ETV Bharat / state

ଶ୍ରୀମନ୍ଦିର‌ରେ ବିଧାନସଭାର ଷ୍ଟାଣ୍ଡିଂ କମିଟିର ଅନୁଧ୍ୟାନ, ଏଣିକି ସୁରକ୍ଷା ଦେବ AI! - Assembly Standing Committee

author img

By ETV Bharat Odisha Team

Published : 3 hours ago

Assembly Standing Committee: ଶ୍ରୀମନ୍ଦିର‌ରେ ବିଧାନସଭାର ଷ୍ଟାଣ୍ଡିଂ କମିଟିର ଅନୁଧ୍ୟାନ । ମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ସୁଦୃଢ଼ୀକରଣ ନେଇ ସରକାରଙ୍କୁ ଦିଆଯିବ ରିପୋର୍ଟ । ଏଆଇ ଜ୍ଞାନକୌଶଳ ମାଧ୍ୟମରେ ହେବ କି ପରିଚାଳନା? ଅଧିକ ପଢ଼ନ୍ତୁ

Assembly Standing Committee
Assembly Standing Committee (ETV Bharat Odisha)

ପୁରୀ: ଶ୍ରୀମନ୍ଦିର‌ରେ ବିଧାନସଭାର ଷ୍ଟାଣ୍ଡିଂ କମିଟି । କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ଵରେ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଯାଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ୨ ଦିନିଆ ପୁରୀ ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ଆଜି ଦ୍ବିତୀୟ ଦିନରେ ପ୍ରଥମେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଏକ ବୈଠକରେ ଯୋଗ ଦେଇଥିଲେ । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କିଭଳି ସୁଦୃଢ଼ କରାଯାଇପାରିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ।

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା:

ଏନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, "ଏଆଇ ଜ୍ଞାନକୌଶଳ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାକୁ କିଭଳି ପରିଚାଳନା କରିହେବ, ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଣ କିଭଳି ରୋକାଯାଇ ପାରିବ, ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ସେନେଇ ଆଲୋଚନା ହୋଇଛି ।‌ ବୈଠକ ପରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛୁ । ଷ୍ଟାଣ୍ଡିଂ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ସମସ୍ତ ରିପୋର୍ଟ ପ୍ରଦାନ କରାଯିବା ସହ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ସରକାର ପଦକ୍ଷେପ ନେବାକୁ ଅବଗତ କରାଯିବ ।"

ଶ୍ରୀମନ୍ଦିରରେ ହେବ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା:

ସେହିପରି ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ ଇରାଶିଷ ଆଚାର୍ଯ୍ୟ କହିଛନ୍ତି, "ବିଧାନସଭା ଷ୍ଟାଣ୍ଡିଂ କମିଟିର ପ୍ରଥମ କାର୍ଯ୍ୟ ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଛି । ଜଗନ୍ନାଥ ମନ୍ଦିର ଓଡ଼ିଆ ଅସ୍ମିତାର ପ୍ରତୀକ ହୋଇଥିବାରୁ ଏହାର ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ଵ ରହିଛି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇବେ, ଭକ୍ତଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ, ସେନେଇ ମଧ୍ୟ ରାଜ୍ୟ ସରକାରଙ୍କର ଫୋକସ ରହିଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲାଯାଇଥିବା ବେଳେ ରତ୍ନଭଣ୍ଡାର ମଧ୍ୟ ଖୋଲାଯାଇଛି ।‌ ଶ୍ରୀମନ୍ଦିରର ଉନ୍ନତି କରଣ ପାଇଁ ୫ ଶହ କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ଦିଆଯାଇଛି । ଆଗାମୀ ଦିନରେ ଖୁବଶୀଘ୍ର ରାଜ୍ୟ ସରକାର ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ।"

ଭକ୍ତ ବିଶ୍ରାମ ନେବା ପାଇଁ ପର୍ଯ୍ୟାପ୍ତ ସେଡ୍ ବ୍ୟବସ୍ଥା ଦାବି:

ସେପଟେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ବେଳେ ପ୍ରବଳ ଗହଳି ହେଉଥିବାରୁ ଭଲ ଭାବରେ ମହାପ୍ରଭୁଙ୍କ ଦର୍ଶନ ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ । ଶ୍ରୀମନ୍ଦିର ନିକଟରେ ଭକ୍ତମାନେ ବିଶ୍ରାମ ନେବା ପାଇଁ ପର୍ଯ୍ୟାପ୍ତ ସେଡ୍ ବ୍ୟବସ୍ଥା ନ ରହିବା, ପାନୀୟ ଜଳ ବ୍ୟବସ୍ଥାର ଅଭାବକୁ ନେଇ ମଧ୍ୟ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଶ୍ରୀମନ୍ଦିରରେ ମଧ୍ୟ ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭକ୍ତ । ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଭକ୍ତ ମତ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆସୁଛନ୍ତି ମା'; ନବରାତ୍ରୀରେ ଝଟକିବ ଏହି ରାଶିଙ୍କ ଭାଗ୍ୟ, ଘଟିବ ବଡ଼ ପରିବର୍ତ୍ତନ - Durga Puja Navratri Horoscope

ଏହା ମଧ୍ୟ ପଢ଼ନ୍ତୁ...ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ଚାଉଳକୁ ଟେଣ୍ଡର ଡାକି ବିକ୍ରି କରାଯିବ - Arpan Rice
ଏହା ମଧ୍ୟ ପଢ଼ନ୍ତୁ...ଷୋଡ଼ଷ ପୂଜାରେ ଦେବୀ ବିମଳାଙ୍କ ମନ୍ଦିରକୁ ମହିଳାଙ୍କ ପ୍ରବେଶ ମନା, ଜାଣନ୍ତୁ ରହସ୍ୟ - Shodasa Puja Of Maa Bimala

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ମହାପ୍ରସାଦ ମାନ ଯାଞ୍ଚ ନିଷ୍ପତ୍ତିକୁ କଡା ବିରୋଧ, ପ୍ରସ୍ତୁତି ପୂର୍ବରୁ ସାମଗ୍ରୀର ହେଉ ଯାଞ୍ଚ - Opposed To Mahaprasad Quality Check

ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ସ୍ଥିତି ଅନୁଧ୍ୟାନ:

୨ ଦିନିଆ ପୁରୀ ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ପ୍ରଥମ ଦିନରେ ବିଭିନ୍ନ ଥାନା, ପୁରୀ ସମୁଦ୍ରକୂଳ, ଜିଲ୍ଲା କାରାଗାର ଗସ୍ତ କରି ସୁରକ୍ଷା ବ୍ୟବସ୍ଥା କିଭଳି ଅଧିକ ସୁଦୃଢ ହୋଇପାରିବ ଏବଂ ପ୍ରଶାସନିକ କାର୍ଯ୍ୟ ଦକ୍ଷତା କିଭଳି ବୃଦ୍ଧି ହୋଇପାରିବ ସେନେଇ ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ଦ୍ବିତୀୟ ଦିନରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କିଭଳି ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.