ETV Bharat / state

ପଛୁଆ ବର୍ଗଙ୍କୁ ରାଜ୍ୟ ସରକାରଙ୍କ ଭେଟି, ଅନୁଗୋଳରେ ଜିଲ୍ଲାର ପ୍ରଥମ ନିଶୁଳ୍କ ଓବିସି ହଷ୍ଟେଲ

Free Accommodation Laid Hostels For OBC Students: ଅନୁଗୋଳ ଜିଲାରେ ନିର୍ମାଣ କରାଯାଇଛି ପଛୁଆ ବର୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଶୁକ୍ଳ ଆବାସିକ ଗୃହ । ମାର୍ଚ୍ଚ ମାସଠାରୁ ଆବାସିକ ଗୃହରେ ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 6, 2024, 10:02 PM IST

ଅନୁଗୋଳରେ ପ୍ରଥମ ନିଶୁଳ୍କ ଓବିସି ହଷ୍ଟେଲ, ଗରିବ ଛାତ୍ରଛାତ୍ରୀ ହେବେ ଉପକୃତ

ଅନୁଗୋଳ: ରାଜ୍ୟରେ ପଢୁଥିବା ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଭେଟି । ପୂର୍ବରୁ ସରକାର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ଆବାସିକ ଗୃହ ଓ ଆବାସିକ ବିଦ୍ୟାଳୟ ନିର୍ମାଣ କରିଛନ୍ତି । ସେଠାରେ ହଜାର ହଜାର ଛାତ୍ରଛାତ୍ରୀ ମାଗଣାରେ ରହିବା ଓ ଖାଇବା ସୁବିଧା ପାଉଛନ୍ତି । ଏହି କ୍ରମରେ ଓବିସି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିବାକୁ ଯାଉଛି ଆବାସିକ ଗୃହ । ଏଠାରେ ପଛୁଆ ବର୍ଗର ଛାତ୍ରଛାତ୍ରୀ ମାଗଣାରେ ସମସ୍ତ ସୁବିଧା ପାଇପାରିବେ ।

ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଗୋଳ ବ୍ଲକର ନୂଆ ମଉଜାଠାରେ ପ୍ରାୟ ୪ ଏକର ଜାଗାରେ ନିର୍ମାଣ କରାଯାଇଛି ଆବାସିକ ଗୃହ । ଉଭୟ ବାଳିକା ଓ ବାଳକଙ୍କ ଅଲଗା ହଷ୍ଟେଲ ଥିବା ବେଳେ ପ୍ରତିଟିରେ ୩୦୦ ଲେଖାଏଁ ପିଲା ରହିପାରିବାର ବ୍ୟବସ୍ଥା ହୋଇଛି । ଉଭୟ ଗୃହ ୩ ମହଲା ବିଶିଷ୍ଟ ହୋଇଥିବା ବେଳେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ରହିଛି । ବିଦ୍ୟୁତ ସଂଯୋଗ, ଶଯ୍ୟାଗୃହ, ଗାଧୁଆ ଘର ଓ ଅନ୍ୟାନ୍ୟ ସବୁ ସୁବିଧା ଯୋଗାଇ ଦିଆଯାଇଛି । ବାହାରେ ଫୁଲବଗିଚା ମଧ୍ୟ ରହିଛି ।

୮ କୋଟି ଟଙ୍କାରେ ନିର୍ମିତ ଏହି ଆବାସିକ ଗୃହରେ ଦଶମ ପାସ କରି ବିଭିନ୍ନ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ତାଲିମ କେନ୍ଦ୍ରରେ ପଢୁଥିବା ପିଲାମାନଙ୍କର ରହିବାର ବନ୍ଦୋବସ୍ତ କରାଯାଇଛି । ଏହାର ପରିଚାଳନା ଦାୟିତ୍ବରେ ଏସସି,ଏସଟି ଓ ଓବିସି କଲ୍ୟାଣ ବିଭାଗ ରହିଛି । ଛାତ୍ରଛାତ୍ରୀଙ୍କ ଖାଇବା, ରହିବା, ବିଦ୍ୟୁତ ବିଲ ବାବଦରେ ବାର୍ଷିକ ଲକ୍ଷାଧିକ ଟଙ୍କା ବିଭାଗ ନିଜେ ବହନ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦେଶ ଅଛି ।

ଏହା ମଧ୍ୟ ପଢନ୍ତୁ .... 'AI ବ୍ୟବହାରରେ ଓଡ଼ିଆ ଭାଷାକୁ କରିହେବ ବିଶ୍ୱସ୍ତରୀୟ'

ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷଠାରୁ ଏହା କାର୍ଯ୍ୟକାରୀ ହେବ । ତେବେ ଏସସି,ଏସଟି ଓ ଓବିସି ବିଭାଗ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ ମିଳିତ ଉଦ୍ୟମରେ ଯୋଗ୍ୟ ଅନ୍ତେବାସୀମାନଙ୍କ ତାଲିକା ପ୍ରସ୍ତୁତ କରାଯିବ । ବିଶେଷ କରି ଆର୍ଥିକ ଅନୁନ୍ନତ ଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ । ତେଣୁ ମାର୍ଚ୍ଚ ମାସଠାରୁ ଆବାସିକ ଗୃହରେ ନାମ ଲେଖା କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ପ୍ରଥମ ଥର ପାଇଁ ଗୋଟିଏ ମାତ୍ର ଆବାସିକ ଗୃହ କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ପଛୁଆବର୍ଗଙ୍କ ସଶକ୍ତିକରଣ ଦ୍ବାରା ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତ ସହ ଯୋଡିବା ପାଇଁ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପକୁ ଜିଲ୍ଲାବାସୀ ସ୍ବାଗତ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.