ETV Bharat / state

ନନ୍ଦନକାନନରେ ଆଖି ବୁଜିଲା ହାତୀ ଶାବକ ଅଭି, ‘ହରପିସ’ରେ ଥିଲା ସଂକ୍ରମିତ - Baby elephant dies

author img

By ETV Bharat Odisha Team

Published : 4 hours ago

Baby elephant Abhi dies: ‘ହରପିସ’ରେ ସଂକ୍ରମିତ ହୋଇ ଆଖି ବୁଜିଲା ନନ୍ଦନକାନନର ଆଉ ଏକ ହାତୀ । ହାତୀ ଶାବକ ଅଭିର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Baby elephant Abhi dies
Baby elephant Abhi dies (ETV BHARAT ODISHA)

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ଶାବକ ‘ଅଭି’ର ମୃତ୍ୟୁ ଘଟିଛି । ହରପିସ୍‌ ସଂକ୍ରମଣରେ ୧୭ ମାସର ଅଣ୍ଡିରା ହାତୀ ‘ଅଭି’ର ମୃତ୍ୟୁ ହୋଇଥିବା ଜଣାପଡିଛି । ଗତ ଏକ ସପ୍ତାହ ଧରି ଅଭି ଚିକିତ୍ସାଧିନ ରହିଥିଲା । ଶରୀରରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ପାଇବା କାରଣରୁ ପ୍ରାଣୀ ଚିକିତ୍ସକମାନେ ଚିକିତ୍ସା କରୁଥିଲେ । ରୋଗରେ ଆକ୍ରାନ୍ତ ଯୋଗୁଁ ଅଭି ଠିକ ଭାବରେ ଖାଦ୍ୟ ଗ୍ରହଣ କରିପାରୁ ନଥିଲା । ଉଭୟ ଚିକିତ୍ସକ ଓ ମାହୁନ୍ତ ଅଭି ଉପରେ ୨୪ ଘଣ୍ଟିଆ ନଜର ରଖିଥିଲେ। । ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ନହେବାରୁ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ପରୀକ୍ଷା ରିପୋର୍ଟରେ ହରପିସ ପଜିଟିଭ ଆସିଥିବା ଜଣାପଡିଥିଲା ।

ହରପିସରେ ପୀଡିତ ଥିଲା ଅଭି:-

ଅଭି ଦୀର୍ଘ ଦିନ ଧରି ରୋଗରେ ପଡିଥିଲା । ଶରୀରରେ ତାପମାତ୍ରା ଅଧିକ ରହୁଥିଲା । ତେବେ ପରୀକ୍ଷା ପାଇଁ ରକ୍ତ ନମୁନା ପଠାଯାଇଥିବା ବେଳେ ଅଭିର ରକ୍ତ ନମୁନା EEHV ସଂକ୍ରମଣ ପାଇଁ ଲାବ୍ରୋଟୋରୀ ରିପୋର୍ଟ ସକାରାତ୍ମକ ଆସିଥିଲା । ପରୀକ୍ଷା ପାଇଁ ପଠାଯାଇଥିବା ନମୁନା EEHV ପାଇଁ ୧୯ ତାରିଖରେ ନକରାତ୍ମକ ଥିଲା । ସେବେଠାରୁ ଏହା CWHର ବିଶେଷଜ୍ଞ ତଥା ଦେଶର ଅନ୍ୟ EEHV ବିଶେଷଜ୍ଞଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲା ଅଭି ।

ଏହା ମଧ୍ୟ ପଢନ୍ତୁ-ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ଜିରାଫ ଖୁସିକୁ ମିଳିଲା 2 ଜିରାଫ ସାଥି - Nandankanan Zoo gets 2 Giraffes

ଏହା ମଧ୍ୟ ପଢନ୍ତୁ-ଖୁସି ଖବର ଦେଲା ସିଂହୀ ବିଜିଲି, ନନ୍ଦନକାନନକୁ ଆସିଲେ 5 ନୂଆ ଅତିଥି - Lioness Bijli Gives Birth to 5 Cubs

ଅଭି କେବେ ଆସିଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ:-

ଅଭିକୁ ୨୦୨୩ ଜୁନ ମାସ ୨୫ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁରୁ ଉଦ୍ଧାର କରାଯାଇଥିଲା । ସେହି ସମୟରେ ତାକୁ ୨ ମାସ ବୟସ ହୋଇଥିଲା । ଘଟଗାଁରୁ ଉଦ୍ଧାର କରି ନନ୍ଦନକାନନକୁ ପ୍ରାଣୀ ଅଣାଯାଇଥିଲା ।

ଅଭିର ଚିକିସା:-

ଆଣ୍ଟି-ଭାଇରାଲ୍ ଔଷଧ, ଆଣ୍ଟିବାୟୋଟିକ୍ ଏବଂ ଅନ୍ୟାନ୍ୟ ସହାୟକ ଔଷଧ ସହିତ ହାତୀର ଚିକିତ୍ସା କରାଯାଇଥିଲା । CWHର ବିଶେଷଜ୍ଞମାନେ ମଧ୍ୟ ଦୁଇଥର ପରିଦର୍ଶନ କରିଥିଲେ । ୨୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ହାତୀକୁ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ୨୫ ତାରିଖ ରାତିରୁ ଫିଡ୍ ନେବା ଆରମ୍ଭ କରିଥିଲା ଏବଂ ସକ୍ରିୟ ଦେଖାଯାଉଥିଲା । କିନ୍ତୁ ୨୬ ତାରିଖରେ ହଠାତ୍ ତ୍ରୁଟିପୂର୍ଣ୍ଣ ଆଚରଣ ଦେଖାଇବାକୁ ଲାଗିଲା ଏବଂ ଜୋରରେ ଚିତ୍କାର କଲା, ବାରମ୍ବାର ବସି ଉଠିଲା । ସଙ୍ଗେ ସଙ୍ଗେ ଅମ୍ଳଜାନ ଯୋଗାଇ ଦିଆଗଲା ଏବଂ ଜୀବନ ରକ୍ଷାକାରୀ ଔଷଧ ଦିଆଗଲା । କିନ୍ତୁ ସମସ୍ତ ଉଦ୍ୟମ ସତ୍ତ୍ବେ ଅଭିର ମୃତ୍ୟୁ ଘଟିଥିଲା । ହରପିସ ସଂକ୍ରମଣ କଣ ?

ସାଧାରଣ ଭାବରେ ଚିଡିଆଖାନାରେ ରହୁଥିବା ହାତୀ ଏବଂ ଜଙ୍ଗଲରେ ରହୁଥିବା ହାତୀଙ୍କୁ ଏହି ସଂକ୍ରମଣ ହୋଇଥାଏ । ମଣିଷମାନଙ୍କ ଶରୀରରେ ମଧ୍ୟ ଏହି ସଂକ୍ରମଣ ଦେଖାଯାଇଥାଏ । ଏଲିଫାଣ୍ଟ ହର୍ପିସ ଭାଇରସର ଅନ୍ୟ ନାଁ ହେଉଛି ଏଣ୍ଡୋଥେଲିଓ ହର୍ପିସ ଭାଇରସ (EEHV) । ୧୯୯୫ ମସିହାରେ ପ୍ରଥମ ଥର ଏହି ଭାଇରସ ସଂକ୍ରମଣରେ ୧୬ ମାସର ହାତୀ ଛୁଆ ‘କୁମାରୀ’ର ମୃତ୍ୟୁ ଘଟିଥିଲା । ଏ ପର୍ଯ୍ୟନ୍ତ ୧୪ ପ୍ରକାରର ଏଲିଫାଣ୍ଟ ହର୍ପିସ ଭାଇରସ ଚିହ୍ନଟ କରାଯାଇଛି । ଏହି ଭାଇରସ ମଣିଷମାନଙ୍କ ପାଇଁ ଅଧିକ ବିପଦ ନହୋଇଥିବା ବେଳେ କିନ୍ତୁ ହାତୀମାନଙ୍କ କ୍ଷେତ୍ରରେ ଏହା ଅତ୍ୟଧିକ ବିପଦପୂର୍ଣ୍ଣ ଅଟେ ।

ରାଜ୍ୟରେ ହରପିସରେ ଆକ୍ରାନ୍ତ ହାତୀଙ୍କ ମୃତ୍ୟୁ:-

‘ଗୌରୀ’ ନାମକ ହାତୀ ହରପିସ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲା ଓ ପଶୁ ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ଚିକିତ୍ସା ଚାଲିଥିଲା । ଗୌରୀର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ୪କୁ ହ୍ରାସ ପାଇଥିଲା । ୨୦୧୨ ଡିସେମ୍ବରରେ ଗୌରୀକୁ ଆଠଗଡ଼ ବନାଞ୍ଚଳରୁ ଅଣାଯାଇଥିଲା । ଅଗଷ୍ଟ ୨୫ ତାରିଖରୁ ସେପ୍ଟେମ୍ବର ୨୧ ତାରିଖ ମଧ୍ୟରେ ନନ୍ଦନକାନନରେ କ୍ରମାଗତ ୪ଟି ହାତୀର ମୃତ୍ୟୁ ହେବାପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଥିଲା । ଏପରିକି ଅଗଷ୍ଟ ୨୫ ତାରିଖରେ ମାଈ ହାତୀ ‘ଜୁଲି’, ସେପ୍ଟେମ୍ବର ୧୫ ତାରିଖରେ ଏକମାତ୍ର ଦନ୍ତା ହାତୀ ‘ଚନ୍ଦନ’, ସେପ୍ଟେମ୍ବର ୨୦ ତାରିଖରେ ‘କମଳା’ର ମୃତ୍ୟୁ ପରେ ଏବେ ‘ଗୌରୀ’ର ମୃତ୍ୟୁ ପର୍ଯ୍ୟଟକଙ୍କୁ ନିରାଶ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.