ETV Bharat / state

ଅନ୍ଧକାରରେ ବୌଦ୍ଧର ଐତିହ୍ୟ ପୀଠ ରାମେଶ୍ବର ମନ୍ଦିର; ପ୍ରତିଶ୍ରୁତିରେ ସୀମିତ ବିକାଶ - Rameshwar temple - RAMESHWAR TEMPLE

Ancient temple in neglected condition: ଅବହେଳିତ ଅବସ୍ଥାରେ ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ପୀଠ ରାମେଶ୍ବର ମନ୍ଦିର । ବର୍ଷ ତମାମ୍ ପର୍ଯ୍ୟଟକଙ୍କ ଆକୃଷ୍ଟ କରୁଥିବା ଏହି ମନ୍ଦିରର ଆଖିଦୃଶିଆ ବିକାଶ ହୋଇପାରିନଥିବା ବେଳେ ସନ୍ଧ୍ୟା ହେଲେ ଏଠି ଅନ୍ଧାର ରାଜୁତି କରୁଛି । ଅଧିକ ପଢନ୍ତୁ

ଅନ୍ଧକାରରେ ବୌଦ୍ଧର ଐତିହ୍ୟ ପୀଠ ରାମେଶ୍ବର ମନ୍ଦିର
ଅନ୍ଧକାରରେ ବୌଦ୍ଧର ଐତିହ୍ୟ ପୀଠ ରାମେଶ୍ବର ମନ୍ଦିର (ଫଟୋ-ଇଟିଭି ଭାରତ ଓଡ଼ିଶା)
author img

By ETV Bharat Odisha Team

Published : May 7, 2024, 3:33 PM IST

ଅନ୍ଧକାରରେ ବୌଦ୍ଧର ଐତିହ୍ୟ ପୀଠ ରାମେଶ୍ବର ମନ୍ଦିର; ପ୍ରତିଶ୍ରୁତିରେ ସୀମିତ ବିକାଶ (ETV Bharat Odisha)

ବୌଦ୍ଧ: ଜିଲ୍ଲାର ଐତିହ୍ୟ, କଳା, ସଂସ୍କୃତିର ଅନନ୍ୟ ଉଦାହରଣ ରାମେଶ୍ବର ମନ୍ଦିର ସମୂହ । ପ୍ରାଚୀନ ଉତ୍କଳୀୟ ମନ୍ଦିର ସ୍ଥାପତ୍ୟର ମାଇଲ ଖୁଣ୍ଟ ଭାବରେ ପରିଚିତ ଏହି ପୀଠ । ମନ୍ଦିରର ନାଲି ରଙ୍ଗର ପଥର ଉପରେ ସୁକ୍ଷ୍ମ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ଅଭିଭୂତ କରିଥାଏ । ଚଳିତ ନିର୍ବାଚନରେ ଜିଲ୍ଲାର ରାଜନୈତିକ ଦଳର ପ୍ରାର୍ଥୀମାନେ ଏହି ପୀଠରୁ ଆଶୀର୍ବାଦ ନେଇ ନାମାଙ୍କନ ପତ୍ର ଦାଖଲ ଓ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏହାସତ୍ତ୍ବେ ଏହି ପ୍ରସିଦ୍ଧ ଐତିହ୍ୟ ପୀଠ ଆଜି ଅବହେଳିତ । ମନ୍ଦିରର ଆଖିଦୃଶିକା ବିକାଶ ହୋଇପାରିନଥିବା ବେଳେ ସନ୍ଧ୍ୟା ହେଲେ ଏଠି ଅନ୍ଧାରର ରାଜୁତି ଚାଲୁଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ଅବସ୍ଥିତ ନବମ ଶତାବ୍ଦୀରେ ସୋମବଂଶୀ ଶାସକଙ୍କ ଦ୍ୱାରା ନିର୍ମିତ ରାମେଶ୍ବର ମନ୍ଦିର ସମୂହ । ପୂର୍ବରୁ ଏଠାରେ ଏକାଦଶ ରୁଦ୍ରଙ୍କ ସ୍ବତନ୍ତ୍ର ମନ୍ଦିର ଥିବାବେଳେ ସମୟ ସ୍ରୋତରେ ବର୍ତ୍ତମାନ ଏଠି କେବଳ ତିନୋଟି ମନ୍ଦିର ରହିଛି । ମୁଖ୍ୟ ରାମେଶ୍ବର ମନ୍ଦିରଟି ୧୯୩୬ ମସିହାରେ ଦୁର୍ବଳ ହୋଇପଡ଼ିଥିବା କାରଣରୁ ଏହାକୁ ଭାଙ୍ଗି ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଦେଶ ସ୍ବାଧୀନତା ପରେ ଏହି ମୁଖ୍ୟ ମନ୍ଦିର ଅଧାଗଢ଼ା ହୋଇ ରହିଗଲା । ୧୯୫୮ ମସିହାଠାରୁ ଏହି ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଶୈବପୀଠ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ରହିଛି ।

ଏହା ମଧ୍ୟ ପଢନ୍ତୁ: ଅଳିଆ ଆର୍ବଜନାରେ ଅଣନିଶ୍ବାସୀ କବି ଜୟଦେବଙ୍କ ପୀଠ, ପ୍ରଶାସନର ନିଘା ନାହିଁ ! - Jaydev Pitha

ଏହି ମନ୍ଦିରଗୁଡିକର ସ୍ବତନ୍ତ୍ର ନାଲି ରଙ୍ଗର ପଥର ଉପରେ ଅତ୍ୟନ୍ତ ସୁକ୍ଷ୍ମ କାରୁକାର୍ଯ୍ୟ ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସୁଛି । ଚଳିତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରାଜନୈତିକ ଦଳର ନେତାମାନେ ମଧ୍ୟ ଏହି ଐତିହ୍ୟ ପୀଠର ଭୁରି ଭୁରି ପ୍ରଶଂସା କରିବା ସହ ଆଶୀର୍ବାଦ ନେଇ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ ସନ୍ଧ୍ୟା ହେଲେ ଅନ୍ଧକାରରେ ବୁଡିଯାଉଛି ଏହି ଐତିହାସିକ ପୀଠ । ଏହାର ବିକାଶ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।

ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ମନ୍ଦିର ସ୍ଥାପତ୍ୟ ଦେଖି ଅଭିଭୂତ ହୋଇଥିବା ବେଳେ ପ୍ରାୟ ଛ' ମାସ ତଳେ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବିଭାଗର ନିର୍ଦ୍ଦେଶକ ଏହି ମନ୍ଦିରର ବିକାଶ ନେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାଙ୍କର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ସୀମିତ ରହିଯାଇଥିବା ବେଳେ ଏହି ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଶୈବପୀଠ ଅନ୍ଧକାର ମଧ୍ୟରେ ନିଜ ଅସ୍ତିତ୍ଵ ଖୋଜିବାରେ ଲାଗିଛି । ଏନେଇ ପୀଠର ପୂଜକ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.