ETV Bharat / state

ଶିମିଳିପାଳ ଜଗିବେ ସଶସ୍ତ୍ର ପୋଲିସ, ଦେଶରେ ପ୍ରଥମ - SIMILIPAL TIGER RESERVE

ସରକାରଙ୍କୁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷା ଚିନ୍ତା । ସଶସ୍ତ୍ର ପୋଲିସ ଜଗିବା ନେଇ ସୂଚନା ଦେଲେ PCCF ।

Similipal
Similipal (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଘାରିଛି ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଚିନ୍ତା । ଏକ କମ୍ପାନୀ ସଶସ୍ତ୍ର ପୋଲିସ ବାହିନୀ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ ଆର୍ମଡ୍ ଫୋର୍ସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ ।

ସରକାରଙ୍କୁ ଶିମିଳିପାଳ ସୁରକ୍ଷା ଚିନ୍ତା:

ସରକାରଙ୍କୁ ଘାରିଛି ଶିମିଳିପାଳ ସୁରକ୍ଷା ଚିନ୍ତା । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ । ଏଣିକି ସୁରକ୍ଷା ଦାୟିତ୍ବରେ ରହିବେ ୧୩୧ ଜଣିଆ ଆର୍ମଡ ପୋଲିସ ରିଜର୍ଭ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ AGଙ୍କୁ ଚିଠି ଲେଖିଛନ୍ତି । ମୟୂରଭଞ୍ଜର ଆରକ୍ଷୀ ଅଧିକ୍ଷକ ପ୍ରଶାସନିକ ଦାୟିତ୍ବରେ ରହିବେ । ଯାହାର ସମସ୍ତ ଖର୍ଚ୍ଚ ବହନ କରିବ ଜଙ୍ଗଲ ଓ ପରିବେଶ ବିଭାଗ ।

ଶିମିଳିପାଳ ଜଗିବେ ସଶସ୍ତ୍ର ପୋଲିସ (ETV Bharat Odisha)

ସୁରକ୍ଷା ଫୋର୍ସରେ କିଏ ଆଉ କେତେ ଜଣ ?

  • ଜଣେ କମାଣ୍ଡାଣ୍ଟ
  • ଜଣେ ଇନିସପେକ୍ଟର
  • ସବ ଇନିସପେକ୍ଟର-3
  • ଆସିଷ୍ଟାଣ୍ଟ ସବ ଇନିସପେକ୍ଟର-3
  • ହାବିଲଦାର -30
  • ଡ୍ରାଇଭର ହାବିଲଦାର-30
  • ସିପାହୀ -87
  • ଡ୍ରାଇଭର -3

ଅଭୟାରଣ୍ୟ ସୁରକ୍ଷାରେ ଦେଶରେ ପ୍ରଥମ:

Similipal
Similipal (ETV Bharat Odisha)

ଏନେଇ ବନ୍ୟାପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, ‘ଦେଶରେ ପ୍ରଥମ ଥର ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟରଣ୍ୟରେ ସଶସ୍ତ ପୋଲିସ ବାହିନୀ ଜଗିବାକୁ ଯାଉଛନ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ ହେଇଛି । ଶିମିଳିପାଳରେ ହାତୀ, ବାଘ ବିଭିନ୍ନ ପ୍ରଜାପତି ଜୀବଜନ୍ତୁ ଅଛନ୍ତି । ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି ଅଭୟରଣ୍ୟକୁ । ସୁରକ୍ଷା ଦୃଷ୍ଟି କାରଣରୁ ୧୩୧ ଜଣିଆ ଏକ ଡେଡିକେଟେଡ଼ ଆର୍ମଡ ପୋଲିସ ରିଜର୍ଭ କମ୍ପାନୀ ଖୁବଶୀଘ୍ର ନିୟୋଜିତ ହେବେ । ଶିମିଳିପାଳ ଜଙ୍ଗଲ ସୁରକ୍ଷା ହେବା ସହିତ ଏହାର ଅଭିବୃଦ୍ଧି ହେବ । ପର୍ଯ୍ୟଟକଙ୍କ ସୁରକ୍ଷା, ଶିକାର ରୋକିବା, ଶିକାରୀଙ୍କୁ ଚେକ ଦେବା ଏହା ବେଶ ସହାୟକ ହେବ ।’

ଏହା ମଧ୍ୟ ପଢନ୍ତୁ:

ଝାଡଖଣ୍ଡରୁ ଜୀନତକୁ ଫେରାଇବା ଚିନ୍ତା, ବାଘୁଣୀ ଯମୁନା କେଉଁଠି?

ଆକର୍ଷିତ କରୁଛି ଶିମିଳିପାଳ: କେଉଁଠୁ ଓ କେମିତି ପହଞ୍ଚିବେ, ପର୍ଯ୍ୟଟକଙ୍କ ପାଇଁ ଏଥର କ’ଣ ନୂଆ ?

ଖୋଲିଲା ଶିମିଳିପାଳ: କେଉଁଠି ରହିବେ, କେମିତି ବୁଲିବେ ? ପର୍ଯ୍ୟଟକଙ୍କ ହୋଇଛି ଏସବୁ ବ୍ୟବସ୍ଥା

ଶିମିଳିପାଳରେ ଯମୁନାର ପ୍ରଥମ ଶିକାର, ବାରହାକୁ କଲା ଆହାର

ଶିମିଳିପାଳରେ ବିଶ୍ବର ପ୍ରଥମ କଳା ବାଘ ସଫାରୀ:

Armed Police Force To Be Deployed In Similipal Tiger Reserve Forest
Armed Police Force To Be Deployed In Similipal Tiger Reserve Forest (ETV Bharat Odisha)

ଶିମିଳିପାଳରେ ବିଶ୍ବର ପ୍ରଥମ କଳା ବାଘ ସଫାରୀ ହେବ । ସଫାରୀରେ ରହିବେ ମେଲାନିଷ୍ଟିକ ବ୍ଲାକ ଟାଇଗର ବା ବିରଳ କଳା ବାଘ । ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି (NTCA) ପରେ ସେଣ୍ଟ୍ରାଲ ଜୁ' ଅଥରିଟି (CZA) ଦେଇଛି ସବୁଜ ସଙ୍କେତ । ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ମଞ୍ଚିଆପଡ଼ା ବା ମଞ୍ଚାବନ୍ଧା ସଂରକ୍ଷିତ ଜଙ୍ଗଲ । ଶିମିଳିପାଳ ଅଭୟାରଣ୍ୟ ଠାରୁ ମାତ୍ର ୧୫ କିଲୋମିଟର ଦୂର ଏବଂ ବାରିପଦା ସହରରୁ ୧୮ ନମ୍ବର ଜାତୀୟ ରାଜପଥ ନିକଟରେ ଅବସ୍ଥିତ । ପ୍ରସ୍ତାବ ଅନୁସାରେ ୧୦୦ ଏକର ଜାଗାରେ ତିଆରି ହେବ ବିଶ୍ବର ପ୍ରଥମ କଳା ବାଘ ସଫାରୀ । ଏଥିପାଇଁ ପ୍ରକ୍ରିୟା ଆଗେଇ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.