ETV Bharat / state

ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ: ASI ସହିତ ରହିବେ ବୈଷୟିକ ଟିମ୍, ଆଉ କିଏ ସାମିଲ ହେବେ ? ଜାଣନ୍ତୁ - ASI To Repair Ratnabhandar - ASI TO REPAIR RATNABHANDAR

ASI To Repair Ratnabhandar: ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଥିବା ସିନ୍ଦୁକ ଓ ଆଲମିରାକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ASI ସହିତ କିଏ କିଏ ସାମିଲ ହେବେ, ସେନେଇ ସୂଚନା ଦେଇଛନ୍ତି ଜଷ୍ଟିସ ବିଶ୍ବନାଥ ରଥ। ପଢନ୍ତୁ

ASI To Repair Ratnabhandar
ASI To Repair Ratnabhandar (ETV Bharat Odisha)
author img

By ETV Bharat Odisha Team

Published : Aug 24, 2024, 6:00 PM IST

କଟକ: ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ । ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ ପ୍ରତିକ୍ରିୟା ରଖିଛନ୍ତି । ASI ସହିତ କିଛି ବୈଷୟିକ ଟିମ ରତ୍ନଭଣ୍ଡାର ଯାଞ୍ଚ କରିବେ ବୋଲି ସେ କହିଛନ୍ତି । ଏହି ଟିମରେ କିଏ ରହିବେ ତାହା 8 ରୁ 10 ମଧ୍ୟରେ ତାହା ନିର୍ଦ୍ଧାରଣ କରାଯିବ । ଏହାପରେ ଆରମ୍ଭ ହେବ ଯାଞ୍ଚ କାର୍ଯ୍ୟ ।

ASI To Repair Ratnabhandar (ETV Bharat Odisha)

କିପରି ହେବ ଯାଞ୍ଚ ?

ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ କହିଛନ୍ତି, "ବୈଷୟିକ ଉପକରଣ ଦ୍ୱାରା ଯାଞ୍ଚ କାର୍ଯ୍ୟ କରାଯିବ । ଯାଞ୍ଚ କାର୍ଯ୍ୟ ଶେଷ ହେବା ପରେ ASI ଏନେଇ ଯାଞ୍ଚ କମିଟିକୁ ଅବଗତ କରାଇବ । ଏହାପରେ କମିଟିର ଉପସ୍ଥିତି ଓ ଅନୁଧ୍ୟାନରେ ମରାମତି କାର୍ଯ୍ୟ ହେବ । ମରାମତି ପାଇଁ ପ୍ରାୟ 2 ମାସ ସମୟ ଲାଗିପାରେ । ଯାଞ୍ଚ , ମରାମତି ଓ ମଣତି ଗଣତି ସମୟରେ ସ୍ୱତନ୍ତ୍ର ନୀତିକାନ୍ତି ପ୍ରତି ଗୁରୁତ୍ୱ ଦିଆଯିବ । ମଣତି ଗଣତି କାର୍ଯ୍ୟରେ ସରକାରୀ ସଂସ୍ଥାର ସହାୟତା ନିଆଯିବ । ଆବଶ୍ୟକସ୍ଥଳେ ସରକାରଙ୍କ ଅନୁମୋଦନକ୍ରମେ ବାହାର ଏଜେନ୍ସିକୁ ଡ଼କାଯିବ । ଯଦି ଯାଞ୍ଚ ସମୟରେ କିଛି ସୁନା ଗହଣା ଲୁକ୍କାୟିତ ଅବସ୍ଥାରେ ରହିଥିବା ଜଣାପଡେ ସେଗୁଡିକୁ ଉଦ୍ଧାର କରିବା ପାଇଁ ଆସିବ ନୂଆ ଏସଓପି । ମନ୍ଦିର ସୁରକ୍ଷା ନେଇ ପ୍ରସ୍ତୁତ ହେବ ଏସଓପି । ଅଳଙ୍କାର ଉଦ୍ଧାର ସମୟରେ ମନ୍ଦିରର ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଯଦି ଅଳଙ୍କାର ବାବଦରେ ଜଣାପଡେ ତେବେ ଏକ ନିର୍ଦ୍ଦିଷ୍ଟ ଦୂରତା ବ୍ୟତୀତ ଅଧିକ ଖୋଲିବା ନେଇ ଅନୁମତି ଦିଆଯିବ ନାହିଁ" ।

ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା ହେବ ସର୍ଭେ:

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ, ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ASI ସଂରକ୍ଷଣ ତଥା ମରାମତି କାର୍ଯ୍ୟ ହାତକୁ ନେବ । ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ କରାଯିବାକୁ DG, ASIଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିବାବେଳେ ଏହା ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ପଷ୍ଟ ଭାବେ ପତ୍ରରେ ଉଲ୍ଲେଖ କରାଯାଇଛି । ଏଥିସହ ସାମଗ୍ରିକ ବୈଷୟିକ ସର୍ଭେ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା SOP ମଧ୍ୟ ASI ନିକଟକୁ ପଠାଯାଇଛି l ଏହି ବୈଷୟିକ ଯାଞ୍ଚ IIT ଏବଂ CBRI ଭଳି ଉଚ୍ଚମାନର ଅନୁଷ୍ଠାନମାନଙ୍କ ଦ୍ବାରା କରାଯିବାକୁ ASIକୁ ପରାମର୍ଶ ଦିଆଯାଇଛି । ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ ଶେଷ ହେବା ପରେ ତୁରନ୍ତ ସଂରକ୍ଷଣ ଏବଂ ମରାମତି କାମ ହାତକୁ ନେବାକୁ ASIକୁ ଅନୁରୋଧ କରାଯାଇଛି । ଯାହାଫଳରେ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀଗୁଡ଼ିକର ଗଣତି ମଣତି କରାଯାଇ ପୁଣି ଥରେ ମୂଳ ରତ୍ନଭଣ୍ଡାରକୁ ଫେରାଇ ଅଣାଯିବ ।

ଏହା ବି ପଢନ୍ତୁ...ଶେଷ ହେଲା ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର, ଓଡ଼ିଶାବାସୀ ଘରେ ଦୀପ ଜାଳିବା ପାଇଁ କାହିଁକି କହିଲେ ଜଷ୍ଟିସ ବିଶ୍ୱନାଥ ରଥ - RatnaBhandar Empty Containers

ସରିଛି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର :

ଗତକାଲି (ଶୁକ୍ରବାର) ଯାଞ୍ଚ କମିଟିର ତତ୍ତ୍ବାବଧାନରେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଥିବା ସିନ୍ଦୁକ ଓ ଆଲମିରାକୁ ସ୍ଥାନାନ୍ତର କରାଯାଇଛି । ଦିନ 2 ଟାରୁ କାର୍ଯ୍ୟ ଆରମ୍ଭ ହୋଇ 4 ଟା 50 ମିନିଟରେ ସବୁ କାର୍ଯ୍ୟ ଶେଷ ହେଇଥିଲା । ରତ୍ନ ଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ବାହାର କରୁଥିବା ସମୟରେ ଅଦ୍ଭୁତ ଅନୁଭୂତି ବଖାଣିଲେ ଜଷ୍ଟିସ ରଥ । ସେ କହିଥିଲେ, "ପୁରା ପ୍ରକ୍ରିୟାକୁ ନିଜେ ଜଗନ୍ନାଥ ଅନୁଧ୍ୟାନ କରୁଥିବା ଅନୁଭବ କଲି। ଠାକୁର ଆମକୁ ସହାୟ ହେଲେ । ଯାହାଦ୍ୱାରା ଓଜନଦାର ଲୁହା ସିନ୍ଦୁକକୁ ଅକ୍ଳେଶରେ ଉଠା ଯାଇପାରିଲା।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.