ETV Bharat / state

ଲୋକପ୍ରିୟ ହେବାରେ ଲାଗିଛି 'ସି ଭିଜିଲ ଆପ', ପୁରୀରୁ ସର୍ବାଧିକ ଅଭିଯୋଗ - C VIGIL app - C VIGIL APP

Awareness ABOUT C VIGIL APP: ସ୍ବଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ 'ସି ଭିଜିଲ ଆପ' ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାର ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଆଗେଇ ଆସିଛି ଆସୋସିଏସନ ଅଫ ଟ୍ଵିଟର୍ ଆକ୍ଟିଭିଷ୍ଟ । ଅଧିକ ପଢନ୍ତୁ

ଲୋକପ୍ରିୟ ହେବାରେ ଲାଗିଛି 'ସି ଭିଜିଲ ଆପ', ପୁରୀରୁ ସର୍ବାଧିକ ଅଭିଯୋଗ

author img

By ETV Bharat Odisha Team

Published : Apr 15, 2024, 9:58 PM IST

ଲୋକପ୍ରିୟ ହେବାରେ ଲାଗିଛି 'ସି ଭିଜିଲ ଆପ', ପୁରୀରୁ ସର୍ବାଧିକ ଅଭିଯୋଗ

ପୁରୀ: ଆଉ କିଛି ଦିନ ଭିତରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ନିର୍ବାଚନରେ ସ୍ଵଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ନେଇ ନାଗରିକମାନଙ୍କୁ ସଚେତନ କରାଯାଉଛି । ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହେଉଥିଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସି-ଭିଜିଲ୍ ଆପ୍ଲିକେସନ ସହାୟକ ହେଉଛି । ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସ୍ଵତନ୍ତ୍ର ବ୍ୟବସ୍ଥା ଭୋଟରମାନେ ସଠିକ୍ ଭାବେ ଜାଣିନାହାନ୍ତି । ତେଣୁ ଏହାର ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଆଗେଇ ଆସିଛି ପୁରୀର ଆସୋସିଏସନ ଅଫ ଟ୍ଵିଟର୍ ଆକ୍ଟିଭିଷ୍ଟ । ସି-ଭିଜିଲ୍ ଆପ୍ଲିକେସନ ପ୍ରଚାର ପ୍ରସାର ହେଲେ ହିଁ ସ୍ବଚ୍ଛ ନିର୍ବାଚନ ହୋଇ ପାରିବ ବୋଲି କହିଛି ସଂଗଠନ ।

ସୂଚନା ଅନୁସାରେ ଏପର୍ଯ୍ୟନ୍ତ ପୁରୀରେ ସି-ଭିଜିଲ ଆପ୍ ଜରିଆରେ ୩୭୫ଟି ଅଭିଯୋଗ ହୋଇଛି । ଏଥିମଧ୍ୟରୁ ୩୧୯ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅର୍ଥାତ ଅଭିଯୋଗ ପରେ ଏପର୍ଯ୍ୟନ୍ତ ୮୫ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି । ସଚେତନ ନାଗରିକମାନେ ଏହି ସି-ଭିଜିଲ୍ ଆପ୍‌ ଉପଯୋଗ କରି ସ୍ବଚ୍ଛ ନିର୍ବାଚନ ପରିଚାଳନାରେ ଭାଗିଦାରୀ ହେବାକୁ ଆସୋସିଏସନ ଅଫ ଟ୍ଵିଟର୍ ଆକ୍ଟିଭିଷ୍ଟ (ଅଟା) ପକ୍ଷରୁ ନିବେଦନ କରାଯାଇଛି । ଏହି ଆପ୍ ଜରିଆରେ ଅଭିଯୋଗ କରିଲେ ୧୦୦ ମିନିଟ୍ ଭିତରେ ଅଭିଯୋଗର ସମାଧାନ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ.....ପାଖେଇ ଆସୁଛି ଗଣତନ୍ତ୍ରର ମହାପର୍ବ, ଭୋଟ ଦେବାକୁ ଭୋଟରଙ୍କୁ କ୍ରିକେଟର ଶୁଭ୍ରାଂଶୁଙ୍କ ଅପିଲ୍‌ - Voter Awareness Program

ଏହା ମଧ୍ୟ ପଢନ୍ତୁ .....ଶିକ୍ଷାନୁଷ୍ଠାନରେ ଭୋଟ ସଚେତନତା, ମତଦାତାଙ୍କୁ ଦିଆଯିବ ଅଡିଓ-ଭିଡିଓ ଟ୍ରେନିଂ - VOTER AWARENESS PROGRAM

ପୁରୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ବିସ୍ମୟ ମିଶ୍ର କହିଛନ୍ତି ଯେ, ପୁରୀରେ ଏଯାଏଁ ସି-ଭିଜିଲ୍ ଆପ୍ ଜରିଆରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ସର୍ବାଧିକ ଅଭିଯୋଗ ହୋଇଛି । ପୁରୀ ସଦରରୁ ଜଣେ ବ୍ୟକ୍ତି ସର୍ବାଧିକ ୪୫ଟି ଅଭିଯୋଗ କରିଛନ୍ତି । ଏହି ଆପ୍ ବାବଦରେ ସଚେତନତା ବଢ଼ିଥିବାରୁ ବହୁ ସ୍ଥାନରେ ଅବ୍ୟବସ୍ଥାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଏହାକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତା ରହିଛି । ଏନେଇ ଅଟା ପକ୍ଷରୁ ସର୍ବସାଧାରଣ ସ୍ଥାନରେ ୫ ହଜାର ଲିଫଲେଟ୍ ବଣ୍ଟନ କରାଯିବ । ଏହି ଆପର ଉପଯୋଗ ବାବଦରେ ଲୋକଙ୍କୁ ସଚେତନ କରାଯିବା ସହ ସାମାଜିକ ଗଣମାଧ୍ୟମରେ ବ୍ୟାପକ ସଚେତନ କରାଯିବ । ତେବେ ଏହି କାର୍ଯ୍ୟକ୍ରମରେ ସଂଗଠନର ଦୀପକ ପ୍ରଧାନ, ମାନସ ରଥ, ପାପିୟା ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.