ETV Bharat / state

ଅଟ୍ରୀ ପ୍ୟାସେଞ୍ଜର ହଲ୍ଟ ନିର୍ମାଣକାର୍ଯ୍ୟ ଆରମ୍ଭ ; ଜୁନ 1ରେ ହେବ ଉଦଘାଟନ

author img

By ETV Bharat Odisha Team

Published : Feb 6, 2024, 8:36 PM IST

Atri Passenger Halt Station : ବହୁ ପ୍ରତୀକ୍ଷିତ ଅଟ୍ରୀ ରେଳ ପାସେଞ୍ଜର ହଲ୍ଟ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଖପାଖର ୨୦୦ ଟି ଗ୍ରାମରେ ରହୁଥିବା ଲୋକମାନେ ଲାଭାନ୍ବିତ ହେବେ । ଅଧିକ ପଢନ୍ତୁ

ଅଟ୍ରୀ ପ୍ୟାସେଞ୍ଜର ହଲ୍ଟ ନିର୍ମାଣକାର୍ଯ୍ୟ ଆରମ୍ଭ ; ଜୁନ 1ରେ ହେବ ଉଦଘାଟନ
ଅଟ୍ରୀ ପ୍ୟାସେଞ୍ଜର ହଲ୍ଟ ନିର୍ମାଣକାର୍ଯ୍ୟ ଆରମ୍ଭ ; ଜୁନ 1ରେ ହେବ ଉଦଘାଟନ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଦଶରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ବହୁ ପ୍ରତୀକ୍ଷିତ ଅଟ୍ରୀ ରେଳ ପାସେଞ୍ଜର ହଲ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ନୂତନ ଷ୍ଟେସନ ନିର୍ମାଣ କାର୍ଯ୍ୟକୁ ନଡ଼ିଆ ବାଡେଇ ଶୁଭାରମ୍ଭ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଷ୍ଟେସନ ପାଇଁ ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଡିଜାଇନ ପ୍ରସ୍ତୁତ କରାଯାଇଛି ଯାହାକର ନକ୍ସା ସାଂସଦ ଦେଖିଥିଲେ । ଏକ କୋଟି ଟଙ୍କା ବ୍ୟୟରେ ଏହି ନୂତନ ପ୍ୟାସେଞ୍ଜର ହଲ୍ଟ ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି ।

ରେଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତାପ ରଞ୍ଜନ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ନୂତନ ଅଟ୍ରୀ ପାସେଞ୍ଜର ହଲ୍ଟ ଷ୍ଟେସନ ତିନି ଶହ ମିଟର ଲମ୍ବାରେ ରେଳ ଲାଇନ ଲେବୁଲ ପ୍ଲାଟଫର୍ମ ନିର୍ମାଣ କରାଯିବ । ଏହା ସହ ଯାତ୍ରୀଙ୍କ ପାଇଁ ବୁକିଂ କାଉଣ୍ଟର,ୱେଟିଙ୍ଗ ହଲ ଓ ରେଳ ଷ୍ଟେସନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ଏହି ନୂତନ ଷ୍ଟେସନ କାର୍ଯ୍ୟ ତିନି ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ସୂଚନା ଦେଇଛନ୍ତି । ସେହିପରି ଷ୍ଟେସନ ପାଇଁ ଆବଶ୍ୟକ ପଡୁଥିବା ଅତିରିକ୍ତ ଏକ ଏକର ସ୍ଥାନକୁ ପରବର୍ତ୍ତୀ ସମୟରେ ଅଧିଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ ... ସଂଗ୍ରାମ ସମିତି ପକ୍ଷରୁ ରେଳ ରୋକ, ଯାଜପୁର ରୋଡରୁ ଧାମରା ରେଳପଥ ସଂଯୋଗ ଦାବି

ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି " ଲୋକମାନେ ଯାହା ଚାହୁଁଛନ୍ତି କେନ୍ଦ୍ର ସରକାର ତାହା କରୁଛନ୍ତି । ଲୋକମାନଙ୍କ ଦାବିକୁ ପ୍ରାଥମିକତା ଦିଆଯାଉଛି । ଆଜି ଅଟ୍ରୀ ଠାରେ ଏହି ଷ୍ଟେସନ ହେବା ଦ୍ବାରା ଏଠାକାର ପ୍ରାୟ ଦଶରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ଏହା ସହ ଆଖପାଖର ୨୦୦ ଟି ଗ୍ରାମରେ ରହୁଥିବା ଲୋକମାନେ ଲାଭାନ୍ବିତ ହେବେ । ଯାହା ଦ୍ବାରା ଏହି ଅଞ୍ଚଳ ଆଗକୁ ଯିବାରେ ଷ୍ଟେସନ ସହାୟକ ହେବ । ସେହିପରି ଆମକୁ ଭାଷଣ ନୁହଁ କାମ କରିବାର ଅଛି । " ସେହିପରି ଏହି ପ୍ୟାସେଞ୍ଜର ହଲ୍ଟକୁ ଆସନ୍ତା ଜୁନ ଏକ ତାରିଖରେ ଉଦଘାଟନ କରାଯିବ ବୋଲି ମଞ୍ଚ ଉପରୁ ପ୍ରତିଶ୍ରୁତି ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ସେହିପରି ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ସାନପଦର ଓ ତରାବୋଇରେ ମଧ୍ୟ ନୂତନ ରେଳ ପ୍ୟାସେଞ୍ଜର ହଲ୍ଟ ଷ୍ଟେସନର କାର୍ଯ୍ୟ ଆରମ୍ଭ ହୋଇ ସାରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.