ETV Bharat / state

ଆସୁଛି କୁଟୁମ୍ବ ଯୋଜନା; ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ପେନସନ - Kutumba Yojana - KUTUMBA YOJANA

Pension for freedom fighter family: ଅଗଷ୍ଟ କ୍ରାନ୍ତି ଦିବସରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଆଗକୁ ସ୍ବାଧୀନାତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ପେନସନ । ଏହି ଯୋଜନା ଆଗତ ନେଇ ଚାଲିଛି ବିଚାର ବିମର୍ଷ । ଅଧିକ ପଢନ୍ତୁ

Kutumba Yojana
Kutumba Yojana (ETV Bharat Odisha)
author img

By ETV Bharat Odisha Team

Published : Aug 9, 2024, 7:18 PM IST

Updated : Aug 9, 2024, 7:53 PM IST

ଭୁବନେଶ୍ବର: ବର୍ତ୍ତମାନ ସମୟର ସବୁ ସଫଳତା ଓ ସବୁ ଆନନ୍ଦ ପଛରେ ରହିଛି ଆମର ମହାନ ସ୍ବାଧୀନତା ସଂଗ୍ରାମୀଙ୍କର ଚରମ ତ୍ୟାଗ ଓ ବଳିଦାନ । ତେଣୁ ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀଙ୍କର ପରିବାରକୁ ଚିହ୍ନଟ କରିବେ । ସେମାନଙ୍କୁ ପରିଚୟ ଦେବା ସହିତ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ । ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।

ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ପେନସନ (ETV Bharat Odisha)

ଯୋଜନା ନେଇ ଚାଲିଛି ବିଚାର ବିମର୍ଷ:-

ମୁଖ୍ୟମନ୍ତ୍ରୀ କହିଛନ୍ତି, "ନୂଆ ସରକାର କୁଟୁମ୍ବ ଯୋଜନା କରିଛନ୍ତି । ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରି ପରିଚୟ ଓ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ । ଏହି ଯୋଜନାରେ ସ୍ବାଧୀନତା ସଂଗ୍ରାମୀଙ୍କର ପରିବାରକୁ ପେନସନ ପ୍ରଦାନ କରିବା ପାଇଁ ମଧ୍ୟ ବିଚାର କରୁଛନ୍ତି । କାରଣ ଆମର ସବୁ ସଫଳତା, ଖୁସି, ଆନନ୍ଦ ପଛରେ ରହିଛି ଆମର ସ୍ବାଧୀନତା ସଂଗ୍ରାମୀଙ୍କର ମହାନ ତ୍ୟାଗ । ତେଣୁ କୁଟୁମ୍ବ ଯୋଜନାରେ ସଂଗ୍ରାମୀଙ୍କ ପରିବାରକୁ କୁଟୁମ୍ବ ପେନସନ ଦେବାକୁ ସରକାର ବିଚାର କରୁଛନ୍ତି ।"

କ୍ରାନ୍ତି ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ
କ୍ରାନ୍ତି ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ଅଗଷ୍ଟ କ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ:-

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆଜି ଭାରତର ସଂଗ୍ରାମ ଇତିହାସର ଏକ ପବିତ୍ର ଦିନ । ଅଗଷ୍ଟ କ୍ରାନ୍ତି ଦେଶର ଇତିହାସର ଦିଗ ପରିବର୍ତ୍ତନ କରିଥିଲା । ସ୍ବାଧୀନତା ପାଇଁ ପଥ ଉନ୍ମୁକ୍ତ କରିଥିଲା । ଆଜିର ଦିନଟି ହେଉଛି ଦେଶ ପାଇଁ ଅସୀମ ତ୍ୟାଗ କରିଥିବା ସଂଗ୍ରାମୀଙ୍କ ସଂଘର୍ଷ ଓ ବଳିଦାନକୁ ସ୍ମରଣ କରି ସେମାନଙ୍କ ଜୀବନରୁ ପ୍ରେରଣା ନେବାର ଦିନ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ସାରା ଭାରତର କୋଣ ଅନୁକୋଣରେ ପରିବ୍ୟାପ୍ତ ହୋଇଥିଲା । ଭାରତ ଛାଡ ଆନ୍ଦୋଳନ ଥିଲା ବାସ୍ତବରେ ଏକ ସର୍ବଭାରତୀୟ ଆନ୍ଦୋଳନ । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ, ଧନୀ ଗରିବ ସମସ୍ତେ ଏ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।"

ମନେ ପକାଇଲେ ସଂଗ୍ରାମୀଙ୍କ ବଳିଦାନ:-

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡିଶାରେ ମଧ୍ୟ ଏ ଆନ୍ଦୋଳନର ପ୍ରଭାବ ସର୍ବବ୍ୟାପୀ ଥିଲା । ନବକୃଷ୍ଣ ଚୌଧରୀ, ହରେକୃଷ୍ଣ ମହତାବ, ବିଶ୍ବନାଥ ଦାସ, ଆଚାର୍ଯ୍ୟ ହରିହର ଓ ଆହୁରି ଅନେକ ନେତୃବୃନ୍ଦ ଗିରଫ ହୋଇଥିଲେ । କୋରାପୁଟରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଜୋରଦାର ଆନ୍ଦୋଳନ ହୋଇଥିଲା । ଶେଷରେ ଲକ୍ଷ୍ମଣ ନାୟକଙ୍କୁ ଚରମ ବଳିଦାନ ଦେବାକୁ ପଡିଥିଲା । ଏ ସଂଗ୍ରାମ, ଏ ତ୍ୟାଗ ବାସ୍ତବରେ ଆଜିର ସମାଜ ପକ୍ଷରେ ଚିନ୍ତା କରିବା ମଧ୍ୟ କଷ୍ଟସାଧ୍ୟ । ସେଇ ମହାପୁରୁଷମାନଙ୍କ ତ୍ୟାଗର ଫଳ ହେଉଛି ଆଜିର ଉଦିତ ଭାରତ । ଆଜି ଆମର ବ୍ୟକ୍ତିଗତ ବା ସାମୁହିକ- ଯେ କୌଣସି କ୍ଷେତ୍ରରେ ଆମେ ଯଦି କିଛି ସଫଳତା ହାସଲ କରୁଛୁ, ଆମେ ଯଦି ଖୁସି ବା ଆନନ୍ଦିତ ହେଉଛୁ, ତେବେ ମନେ ରଖିବା ଦରକାର ଯେ ଆମର ଏ ସଫଳତା, ଖୁସି, ଆନନ୍ଦ ପଛରେ ରହିଛି ଆମର ସଂଗ୍ରାମୀଙ୍କର ମହାନ ତ୍ୟାଗ ।"

ଏହା ବି ପଢନ୍ତୁ-ଅଗଷ୍ଟ କ୍ରାନ୍ତି ଦିବସ; ବ୍ରିଟିଶ ଶାସନ ପତନର ଅୟମାରମ୍ଭ, ଯେବେ ବାପୁ କହିଥିଲେ 'କର ବା ମର'

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,"ସମଗ୍ର ଦେଶ ଏକାଠି ହୋଇ ବ୍ରିଟିଶ ସରକାର ବିରୁଦ୍ଧରେ ଲଢିଲେ, ସ୍ବାଧୀନତାର ରାସ୍ତା ଫିଟିଥିଲା । ଯେତେବେଳେ ଅନ୍ୟାୟ ଅତ୍ୟାଚାର ବଢିଛି ସେତେବେଳେ କ୍ରାନ୍ତି ଆରମ୍ଭ ହୋଇଛି । ସେ ପ୍ରକ୍ରିୟା ଆଜି ବି ଜାରି ରହିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ଶହୀଦ ସ୍ତମ୍ଭ ଆଜି ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଦେଉଛି, ପ୍ରୋତ୍ସାହନ ଦେଉଛି । ଆଜିର ଏଭଳି କାର୍ଯ୍ୟକ୍ରମ ସାମୁହିକ ସ୍ତରରେ ହେବା ଆବଶ୍ୟକ । ଅନେକ ପ୍ରଚ୍ଛଦପଟର ସଂଗ୍ରାମୀଙ୍କୁ ଚିହ୍ନଟ କରିବାର ଦାୟିତ୍ବ ସଂସ୍କୃତି ବିଭାଗ ଗ୍ରହଣ କରିଛି ।"

ଏହା ବି ପଢନ୍ତୁ- ବିଶ୍ବ ଜନଜାତି ଦିବସରେ ଉଠିଲା ବଡ଼ ଦାବି; ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଦିଆଯାଉ ସଂରକ୍ଷଣ

ମୁଖ୍ୟମନ୍ତ୍ରୀ ପ୍ରଥମେ ଶହୀଦ ସ୍ତମ୍ବରେ ପୁଷ୍ପ ପ୍ରଦାନ କରି ଶହୀଦ ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଉପସ୍ଥିତ ସ୍ବାଧୀନତା ସଂଗ୍ରାମୀମାନଙ୍କର ପରିବାରର ସଦସ୍ୟମାନଙ୍କୁ ସମ୍ମାନିତ କରିଛନ୍ତି । କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ମଧ୍ୟ ଯୋଗ ଦେଇ ଶହୀଦଙ୍କ ସ୍ମୃତିଚାରଣ କରିଛନ୍ତି । କାର୍ଯ୍ୟକ୍ରମକୁ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ବିରୁପାକ୍ଷ ତ୍ରିପାଠୀ ଓ ଉପେନ୍ଦ୍ର ପାଢୀ ସଞ୍ଚାଳନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 9, 2024, 7:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.