ETV Bharat / state

ସାଇଡ ମରାକୁ ନେଇ ତୁମୁଳକାଣ୍ଡ, ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

author img

By ETV Bharat Odisha Team

Published : Feb 13, 2024, 5:46 PM IST

Balasore Auto Driver Attacked: ସାମାନ୍ୟ ବଚସାକୁ ନେଇ ତୁମୁଳକାଣ୍ଡ । ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

ସାଇଡ ମରାକୁ ନେଇ ତୁମୁଳକାଣ୍ଡ
ସାଇଡ ମରାକୁ ନେଇ ତୁମୁଳକାଣ୍ଡ
ସାଇଡ ମରାକୁ ନେଇ ତୁମୁଳକାଣ୍ଡ

ବାଲେଶ୍ବର: ସାମାନ୍ୟ ବଚସାକୁ ନେଇ ତୁମୁଳକାଣ୍ଡ । ସାଇଡ ମରିବା ଘଟଣାକୁ କେନ୍ଦ୍ର କରି ଜୋରଦାର ଗଣ୍ଡଗୋଳ ହୋଇ ଅଟୋ ଚାଳକ ଯୁବକଙ୍କୁ ଆକ୍ରମଣ । ମରଣାନ୍ତକ ଆକ୍ରମଣ କରାଯାଇଥିବା ଯୁବକ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଆକ୍ରମଣକାରୀ ଦୁଇଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ସେପଟେ ଗଣ୍ଡଗୋଳ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ବଜାରରେ ଏବେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ନହେବା ପାଇଁ ପୋଲିସ ମୁତୟନ କରାଯାଇଛି । ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ତୁଡିଗଡ଼ିଆ ବଜାରରେ ।

ସୂଚନା ଅନୁସାରେ, ଦୁଇଦିନ ତଳେ ଖଇରା ବ୍ଲକ ଡାଲଙ୍ଗ ଗ୍ରାମର ଅଜୟ କୁମାରସାହୁ ନିଜ ଅଟୋ ନେଇ ଯାଉଥିବା ବେଳେ ତୁଡ଼ିଗଡ଼ିଆ ବଜାରରେ ଛିଡ଼ା ହୋଇଥିବା ସ୍ଥାନୀୟ ଅଞ୍ଚଳର ଯୁବକ ଶିବନାଥଙ୍କ ଗାଡିକୁ ସାଇଡ ମାରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସେଠାରେ ଝଗଡ଼ା ହୋଇଥିଲା । ମାତ୍ର ଏହି ଘଟଣାକୁ ନେଇ ଶିବନାଥ ରାଗ ରଖିଥିଲେ ଏବଂ ଅଜୟଙ୍କୁ ଆକ୍ରମଣ କରିବା ପାଇଁ ମୌକା ଖୋଜୁଥିଲେ । ଗତକାଲି ବିଳମ୍ବିତ ରାତିରେ ଅଜୟ କୌଣସି କାମରେ ତୁଡ଼ିଗଡ଼ିଆ ବଜାରକୁ ଆସିଥିବା ବେଳେ ଶିବନାଥ ଏବଂ ତାଙ୍କର କିଛି ସହଯୋଗୀ ମିଶି ଅଜୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବଜାରରେ ଏମିତି ଗଣ୍ଡଗୋଳ ପରିସ୍ଥିତି ଦେଖି ସ୍ଥାନୀୟ ଅଞ୍ଚଳର କିଛି ସମାଜସେବୀ ଗଣ୍ଡଗୋଳ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିଫଳ ହେବାପରେ ଘଟଣାସ୍ଥଳରେ ଖଇରା ପୋଲିସ ପହଞ୍ଚିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....ସୁନ୍ଦରପଦାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ସିସିଟିଭିରେ ଦୃଶ୍ୟ କଏଦ

ସେପଟେ ଶିବନାଥଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ଅଜୟ ବାଲେଶ୍ଵର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଏହି ଗଣ୍ଡଗୋଳର ଏବଂ ଆକ୍ରମଣର ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସମୁଦାୟ 6 ଜଣ ଆକ୍ରମଣକାରୀଙ୍କୁ ପୋଲିସ ଚିହ୍ନଟ କରିଥିବା ବେଳେ ଆଜି ଭୋର ସମୟରେ ଦୁଇଜଣ ଆକ୍ରମଣକାରୀଙ୍କୁ ଘରୁ ଉଠାଇ ନେଇଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ପରିସ୍ଥିତି ଅଣାୟତ ହେବାରୁ ସୋର ଏବଂ ଖଇରା ପୋଲିସ ରାତିସାରା ତୁଡିଗଡ଼ିଆ ବଜାରରେ ପାଇଁତରା ମାରିଥିଲା । ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଅଜୟଙ୍କୁ ଆକ୍ରମଣ ଫଳରେ ତାଙ୍କର ମୁହଁ ଓ ଆଖିରେ ଗଭୀର ଆଘାତ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.