ETV Bharat / state

ବାହାନଗା ଟ୍ରେନ ଦୁର୍ଘଟଣାକୁ ବର୍ଷେ, ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ - Bahanaga Train Tragedy

author img

By ETV Bharat Odisha Team

Published : Jun 2, 2024, 6:59 AM IST

Bahanaga train accident: ବାଲେଶ୍ବର ବାହାନଗାରେ ଆଜିର ଦିନରେ ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା । ତିନିଟି ଟ୍ରେନ ଦୁର୍ଘଟଣାଗସ୍ତ ହେବାକୁ ଯାଇଥିଲା 296 ଜୀବନ । ଆଜି ଏହି ଘଟଣାକୁ ବର୍ଷେ ପୁରୁଛି । ଅଧିକ ପଢନ୍ତୁ

BAHANAGA TRAIN ACCIDENT
BAHANAGA TRAIN ACCIDENT (ETV BHARAT ODISHA)

ଭୁବନେଶ୍ୱର: ଭୟଙ୍କର... ଲୋମଟାଙ୍କୁରା...ଛାତିଥରା... ହୃଦୟ ବିଦାରକ । 2023 ଜୁନ 2 ତାରିଖ, ସନ୍ଧ୍ୟା 7ଟା ସ୍ଥାନ ବାହାନଗା । ଆଜିବି ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ । ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଉଠୁଛି ଲୋମ । କାନରେ ଆଜିବି ବାଜୁଛି ରେଳ ଟ୍ରାକରୁ ଶୁଭୁଥିବା ଆର୍ତ୍ତ ଚିତ୍କାର । ସେଦିନ ଅନ୍ଧକାର ରାତିରେ ଲୌହଦାନବ ରଚିଥିଲା ରକ୍ତ ଭୋଜି । କୁଢ କୁଢ ମୃତଦେହ ସମସ୍ତଙ୍କୁ ଧୈର୍ଯ୍ୟହରା କରିଥିଲା ।

ବାହାନଗା ଦୁର୍ଘଟଣାକୁ ବର୍ଷେ: ଅନ୍ଧାରକୁ ଚିରି ଟ୍ରାକରେ ଗଡୁଥିଲା କରମଣ୍ଡଳ ଏକ୍ସପ୍ରେସ । ଗନ୍ତବ୍ୟ ସ୍ଥଳର ନିକଟତର ହେଉଥିଲେ ଯାତ୍ରୀ । କିଏ ପରିବାର ସହ ତ କିଏ ସାଙ୍ଗ ସାଥିଙ୍କ ସହ ହସଖୁସିରେ ମଜି ଯାଇଥିଲେ । ହେଲେ ଅଚାନକ ନିମିଷକ ମଧ୍ୟରେ ସବୁ କିଛି ଛାରଖାର ହୋଇଯାଇଥିଲା । ଆଖି ବୁଜିଥିଲେ ଶହ ଶହ ଯାତ୍ରୀ, ରକ୍ତରେ ଭିଜିଥିଲା ବାହାନଗା ଟ୍ରେନ ଟ୍ରାକ । ସାରା ବିଶ୍ବକୁ ସ୍ତବ୍ଧ କରିଥିଲା କରମଣ୍ଡଳ ଟ୍ରେନ ଦୁର୍ଘଟଣା । ଆଜି ଏହି ଘଟଣାକୁ ବର୍ଷେ ପୁରିଛି । ଦିନ ବଦଳିଛି ସମୟ ବଦଳିଛି, କିନ୍ତୁ ସେହି ଦିନର ସେ ଦୁଃଖଦ ଘଟଣା କାହାରି ମନରୁ ଆଜି ବି ଲିଭିନାହିଁ । 293 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ 1100ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଏହି ଦୁର୍ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା ।

କେମିତି ହୋଇଥିଲା ଦୁର୍ଘଟଣା ?: ସେଦିନ ଥିଲା ଶୁକ୍ରବାର, ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ । ହଠାତ୍ ବାହାନଗାରେ ଲୁପ ଲାଇନକୁ ଚାଲିଯାଇ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ । ଫଳରେ ଟ୍ରେନର ବଗି ଟ୍ରାକରେ ଛିଟିକି ପଡିଥିଲା । ଏହି ସମୟରେ ଅପର ପାର୍ଶ୍ବରୁ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସ କରମଣ୍ଡଳ ବଗିରେ ପିଟି ହୋଇଥିଲା । ଆର୍ତ୍ତ ଚିତ୍କାରରେ ଫାଟି ପଡିଥିଲା ସାରା ଅଞ୍ଚଳ । ଟ୍ରାକ ତଳୁ ଶୁଭୁଥିଲା ବଞ୍ଚାଅ ବଞ୍ଚାଅର ଶବ୍ଦ । ଖବର ପ୍ରଚାର ହେଉ ହେଉ ସଙ୍ଗେ ସଙ୍ଗେ ରେଳ ଲାଇନ ପାଖରେ ଲାଗିଯାଇଥିଲା ଲୋକଙ୍କ ଭିଡ଼ । ଯିଏ ଯେମିତି ପାରିଥିଲା ଆହତ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା ।

ଟ୍ରେନ ଟ୍ରାକ ତଳୁ ଜୀବନ ବଞ୍ଚାଇବାକୁ ଉଦ୍ୟମ: ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏହାର ଶବ୍ଦରେ ଥରି ଉଠିଥିଲା ପୁରା ବାହାନଗା ଅଞ୍ଚଳ । ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ଜୀବନ ବଞ୍ଚାଇବାକୁ ଶୁଭୁଥିଲା ଚିତ୍କାର । ଟ୍ରେନ ତଳୁ ଉଦ୍ଧାର କରିବାକୁ କୋହଭରା କଣ୍ଠରେ ଚିତ୍କାର କରିଥିଲେ ଯାତ୍ରୀ । କାହାର ଜୀବନ ଯାଇଥିଲା ତ ଆଉ କିଏ ଅଚେତ ହୋଇପଡିଥିଲା । କାହାର ଗୋଡ ଶରୀର ଦୁଇ ଭାଗ ହୋଇଯାଇଥିଲେ ତ ଆଉ କାହାର ଗୋଡ ଶରୀରଠୁ ଅଲଗା ହୋଇଯାଇଥିଲା । ଏହାପରେ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । ଆଖି ଆଗରେ ଦୁର୍ଘଟଣା ପରର ସେ ଭୟଙ୍କର ଦୃଶ୍ୟ ଦେଖି ସମସ୍ତେ ହୋଇଯାଇଥିଲେ ଧୈର୍ଯ୍ୟହରା । ଆଖି ଆଗରେ ପଡିଥିଲା କୁଢ କୁଢ ମୃତଦେହ । ତଥାପି ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଅଣ୍ଟା ଭିଡିଥିଲେ ବାଲେଶ୍ବରବାସୀ । ଆମ୍ବୁଲାନ୍ସ ଆସିବା ପୂର୍ବରୁ ସଙ୍ଗେ ସଙ୍ଗେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ କରିଥିଲେ ଭର୍ତ୍ତି ।

ଏହା ମଧ୍ୟ ପଢନ୍ତୁ-Bahanaga Train Tragedy: ଅଚିହ୍ନା ମୃତକଙ୍କ ଅନ୍ତିମ ସଂସ୍କାର, 128 ଦିନ ପରେ ଜଳିଲା 28 ମୃତଦେହ

ଉଦାହରଣ ସୃଷ୍ଟି କରିଥିଲେ ବାଲେଶ୍ବରବାସୀ: ବାଲେଶ୍ବର ଟ୍ରେନ ଦୁର୍ଘଟଣା ଦିନ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ ବାଲେଶ୍ବରବାସୀ । ଯିଏ ଯେଉଁ ପ୍ରକାର ସାହାଯ୍ୟ କରିଥିଲେ । ବିଛାଡି ହୋଇ ପଡିଥିବା ଟ୍ରେନ ବଗିରୁ ଲୋକଙ୍କୁ ଉଦ୍ଧାର କରି କିଏ ଆହତଙ୍କୁ ପାଣି ଦେଉଥାଏ ତ କିଏ ସେମାନଙ୍କୁ ଆଉଁସି ଦେଉଥାଏ । ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ବ୍ୟବସ୍ଥା କରିଥିଲେ । ଖାଲି ସେତିକି ନୁହେଁ ଆହତଙ୍କୁ ରକ୍ତ ଦେବାକୁ ଲୋକଙ୍କ ଲାଇନ ଲାଗିଥିଲା । ବିଳମ୍ବିତ ରାତି ଯାଏ ଆହତଙ୍କୁ ରକ୍ତଦାନ ପାଇଁ ଧାଡିରେ ଅପେକ୍ଷା କରିଥିଲେ । ବିପତ୍ତି ସମୟରେ ବାଲେଶ୍ବରବାସୀ ଯେଉଁଭଳି କାର୍ଯ୍ୟ କରିଥିଲେ ତାହା ଉଦାହରଣ ସୃଷ୍ଟି କରିଥିଲା । ସାଉଁଟି ଥିଲା ପ୍ରଶଂସା ।

ସୋସିଆଲ ମିଡିଆରେ ଘୁରି ବୁଲିଥିଲା ହୃଦୟ ବିଦାରକ ଦୃଶ୍ୟ: ବାହାନଗା ଟ୍ରେନ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଘୁରି ବୁଲିଥିଲା ଦୁର୍ଘଟଣା ପରର କିଛି ହୃଦୟ ବିଦାରକ ଦୃଶ୍ୟ । କୁଢ କୁଢ ମୃତଦେହ ମଧ୍ୟରୁ ସମ୍ପର୍କୀୟଙ୍କୁ ଖୋଜୁଥିଲେ ଲୋକେ । ଜଣେ ବୃଦ୍ଧ ବାପା ଆସି ନିଜ ପୁଅକୁ ଶହ ଶହ ମୃତଦେହ ମଧ୍ୟରୁ ଖୋଜୁଥିଲେ । ସେହି ଦୃଶ୍ୟ ସମସ୍ତ ମନକୁ ବ୍ୟଥିତ କରିଥିଲା । ଅନ୍ୟ ରାଜ୍ୟରୁ ଓଡିଶା ଆସି ପୁଅକୁ ମୃତଦେହ ମଧ୍ୟରେ ଚିହ୍ନିବାକୁ ଚେଷ୍ଟା କରୁଥିଲେ ବୃଦ୍ଧ ଜଣକ ।

ଦୁର୍ଘଟଣାର କାରଣ: ବାହାନଗା ଷ୍ଟେସନ ପାଖରରେ ଥିବା ଗେଟ୍ ନମ୍ବର 94ରେ ଲେଭଲ କ୍ରସିଂର ମରାମତି କାମ ଟ୍ରେନ ଦୁର୍ଘଟଣାର ଏକ ପ୍ରମୁଖ କାରଣ‌ ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି । ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ହୋଇଥିଲା । ହେଲେ ସେ ଏଥିପାଇଁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନନେଇ ଅନ୍ୟ ଏକ ଗେଟ 79 ନମ୍ବର ସର୍କିଟ ଡାଏଗ୍ରାମ ଆଧାରରେ ମରାମତି କାମ କରିଥିଲେ ବୋଲି ସିବିଆଇ ପକ୍ଷରୁ ଦର୍ଶାଯାଇଥିଲା ।

ମୃତଦେହ ଚିହ୍ନି ପାରିନଥିଲେ ସମ୍ପର୍କୀୟ: ଟ୍ରେନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରେ ପ୍ରାଣ ହରାଇଥିବା ଯାତ୍ରୀଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଥିଲା । ସବୁଠାରୁ ଅଧିକ ଆହ୍ବାନପୂର୍ଣ୍ଣ ଥିଲା ମୃତଦେହ ଚିହ୍ନଟ କରିବା ଓ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା । ଏଥିପାଇଁ ଓଡିଶା ସରକାର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ । ଚିହ୍ନଟ ହୋଇନଥିବା ମୃତଦେହଗୁଡିକୁ ଭୁବନେଶ୍ବର ଏମ୍ସରେ ରଖାଯାଇଥିଲା । ତଥାପି ଶେଷ ପର୍ଯ୍ୟନ୍ତ ସମସ୍ତ ମୃତକଙ୍କ ମୃତଦେହ ଚିହ୍ନଟ ଓ ହସ୍ତାନ୍ତରଣ ପ୍ରକ୍ରିୟା ଶେଷ ହୋଇପାରିନଥିଲା । ଅକ୍ଟୋବର 11 ତାରିଖରେ ଚିହ୍ନଟ ହୋଇପାରିନଥିବା 28 ମୃତଦେହକୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଶେଷକୃତ୍ୟ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.