ETV Bharat / state

ନିମାପଡ଼ା NAC ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ - No confidence motion in Nimapara

author img

By ETV Bharat Odisha Team

Published : Aug 13, 2024, 12:09 PM IST

Updated : Aug 13, 2024, 1:39 PM IST

No confidence motion against: ପୁରୀ ଜିଲ୍ଲା ନିମାପଡ଼ା NAC ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଜିଲ୍ଲାପାଳଙ୍କୁ ଭେଟି ନିବେଦନ ପତ୍ର ଦେଲେ କାଉସଲିର ଓ ଉପନଗରପାଳ । କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କ’ଣ କହିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ ...

ନିମାପଡ଼ା NAC ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ନିମାପଡ଼ା NAC ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ (ETV Bharat Odisha)

ନିମାପଡା: NAC ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଞ୍ଜୁରୀ ପାଇଁ ଜିଲ୍ଲାପାଳଙ୍କୁ ଆବେଦନ କରିଛନ୍ତି ପରିଷଦର ୮ଜଣ ସଭ୍ୟ ଓ ସଭ୍ୟା । ମ୍ୟୁନିସପାଲିଟି ଆଇନ୍‌ ଅନୁଯାୟୀ ଅଧ୍ୟକ୍ଷା ଜଣକ ସାଧାରଣ ବୈଠକରେ ବ୍ୟତିକ୍ରମ କରୁଥିବା ଏହି ସଭ୍ୟମାନେ ଅଭିଯୋଗ ଆଣିଛନ୍ତି । ୨୦୨୨ ଏପ୍ରିଲ ୨୭ ତାରିଖଠାରୁ ସସ୍ମିତା ସାହୁ ପରିଷଦର ଅଧ୍ୟକ୍ଷା ରହି ଆସିଛନ୍ତି । ପ୍ରତ୍ୟେକ ମାସରେ ଥରେ ବୈଠକ ହେବାର ନିୟମ ରହିଥିବା ବେଳେ ଗତ ଅଢେଇ ବର୍ଷ ମଧ୍ୟରେ ମାତ୍ର ୭ ଥର ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ସମୟରେ ଅଧ୍ୟକ୍ଷା ଅନୁପସ୍ଥିତ ରହୁଥିବା ନିମାପଡ଼ା ବିଜ୍ଞାପିତ ପରିଷଦର ସଭ୍ୟମାନେ ଅଭିଯୋଗ କରୁଛନ୍ତି । ଏନେଇ ଅନାସ୍ଥା ପ୍ରସ୍ତାବ ଆଘତ କରିବା ପାଇଁ ସେମାନେ ଏକ ଆବେଦନ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ପ୍ରଦାନ କରିଛନ୍ତି ।

ନିମାପଡା ‘ଏନଏସି’ ଆସନ ସଂଖ୍ୟା:-

‘ଏନଏସି’ ନିର୍ବାଚନ ସମୟରେ ମୋଟ ୧୧ ବିଜ୍ଞାପିତ ପରିଷଦ ସଭ୍ୟ ଓ ସଭ୍ୟାଙ୍କ ମଧ୍ୟରୁ ୭ଜଣ ବିଜେଡି, ୩ ବିଜେପି ଓ ୧ ସ୍ବାଧୀନ ସଦସ୍ୟ ରହିଥିବା ବେଳେ ଗତ ସାଧାରଣ ନିର୍ବାଚନ ସମୟରେ ଅନେକ ସଦସ୍ୟ ଦଳ ପରିବର୍ତ୍ତନ କରିଛନ୍ତି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ୨ ବିଜେଡି ୧ ସ୍ବାଧିନ,୮ ବିଜେପି ସଦସ୍ୟ ରହିଛନ୍ତି । ସେପଟେ ସମସ୍ତ ୮ଜଣ ସଦସ୍ୟ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହ ସାକ୍ଷାତ କରି ଅନାସ୍ତା ପ୍ରସ୍ତାବ ଆଣିବା ପାଇଁ ଏକ ଆବେଦନ ପତ୍ର ପ୍ରଦାନ କରିଛନ୍ତି । ଏହାକୁ ଗ୍ରହଣ କରିବା ସହ ଦିନେ କି ଦୁଇ ଦିନ ଭିତରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ।

ଅଭିଯୋଗ ସମ୍ପର୍କରେ ଉପନଗରପାଳଙ୍କ ପ୍ରତିକ୍ରିୟା :-
ଅନାସ୍ତା ଆବେଦନ ଉପରେ ଉପନଗରପାଳ ସନ୍ତୋଷ ଦାଶ କହିଛନ୍ତି,‘‘ନିମାପଡା ‘ଏନଏସି’ର ସଭ୍ୟମାନେ ଆଜି ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲୁ । ପ୍ରଥମେ ୩୦.୩.୨୦୨୨ ମସିହାରେ ନିର୍ବାଚିତ ହୋଇ ଆସିଥିଲୁ । ୨୭.୪.୨୦୨୨ ରେ ପ୍ରଥମ ବୈଠକ ହୋଇଥିଲା । ଅଧ୍ୟକ୍ଷା ଯେକୌଣସି କାମ କରୁଛନ୍ତି, କାଉନସିଲରମାନଙ୍କ ସହିତ ଯୋଗସୂତ୍ର ରଖି ନାହାଁନ୍ତି । ସବୁ ବିଭାଗରେ ଗୋଟିଏ ଗୋଟିଏ କମିଟି ହେବା କଥା, କିନ୍ତୁ ଅଢେଇ ବର୍ଷ ମଧ୍ୟରେ କମିଟି ହୋଇ ନାହିଁ । ବିଭିନ୍ନ କାମର ଟେଣ୍ଡର କରୁଛନ୍ତି ଏବଂ ତାଙ୍କ ମନ ମୁତାବକ ନହେଲେ ତାହାକୁ ରିଜେକ୍ଟେ କରିଦିଅନ୍ତି । ଯଦି କିଛି ବେକାର ଯୁବକମାନେ ସେମାନଙ୍କ କାମ କରିଛନ୍ତି,ଭଲ ପିସି ନ ପାଇଲେ ସେଥିରେ ଦସ୍ତଖତ କରୁନାହାଁନ୍ତି । ଅଢେଇ ବର୍ଷ ମଧ୍ୟରେ ମାତ୍ର ୭ ଥର ବୈଠକ ହୋଇଛି ।ନିୟମ ଅଛି ପ୍ରତି ମାସରେ ଥରେ ବୈଠକ ହେବା କଥା । ଯଦି ପ୍ରତିମାସରେ ନ କରିପାରିଲେ ୯୦ ଦିନ ମଧ୍ୟରେ ଗୋଟିଏ ମିଟିଂ କରିବା କଥା । ଅଧ୍ୟକ୍ଷାଙ୍କୁ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କଲୁ ।’’

ଅଭିଯୋଗ ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା:-
ନିବେଦନ ପତ୍ର ପାଇବା ପରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି,‘‘ନିମାପଡା ‘ଏନଏସି’ର ୧୧ଟି ୱର୍ଡ଼ ମଧ୍ୟରୁ ୮ଟି କାଉନସିଲର ଚେୟାରମ୍ୟାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦେଇଥିଲେ । ଯାହାବି ଅଭିଯୋଗ ଥିଲା କହିଥିଲେ । ଯାହାବି ମ୍ୟୁନିସିପାଲ ଆକ୍ଟରେ ଆଇନ ଅଛି, ସେହି ନିୟମାବଳି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ କାଉନସିଲରମାନେ ନିର୍ବାଚିତ ହୁଅନ୍ତି ଏବଂ ପରେ ଚେୟାରମ୍ୟାନ ନିର୍ବାଚିତ ହେଉଥିଲେ । କିନ୍ତୁ ଏଥର ପ୍ରଥମ ଥର ପାଇଁ ସିଧାସଳଖ ନିର୍ବାଚିତ ହୋଇଥିଲେ । ତେଣୁ କ’ଣ ତାର ନିୟମାବଳି ଅଛି ତର୍ଜମା କରି ନିୟମ ଅନୁସାରେ କରିବୁ ।’’

ଇଟିଭି ଭାରତ, ନିମାପଡା

Last Updated : Aug 13, 2024, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.