ETV Bharat / state

ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ଅନନ୍ତ ଅମ୍ବାନୀ, ଦାନ କଲେ ଅଢେଇ କୋଟି - Anant Ambani Visits SriMandir

author img

By ETV Bharat Odisha Team

Published : Apr 17, 2024, 11:49 AM IST

Updated : Apr 17, 2024, 12:08 PM IST

Anant Ambani Visits Srimandir: ପୁରୀରେ ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ବିବାହ ପୂର୍ବରୁ ମହାପ୍ରଭୁଙ୍କ ଆର୍ଶୀବାଦ ନେଲେ । ଅଧିକ ପଢନ୍ତୁ

Anant Ambani
Anant Ambani
Anant Ambani

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ । ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ନିଜର ବିବାହ ପୂର୍ବରୁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଶ୍ରୀମନ୍ଦିର ଆସିଥିଲେ । ପ୍ରଥମେ ଅନନ୍ତ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଥିଲା । ଏହାପରେ ଅନନ୍ତ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ତେବେ ଭଲରେ ମହାପ୍ରଭୁଙ୍କ ଦର୍ଶନ ହୋଇଥିବା କଥା ସେ କହିଛନ୍ତି ।

ସୂଚନା ଅନୁସାରେ, ଅନନ୍ତ ଅମ୍ବାନୀ ମଙ୍ଗଳବାର ରାତି 10ଟା 30ରେ ପୁରୀରେ ପହଞ୍ଚିଥିଲେ । ପରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟ, କୌଳିକ ପଣ୍ଡା ଅନନ୍ତଙ୍କୁ ସ୍ଵାଗତ କରି ଶ୍ରୀମନ୍ଦିରକୁ ପାଛେଟି ନେଇଥିଲେ । ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଅନନ୍ତ । ପରେ କାଳିଆ ଠାକୁରକୁ ଦର୍ଶନ କରି ବେଶ୍ ଭାବ ବିହ୍ଵଳିତ ହୋଇଥିଲେ ।ମହାପ୍ରଭୁଙ୍କ ଚନ୍ଦନ ଲାଗି ବେଶ ଦର୍ଶନ କରିଥଲେ ଅନନ୍ତ ଅମ୍ବାନୀ ଏବଂ ଶ୍ରୀମନ୍ଦିରର ପରମ୍ପରା, ମହାପ୍ରଭୁଙ୍କ ନୀତିକାନ୍ତି ବିଷୟରେ ପଚାରି ବୁଝିଥିଲେ ।

ଏହା ମଧ୍ୟ ପଢନ୍ତୁ: Anant Ambani Visits SriMandir: ମହାପ୍ରଭୁଙ୍କ ଦର୍ଶନ କଲେ ଅନନ୍ତ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଗଲା ସ୍ୱାଗତ

ଶ୍ରୀଜିଉଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରିଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ପରେ ସେ ଫେରିଥିଲେ । ସେ ଦୀର୍ଘ 2 ଘଣ୍ଟା ସମୟ ଅତିବାହିତ କରିଥିଲେ । ଏହି ଅବସରରେ ସେ ଶ୍ରୀମନ୍ଦିର ପ୍ରଶାସନକୁ 2 କୋଟି 50 ଲକ୍ଷ ଟଙ୍କାର ଦାନ ଦେଇଥିଲେ । ଶ୍ରୀମନ୍ଦିର ଉତ୍ତର, ପଶ୍ଚିମ, ଦକ୍ଷିଣ ଦ୍ୱାରକୁ ସିଂହଦ୍ଵାର ଭଳି ରୁପା ଛାଉଣୀ କରିବାକୁ ସେବାୟତ ଅନନ୍ତଙ୍କୁ ଜଣାଇଥିଲେ । ଏହି କାର୍ଯ୍ୟ କରିବା ପାଇଁ ଅନନ୍ତ ତାଙ୍କ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନନ୍ତଙ୍କୁ ମହାପ୍ରଭୁଙ୍କ ମାଳ, ମହାପ୍ରସାଦ, ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ଉପହାର ଭାବେ ଦେଇଥିଲେ । କୌଳିକ ପଣ୍ଡା ରଘୁନାଥ ଗୋଛିକାର ଅନନ୍ତଙ୍କୁ ଶ୍ରୀମନ୍ଦିର ଭିତରେ ବୁଲାଇଥିଲେ । ସେପଟେ ମହାପ୍ରଭୁଙ୍କୁ ଦର୍ଶନ ପରେ ଅନନ୍ତ ଅମ୍ବାନୀ କହିଥିଲେ, "ସମସ୍ତଙ୍କୁ ରାମ ନବମୀର ଶୁଭେଚ୍ଛା । ସମସ୍ତଙ୍କୁ କାଳିଆ ସୁଖୀ, ମଙ୍ଗଳରେ ରଖନ୍ତୁ ।" କହିରଖୁଛି କି, ଆଗାମୀ ଜୁଲାଇରେ ଅନନ୍ତଙ୍କ ବିବାହ ଉତ୍ସବ ରହିଛି । ତେବେ ଏହା ପୂର୍ବରୁ ସେ ଭାରତର ପ୍ରମୁଖ ମନ୍ଦିର ଯାଇ ଇଶ୍ବରଙ୍କ ଆଶୀର୍ବାଦ ନେଇଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Apr 17, 2024, 12:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.