ETV Bharat / state

ଅବ୍ୟବସ୍ଥା ଘେରରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଚିକିତ୍ସାଳୟରୁ 60 ଏସି ଗାୟବ - Nayagarh Hospital problem

author img

By ETV Bharat Odisha Team

Published : Jun 26, 2024, 3:20 PM IST

AC stolen from hospital: ନୟାଗଡ ହସ୍ପିଟାଲରୁ ଏସି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏସି ଲୁଟ ପଛରେ ମେଡିକାଲର କର୍ତ୍ତୃପକ୍ଷଙ୍କ ହାତ ଥିବା ଅଭିଯୋଗ ହୋଇଛି ।ତେବେ ସୁରକ୍ଷା ବଳୟ ମଧ୍ୟରେ ଏଭଳି ଚୋରି କିଭଳି ହେଲା ସେନେଇ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

AC stolen from Nayagarh hospital
AC stolen from Nayagarh hospital (ETV Bharat Odisha)

ନୟାଗଡ: ପୁଣି ଚର୍ଚ୍ଚାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ । ଏଥର ମେଡିକାଲରୁ 60ଟି ଏସି ଗାଏବ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏସି ଲୁଟ ପଛରେ ମେଡିକାଲର କର୍ତ୍ତୃପକ୍ଷଙ୍କ ହାତ ଥିବା ଅଭିଯୋଗ ହୋଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କିଭଳି ଏହି ଲୁଟ ହେଲା ସେନେଇ ପ୍ରଶ୍ନବାଚୀ ଉଠିଥିବା ବେଳେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ.. ଭୁତକୋଠିରେ ପରିଣତ ହେଲାଣି 5T ସ୍ମାର୍ଟ ସ୍କୁଲ, ନଷ୍ଟ ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ - Irregularities in 5T School

ସରକାରୀ କା ମାଲ୍ ଦରିଆ ମେ ଡ଼ାଲ୍ ନୀତିରେ ଚାଲିଛି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ପରିଚାଳନା । ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆସିବା ପରିବର୍ତ୍ତେ ଦିନକୁ ଦିନ ବିଗିଡିବାରେ ଲାଗିଛି ମୁଖ୍ୟ ଚିକିତ୍ସାଳୟରେ ସ୍ଵାସ୍ଥ୍ୟ ସେବା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ମୁଖ୍ୟ ସମସ୍ୟା ପାଲଟିଛି । ବିଭିନ୍ନ ବିଭାଗ ପାଇଁ 54 ଜଣ ଡାକ୍ତର ଆବଶ୍ୟକ ରହିଥିବା ବେଳେ ରହିଛନ୍ତି ମାତ୍ର 22 ଜଣ ଡାକ୍ତର । ଅନ୍ୟ ଡାକ୍ତର ପଦବୀ ଗୁଡିକ ବହୁ ବର୍ଷ ଧରି ଖାଲି ପଡିଥିବାରୁ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି । 100 ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ୱାର୍ଡ ଥାଇ ମଧ୍ୟ ବେଡ ଅଭାବରୁ ରୋଗୀମାନେ ୱାର୍ଡର ଚଟାଣ ଉପରେ ପଡି ଚିକିତ୍ସିତ ହେଉଛନ୍ତି । ରକ୍ତ ଭଣ୍ଡାରରେ ରୋଗୀଙ୍କୁ ଠିକ ଭାବରେ ରକ୍ତ ମିଳୁନାହିଁ l

ଏହାମଧ୍ୟ ପଢନ୍ତୁ.. ଶ୍ରମ ବିଭାଗରେ ବ୍ୟାପକ ଦୁର୍ନୀତି ମାମଲା; ଖବର ପ୍ରସାରଣ ପରେ ତତ୍ପର ରାଜ୍ୟ ଶ୍ରମ ବିଭାଗ, ତଦନ୍ତ ଆରମ୍ଭ - Labour Death Scheme Issue

ଅନ୍ୟପଟେ ଏହାମଧ୍ୟରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ମେଡିକାଲରୁ ୬୦ଟି ଏସି ଗାୟବ ଥିବା ଅଭିଯୋଗ ହୋଇଛି । ମେଡିକାଲରେ କଡା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କେମିତି ଏତେ ପରିମାଣର ଏସି ଲୁଟ ହେଲା ସେନେଇ ପ୍ରଶ୍ନ ଉଠିଛି । ଲୁଟ ପଛରେ ମେଡିକାଲର କର୍ତ୍ତୃପକ୍ଷଙ୍କ ନାଁ ଥିବା ଅଭିଯୋଗ ଆସୁଛି । ତେବେ ଅଭିଯୋଗ ଅନୁଯାୟୀ ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ, ସେପ୍ଟିକ ୱାର୍ଡ, ମେଡିସିନ ୱାର୍ଡ, ଶିଶୁ ୱାର୍ଡ, ପୁରୁଣା ଆଉଟଡୋରରୁ ଏହି ଏସି ଗାଏବ ହୋଇଛି । ଏସି ଗୁଡ଼ିକ କିଏ ଓ କାହିଁକି ନେଲା ସେନେଇ କେହି ମୁହଁ ଖୋଲୁନଥିବା ବେଳେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ରହିଛି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.