ମାନକାନଗିରି: ସହିଦ ଦିବସ ସପ୍ତାହ ପାଳନ ନେଇ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାଓବାଦୀ)ଙ୍କ ପ୍ରେସ ରିଲିଜ । ଆସନ୍ତା 28ରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ପାଳନ ହେବ ସହିଦ ଦିବସ ସପ୍ତାହ । ଆନ୍ଧ୍ର ଓଡିଶା ସ୍ବତନ୍ତ୍ର ଜୋନାଲ କମିଟିର ପ୍ରେସ ବିଜ୍ଞପ୍ତି । ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ଦିବସ ପାଳନ ପାଇଁ ଆହ୍ବାନ । ତେବେ ଗତ ୧ ବର୍ଷରେ ୨୦୦, ୬ ମାସରେ ୧୬୦ ନକ୍ସଲ ସାଥିଙ୍କର ମୃତ୍ୟୁ ହୋଇଛି ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
![Andhra Odisha Special Zonal Committee Press Release](https://etvbharatimages.akamaized.net/etvbharat/prod-images/24-07-2024/andhraodishaspecialzonalcommitteepressrelease_23072024215828_2307f_1721752108_463.jpg)
କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାଓବାଦୀ) ତରଫରୁ ଗତକାଲି ପ୍ରେସ ବିଜ୍ଞପ୍ତି ଜାରି ହୋଇଥିଲା । ଏଥରେ ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ଦିବସ ସପ୍ତାହ ପାଳନ କରାଯିବା ନେଇ ଆହ୍ବାନ ଦେଇଛନ୍ତି । କମ୍ରେଡ ଚାରୁ ମଜୁମଦାରଙ୍କ ମୃତ୍ୟୁ ଦିବସକୁ ନକ୍ସଲ ସଂଗଠନ ସହିଦ ଦିବସ ରୂପେ ପାଳନ କରିଥାଏ । ତେବେ ଏହି ପ୍ରେସ ବିଜ୍ଞପ୍ତିରେ ସଂଗଠନ ଗତ ୧ ବର୍ଷ ମଧ୍ୟରେ ୨୦୦ ନକ୍ସଲ,ଲୋକ ଏବଂ ଅନ୍ୟ ସାଥିଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ୬ ମାସ ମଧ୍ୟରେ ୧୬୦ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ସ୍ବୀକାର କରିଛନ୍ତି ।
![Andhra Odisha Special Zonal Committee Press Release](https://etvbharatimages.akamaized.net/etvbharat/prod-images/24-07-2024/andhraodishaspecialzonalcommitteepressrelease_23072024215828_2307f_1721752108_865.jpg)
ଖୁବ କମ୍ ସମୟରେ ଏତେ ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଥିବା କହିଛନ୍ତି । ଏମାନଙ୍କ ମଧ୍ୟରୁ ୬ ମାସର ଶିଶୁ ମଙ୍ଗଳି ସହ ୬୦ ବର୍ଷର ବୃଦ୍ଧ ରହିଛନ୍ତି ବୋଲି କହିଛନ୍ତି । ଗତ ୨୦୨୩ ଓ ୨୦୨୪ରେ ମୃତ୍ୟୁବରଣ କରିଥିବା ସାଥି କମ୍ରେଡମାନଙ୍କର ବଳିଦାନକୁ ଭୁଲିବା ନାହିଁ ଏବଂ ତାଂକର ଆତ୍ମାର ଶାନ୍ତି ପାଇଁ ଲଢେଇ ଜାରି ରଖିବା ବୋଲି କୁହାଯାଇଛି ।
କେବଳ ଛତିଶଗଡରେ ଗତ ୬ ମାସ ମଧ୍ୟରେ ୧୪୦ ଜଣ ସାଥିଙ୍କର ଶତ୍ରୁ ଗୁଳିରେ ମୃତ୍ୟୁ ହୋଇଥିବା ସ୍ବୀକାର କରିଛି ସଂଗଠନ । ଅପରେସନ କଗାର ନାମରେ ଛତିଶଗଡ ସରକାର ନକ୍ସଲ ଦମନ ନେଇ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକୁ ସମସ୍ତେ ବିରୋଧ କରିବା ଉଚିତ ବୋଲି କହିଛି ସଂଗଠନ । କେନ୍ଦ୍ର ଓ ରାଜ୍ୟ ସରକାର ଦଳିତ ଲୋକଙ୍କ ଧନ ସଂପତ୍ତି ଲୁଟ କରି ନେବାକୁ ଚେଷ୍ଟା ଜାରି ରଖିଛନ୍ତି କିନ୍ତୁ ଆମ ପାର୍ଟି ପ୍ରତିବନ୍ଧକ ସାଜିଥିବା କୁହାଯାଇଛି । ଆମ ସଂଗଠନକୁ ସଂପୂର୍ଣ୍ଣ ବିଲୋପ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । କିନ୍ତୁ ଏହା କେବେ ସମ୍ଭବ ହେବ ନାହିଁ ବୋଲି କୁହାଯାଇଛି ।
ଆଗାମୀ ୩ ବର୍ଷ ମଧ୍ୟରେ ଦେଶରୁ ନକ୍ସଲବାଦ ହଟାଇବାକୁ କେନ୍ଦ୍ର ସରକାର ଅପରେସନ କଗାର ନାମକ ଯୁଦ୍ଧ ଘୋଷଣା କରିଛନ୍ତି । ବିନାଶର ଏହି ଯୁଦ୍ଧରେ ଶତ୍ରୁ ହେଉଛି ପୋଲିସ ବୋଲି ନକ୍ସଲ ସଂଗଠନ କହିଛି । ପୋଲିସ ଗାଁ ଗାଁ ବୁଲି ଲୋକଙ୍କୁ ନିର୍ଯାତନା ଦେବା ସହ ସେମାନଙ୍କୁ ଅସଦାଚରଣ କରୁଛି । ଲୋକଙ୍କୁ ବିନା କାରଣରେ ଗୁଳି କରି ମାରୁଛି ବୋଲି ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- କଦମଗୁଡା ଜଙ୍ଗଲରୁ ୨ଟି ଲ୍ୟାଣ୍ଡମାଇନ ଠାବ କଲା ଅନକାଡେଲି ବିଏସଏଫ - Landmines In Kadamguda
ସାଧାରଣ ଲୋକଙ୍କୁ ନକ୍ସଲ ବୋଲି କହି ସେମାନଙ୍କୁ ହତ୍ୟା କରାଯାଉଛି। ଜଳ,ଜଂଗଲ ଓ ଜମି ବଞ୍ଚାଇବା ଆମର କର୍ତ୍ତବ୍ୟ । ଏହାକୁ କର୍ପୋରେଟ ହାତକୁ ଟେକିଦେବାକୁ ଚାହୁଁଛନ୍ତି ସରକାର । ଜଂଗଲକୁ ଯାଉଥିବା ଲୋକଙ୍କୁ ଧରି ନକ୍ସଲ ବୋଲି ଆଖ୍ୟା ଦେଇ ଜେଲରେ ଭର୍ତ୍ତି କରାଯାଉଛି ବୋଲି ଏଥିରେ କୁହାଯାଇଛି । ନଚେତ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଉଛି । ଯାହା ବେଆଇନ ଅଟେ ବୋଲି କୁହାଯାଇଛି । ଲୋକଙ୍କ ଉପରେ ଚାଲିଥିବା ଅପରେସନ କଗାରକୁ ପରାସ୍ତ କରିବା ବୋଲି ଆହ୍ବାନ ଦେବା ସହ ଗାଁ ଗାଁରେ ସହିଦ ଦିବସକୁ ପାଳନ କରି ସହିଦଙ୍କ ଅଭିଳାଷା ପୂରଣ କରିବା ବୋଲି ସଚିବ ଗଣେଶ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
ଇଟିଭି ଭାରତ, ମାଲକାନଗିରି