ETV Bharat / state

ଢେଙ୍କାନାଳରେ ଅଘଟଣ, କୂଅରେ ପଡି ଶିଶୁ କନ୍ୟା ମୃତ - girl died after falling in well - GIRL DIED AFTER FALLING IN WELL

Child died after falling in well: ଢେଙ୍କାନାଳ ଜିଲ୍ଲା ଅଳସୁଆ ହାଟ ସାହିରେ କୂଅରେ ପଡି ଏକ ବର୍ଷର ଶିଶୁ କନ୍ୟା ମୃତ । ଅଧିକ ପଢନ୍ତୁ

କୂଅରେ ପଡି ଶିଶୁ କନ୍ୟା ମୃତ
କୂଅରେ ପଡି ଶିଶୁ କନ୍ୟା ମୃତ
author img

By ETV Bharat Odisha Team

Published : Apr 7, 2024, 9:57 AM IST

Updated : Apr 7, 2024, 12:42 PM IST

କୂଅରେ ପଡି ଶିଶୁ କନ୍ୟା ମୃତ

ଢେଙ୍କାନାଳ: ଜିଲ୍ଲାର ଅଳସୁଆ ହାଟ ସାହିରେ ଅଘଟଣ । କୂଅରେ ପଡି ଏକ ବର୍ଷର ଶିଶୁ କନ୍ୟା ମୃତ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଶିଶୁର ମୃତଦେହ କୂଅରୁ ଉଦ୍ଧାର କରିଛି । ତେବେ ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ମୁତାବକ, ଗତକାଲି(ଶନିବାର) ସନ୍ଧ୍ୟାବେଳେ ଶିଶୁଟି ଘର ଅଗଣାରେ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ କୂଅରେ ପଡିଯାଇଥିଲା । ଏନେଇ ସଙ୍ଗେ ସଙ୍ଗେ ପରିବାର ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

ତେବେ ମୃତ ଶିଶୁ କନ୍ୟାର ବୟସ ମାତ୍ର ଏକ ବର୍ଷ । ଶିଶୁଟି ଅଳସୁଆ ହାଟ ସାହିର ଅଶୋକ ଭୁତିଆଙ୍କ ଝିଅ ବୋଲି ଜଣାପଡିଛି । ଝିଅଟି ଖେଳୁଥିବା ବେଳେ ତାଙ୍କ ଘର ପାଖରେ ଥିବା 30ଫୁଟ ଗଭୀର କୂଅରେ ପଡିଯାଇଥିଲା । ଏଭଳି ହୃଦୟ ବିଦାରକ ଘଟଣା ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି l

ଏହା ମଧ୍ୟ ପଢନ୍ତୁ-ନଟଖଟା ଗାଁରେ ଅଘଟଣ, କୂଅରେ ପଡି ୨ ଭାଇ ମୃତ

ଏହା ମଧ୍ୟ ପଢନ୍ତୁ-ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅରେ ଗଲା ଜୀବନ: ଜଣେ ମୃତ,୨ ଗୁରୁତର

ସେହିପରି ଗତ କିଛି ମାସ ପୂର୍ବେ ଜିଲ୍ଲାର ଭାପୁର ନଟଖଟା ଗାଁରେ ଦିନ ମଜୁରିଆ ଦମ୍ପତିଙ୍କର ୪ ବର୍ଷ ଓ ୬ ବର୍ଷର ଦୁଇ ଶିଶୁ କୂଅରେ ପଡିଯିବା ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ମୃତ ଶିଶୁଙ୍କ ବାପା କମ୍ପାନୀ ପ୍ରଧାନ ଓ ମାଆ ସରସ୍ବତୀ ପ୍ରଧାନ ଗତକାଲି ଦୁଇପୁଅ ଓ ଝିଅକୁ ଘରେ ଛାଡି ଧାନ କାଟିବାକୁ ଯାଇଥିଲେ । ଫେରି ଦେଖିବା ବେଳକୁ ଦୁଇ ପୁଅ ନିଖୋଜ ଥିଲେ । ଗ୍ରାମବାସୀ ଓ ଭାପୁର ପୋଲିସ ବହୁ ଖୋଜାଖୋଜି କରି ନପାଇ ନିରାଶ ହୋଇଥିଲେ । ଘଟଣାର ପରଦିନ ସକାଳୁ ଘରଠାରୁ ଅଳ୍ପ ଦୂରରେ ଥିବା ଏକ କୂଅରେ ଦୁଇ ଶିଶୁ ପଡିଥିବାର ଦେଖିଥିଲେ ଗ୍ରାମବାସୀ । ପରେ କୂଅ ଭିତରୁ ଦମକଳ ବାହିନୀ ସହାୟତାରେ ଉଭୟ ମୃତ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Apr 7, 2024, 12:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.