ETV Bharat / state

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ - RATNA BHANDAR RESTORATION WORK

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ । କାଲି ବନ୍ଦ ରହିବ ମରାମତି କାର୍ଯ୍ୟ । ଫାଟ ଅନୁଧ୍ୟାନ ପରେ ହେବ କାନ୍ଥ ମରାମତି ।

Ratna Bhandar restoration work
Ratna Bhandar restoration work (ETV Bharat Odisha)
author img

By ETV Bharat Odisha Team

Published : Dec 17, 2024, 7:30 PM IST

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପ୍ରକ୍ରିୟା । ଏଏସଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଭିଜ୍ଞ ଇଞ୍ଜିନିୟରଙ୍କ ତତ୍ତ୍ଵାବଧାନରେ ମରାମତି କାର୍ଯ୍ୟ କରାଯାଇଛି ।

Ratna Bhandar restoration work (ETV Bharat Odisha)

ଆରମ୍ଭ ହେଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ:

ପ୍ରଥମେ ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରାଯିବା ପରେ ବାହାର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯିବ। ଏଥିପାଇଁ ଲୁହା ପାଇପରେ ଭାରା ବନ୍ଧା ଯାଇ ବ୍ୟବସ୍ଥିତ କରାଯିବା ପରେ ରତ୍ନଭଣ୍ଡାର କାନ୍ଥରୁ ପ୍ଲାଷ୍ଟର ଛଡାଯାଇ ମରାମତି କାର୍ଯ୍ୟ କରାଯିବ। ପ୍ରତ୍ୟେକ ଦିନ ଠାକୁରଙ୍କ ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଦିନ ୧୨ଟା ୩୦ ରୁ ସନ୍ଧ୍ୟା ୬ଟା ଯାଏଁ କାର୍ଯ୍ୟ କରାଯିବ । ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଏଏସଆଇ ଅଧିକ୍ଷକ ଏବଂ ପୁରୀ ଜିଲ୍ଲାପାଳ ।

Puri Lord Jagannath Temple
Puri Lord Jagannath Temple (ETV Bharat Odisha)

ଏଏସଆଇ ଅଧିକ୍ଷକ ଡି ବି ଗଡ଼ନାୟକ କହିଛନ୍ତି," ପ୍ରଥମେ ଭିତର ରତ୍ନଭଣ୍ଡାରର ‌ମରାମତି କାର୍ଯ୍ୟ କରାଯିବ। ଏଥିପାଇଁ ପ୍ରଥମେ ଲୁହା ପାଇପ ଦ୍ବାରା ଭାରା ବନ୍ଧା ଯିବା କାର୍ଯ୍ୟ ଏଏସଆଇ ପକ୍ଷରୁ ଆରମ୍ଭ ହୋଇଛି । ଭାରା ବନ୍ଧା କାର୍ଯ୍ୟ ଶେଷ ହେବା ପରେ ରତ୍ନଭଣ୍ଡାରର କାନ୍ଥରୁ ପ୍ଲାଷ୍ଟର ଛଡାଯିବ । କାନ୍ଥରେ କେଉଁସବୁ ସ୍ଥାନରେ ଫାଟ ରହିଛି ତାହା ଅନୁଧ୍ୟାନ କରାଯିବା ପରେ ଏଏସଆଇର ଅଭିଜ୍ଞ ଇଞ୍ଜିନିୟର ମାନଙ୍କ ତତ୍ତ୍ୱାବଧାନରେ ରତ୍ନଭଣ୍ଡାର କାନ୍ଥର ମରାମତି କରାଯିବ ।"

ବଦଳା ଯାଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପଥର:

ମରାମତି ବେଳେ ଅନେକ ସ୍ଥାନରେ ପଥର ଗୁଡ଼ିକୁ ମଧ୍ୟ ବଦଳାଯିବାର ସମ୍ଭାବନା ରହିଛି । ରତ୍ନଭଣ୍ଡାରର ଚଟାଣର ମରାମତି କାର୍ଯ୍ୟ ଆରମ୍ଭ କରାଯିବା ପରେ ଏଥିରେ କଳା ମୁଗୁନି ପଥର ଅଣାଯାଇ ରତ୍ନଭଣ୍ଡାର ଚଟାଣରେ ଲଗାଯିବ । ପ୍ରଥମେ ଭିତର ରତ୍ନଭଣ୍ଡାରର ‌ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ କରାଯିବା ପରେ ବାହାର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯିବ।

ତିନି ମାସ ମଧ୍ୟରେ ସରିବ ମରାମତି କାର୍ଯ୍ୟ:

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି," ରତ୍ନଭଣ୍ଡାରର ମରାମତି ନେଇ ପୂର୍ବରୁ ଛତିଶା ନିଯୋଗ ବୈଠକର‌ ନିଷ୍ପତ୍ତି ଅନୁଯାୟୀ ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ସବୁଦିନ ମରାମତି କାର୍ଯ୍ୟ ଆରମ୍ଭ ହେବ । ଦିନ ୧୨ ଟା ୩୦ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ମରାମତି କାର୍ଯ୍ୟ ଜାରି ରହିବ । ଏହି ସମୟରେ ଭକ୍ତମାନେ କେବଳ ବାହାର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବେ । ସେହିପରି ମହାପ୍ରଭୁଙ୍କ ନୀତିକାନ୍ତି ମଧ୍ୟ ଶୃଙ୍ଖଳିତ ଭାବେ କରାଯିବ । ତିନି ମାସ ମଧ୍ୟରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଏଏସଆଇ ସମୟ ମାଗିଥିବା ବେଳେ ଯଥାଶୀଘ୍ର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ କୁହାଯାଇଛି । "

ସେ ଆଉମଧ୍ୟ କହିଛନ୍ତି," ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ସମସ୍ତ ରତ୍ନ ଅଳଙ୍କାର ଗୁଡ଼ିକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରତ୍ନଭଣ୍ଡାର ଭିତରକୁ ଅଣାଯିବ । ଏହାପରେ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ମହାପ୍ରଭୁଙ୍କ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତ ଏବଂ ଭକ୍ତମାନେ ପ୍ରଶାସନକୁ ସହଯୋଗ କରିବା ଉଚିତ୍ ।"

କେଉଁ କେଉଁ ଦିନ ବନ୍ଦ ରହିବ ମରାମତି କାର୍ଯ୍ୟ:
ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କେତେକ ବିଶେଷ ଦିନରେ ବନ୍ଦ ରହିବ । ଡିସେମ୍ବର ୩୧, ଇଂରାଜୀ ନବବର୍ଷ, ଶନିବାର, ରବିବାର ଏବଂ ଭକ୍ତଙ୍କ ପ୍ରବଳ ଭିଡ ଥିଲେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଆସନ୍ତାକାଲି (ବୁଧବାର) ଠାକୁରଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବାକୁ ଥିବାରୁ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.