତ ବିଭାଗୀୟ ଡାକ୍ତରଙ୍କ ମିଳିତ ଉଦ୍ୟମରେ ଏତେ ବଡ଼ ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରିଥିଲା ଏସସିବି ମେଡିକାଲ ।

ଏହା ମଧ୍ୟ ପଢ଼ନ୍ତୁ...ବାହାନଗା ଟ୍ରେନ ଦୁର୍ଘଟଣାକୁ ବର୍ଷେ, ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ - Bahanaga Train Tragedy

ଏସସିବି ମେଡିକାଲ ଅଧିକ୍ଷକ ପ୍ରଫେସର ଡା ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, "ସେ ଦିନର ଘଟଣା ଆମ ପାଇଁ ଯେତିକି ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ତାହା ଅବିସ୍ମରଣୀୟ । ସବୁ ବିଭାଗର ଡକ୍ଟରଙ୍କ ମିଳିତ ଉଦ୍ୟମ ହିଁ ଏହି ଏହାର ସଫଳ ମୁକାବିଲା କରିଥିଲା । ସ୍ୱପ୍ନ ଭଳି ଲାଗିଥଲା ଏହି ବଡ଼ କାମ । ହେଲେ ଚିକିତ୍ସା ଆରମ୍ଭ ହେବା କ୍ଷଣି ସବୁ ଦୂରେଇ ଯାଇଥିଲା । କିପରି ପ୍ରତ୍ୟକ ଆହତ ଭଲ ହୋଇ ଘରକୁ ଫେରିବେ ସେନେଇ ସବୁ ପ୍ରୟାସ କରିଥିଲା ମେଡିକାଲ । ବାହାନଗା ରେଳ ଦୁର୍ଘଟଣାର ପ୍ରତ୍ୟକ ଆହତଙ୍କୁ ଭେଟି ତାଙ୍କର ଚିକିତ୍ସା କରିବାର ସୁଯୋଗ ମିଲଥିଲା । ଏଭଳି ଦୁର୍ଘଟଣା ଆଗମୀ ଦିନରେ କେବେ ବି ନହେଉ ଓ ଯଦି କିଛି ବି ଘଟଣା ଘଟୁଛି ସେଥିପାଇଁ କଟକ ଏସସିବି ମେଡିକାଲ ସର୍ବଦା ପ୍ରସ୍ତୁତ ରହିଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.