ETV Bharat / state

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ, ୧୦ ଗିରଫ - ATTACK ON HIMANSHU ACCUSED ARRESTED

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ସଦର ପୋଲିସ ୧୦ ଜଣଙ୍କୁ ଗିରଫ । ଅଭିଯୁକ୍ତ କୋର୍ଟ ଚାଲାଣ । ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Attack On Dharmasala MLA Himanshu Sahoo
Attack On Dharmasala MLA Himanshu Sahoo (ETV Bharat Odisha)
author img

By ETV Bharat Odisha Team

Published : Nov 21, 2024, 6:34 PM IST

ଯାଜପୁର: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା । ୧୦ ଜଣଙ୍କୁ ଗିରଫ କରିଛି ପୋଲିସ । ଦାନଗଦି ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭିଯୁକ୍ତମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହାସହ ଅନ୍ୟ ଅଭୁଯୁକ୍ତଙ୍କୁ ଗିରଫ କରାଯିବ । ଏନେଇ ପୋଲିସ ପ୍ରଶାସନ ସଜାଗ ରହିଥିବା ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ।

ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ:

Attack On Dharmasala MLA Himanshu Sahoo (ETV Bharat Odisha)

ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ କହିଛନ୍ତି, "ଅତିରିକ୍ତ ଡିଜି ଓ ଯାଜପୁର ଏସପିଙ୍କ ସମେତ ଅନ୍ୟାନ୍ୟ ପୋଲିସ ପ୍ରଶାସନର ଅଧିକାରୀ ଯାଜପୁରରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ମୋ ସହ ଆଲୋଚନା କରିଛନ୍ତି । ଯାହା ଖବର ପାଇଛୁ ୧୦ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ସେଠାରେ ସକ୍ରିୟ ରହିଛନ୍ତି । ଅନ୍ୟ ଯେଉଁମାନେ ଏଥିରେ ସାମିଲ ଅଛନ୍ତି ସେମାନଙ୍କୁ ଗିରଫ କରାଯିବ । ଦୋଷୀମାନଙ୍କୁ ଗିରଫ କରାଯିବ । ରାଜ୍ୟ ସରକାର ମଧ୍ୟ ଏ ଘଟଣାକୁ ଗୁରୁତ୍ବର ସହିତ ନେଇଛନ୍ତି ।"

ଆକ୍ରମଣକାରୀଙ୍କ କିଙ୍ଗ ମେକରକୁ ଗିରଫ କରାଯିବ:

ବିଧାୟକ ହିମାଂଶୁ ସାହୁ ଆହୁରି ମଧ୍ୟ କହିଛନ୍ତି, ‘ଯାଜପୁରରେ ବିଜୁ ଜନତା ଦଳର ଗୁଣ୍ଡାଗର୍ଦ୍ଦି ପାଇଁ ଲୋକ ଭୟଭୀତ ଅଛନ୍ତି । ଭାରତୀୟ ଜନତା ପାର୍ଟି ଏଭଳି ଗୁଣ୍ଡାଗର୍ଦ୍ଦିକୁ ବରଦାସ୍ତ କରିବା ନାହିଁ । ଯେଭଳି ଏଭଳି କାର୍ଯ୍ୟର ପୁନରାବୃତ୍ତି ନହୁଏ ସେଥିପାଇଁ ସରକାର ତତ୍ପର ଅଛନ୍ତି । ଯେଉଁମାନେ ୨୫ ବର୍ଷ ଶାସନଭାରକୁ ନିଜ ମୁଠାରେ ରଖି ଏହାକୁ ନିଜ କଳ ବୋଲି ଭାବି ପ୍ରୟୋଗ କରୁଥିଲେ । ଆଜି ଯେତେବେଳେ ସେ କଳ ବନ୍ଦ ହୋଇଯାଉଛି ସେଥିପାଇଁ ଭୟଭୀତ ହୋଇ ଏଭଳି କାର୍ଯ୍ୟ କରୁଛନ୍ତି । ପାଖାପାଖି ୨୫ରୁ ୩୦ ଜଣ ଆକ୍ରମଣ କରିଥିଲେ । ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଚିହ୍ନଟ କରିବ । ଆକ୍ରମଣ କରିଥିବା ବ୍ୟକ୍ତିମାନଙ୍କର କିଙ୍ଗ ମେକରକୁ ଗିରଫ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ, ବବି ଦାସଙ୍କ ବିରୋଧରେ ଅଭିଯୋଗ

୧୦ ଜଣ ଗିରଫ:

ଏହି ଘଟଣା ପରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ କେହି ଆଇନକୁ ହାତକୁ ନନେଇ ଶାନ୍ତି ବଜାୟ ରଖିବାକୁ ହିମାଂଶୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ସେପଟେ ଏହି ଘଟଣାରେ ସମ୍ପୃକ୍ତି ଥିବା ୧୦ ଜଣ ଅଭିଯୁକ୍ତଙ୍କର ଦାନଗଦି ସ୍ୱାସ୍ଥ୍ୟକେନ୍ଦ୍ରରେ କଡା ସୁରକ୍ଷା ବଳୟରେ ଡାକ୍ତରୀ ମାଇନା ଶେଷ ହେଇଛି l ଆଜି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.