ETV Bharat / state

ଅଣସର ପିଣ୍ଡିରେ ମହାପ୍ରଭୁ, ପୂଜା ପାଇଲେ ପଟିଦିଅଁ - ANABASARA RITUALS

ANABASARA RITUALS IN SRIMANDIR: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ଵରରେ ପୀଡ଼ିତ ଦାରୁଦିଅଁ । ଆଜିଠାରୁ ଆରମ୍ଭ ହୋଇଛି ପାରମ୍ପାରିକ ଗୁପ୍ତ ଉପଚାର । ସେହିପରି ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 23, 2024, 8:28 PM IST

ANABASARA RITUALS
ANABASARA RITUALS (ETV Bharat Odisha)

ପୁରୀ: ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ । ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ଵରରେ ପୀଡ଼ିତ ଦାରୁଦିଅଁଙ୍କର ଆଜିଠାରୁ ଆରମ୍ଭ ହୋଇଛି ପାରମ୍ପାରିକ ଗୁପ୍ତ ଉପଚାର । ସ୍ନାନବେଦୀରୁ ସିଧାସଳଖ ଅଣସର ପିଣ୍ଡିରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ । ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଗୁପ୍ତ ଉପଚାର ସହ ଗୁପ୍ତ ସେବା ମଧ୍ୟ ଆରମ୍ଭ କରିଛନ୍ତି । ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁଙ୍କଠାରେ ଏହି ଅଣସର ସମୟରେ ପଣା ଓ ଚକଟା ଭୋଗ ସହ ଫଳମୂଳ ଲାଗି ହୋଇଥାଏ । ଏହି ସମୟରେ ଶ୍ରୀଜୀଉମାନେ ଶ୍ୱେତବସ୍ତ୍ର ପରିଧାନ କରିବାର ବିଧି ରହିଥିବାବେଳେ ତୁଳସୀ ମଧ୍ୟ ଲାଗି କରାଯାଇନଥାଏ ।

ANABASARA RITUALS (ETV Bharat Odisha)

ଚଳିତ ବର୍ଷ ୧୩ ଦିନ ଅଣସର ପଡୁଥିବାବେଳେ ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ । ଅଣସର ଘରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ନପାଇ ଭକ୍ତମାନେ ଭାବବିହ୍ବଳ ହୋଇଛନ୍ତି । ଭକ୍ତଙ୍କୁ ନିରାଶ ନକରିବା ପାଇଁ ଦଶାବତାର ଠାକୁରଙ୍କ ସମେତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ଵରୀ ପଟିଦିଅଁ ଭାବେ ପୂଜିତ ହେଉଛନ୍ତି । ଭକ୍ତମାନେ ପଟିଦିଅଁ ଦର୍ଶନ କରି କୋଟି ପୂଣ୍ୟ ଅର୍ଜନ କରୁଥିବାବେଳେ ମହାପ୍ରଭୁଙ୍କ ସୁସ୍ଥତା କାମନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ତିନି ରଥରେ ସଂଯୋଗ ହେଲା ଖଦି ଓରା, ଚାଳି ପାଇଁ ଆରମ୍ଭ ହେଲା କତରା ନିର୍ମାଣ - RATHA KHALA HALCHAL

ତେବେ ଅଣସର ଘରେ ଥିବା ମହାପ୍ରଭୁଙ୍କ ପାଖରେ ଏହି ସମୟରେ ପଣା ଏବଂ ଚକଟା ଭୋଗ କରାଯାଉଥିବାବେଳେ ପଟିଦିଅଁଙ୍କୁ ଅନ୍ନମହାପ୍ରସାଦ ଭୋଗ କରାଯାଇଥାଏ । ମହାପ୍ରଭୁଙ୍କ ଅଣସର ନୀତି ଚାଲିଥିବାବେଳେ ଏହି ସମୟରେ ଶ୍ରୀମନ୍ଦିରରେ ଭଜନ, କୀର୍ତ୍ତନ ନିଷିଦ୍ଧ ରହିବାର ବିଧି ରହିଛି । ତେବେ ମହାପ୍ରଭୁଙ୍କ ଅଣସର ନୀତି ଆଜିଠାରୁ ଆରମ୍ଭ ହୋଇଥିବାବେଳେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ସମସ୍ତ ଉପଚାର କରାଯାଇ ମହାପ୍ରଭୁଙ୍କୁ ସୁସ୍ଥ କରିବେ ଶ୍ରୀଅଙ୍ଗ ସୁରକ୍ଷା ସେବକ ଦଇତାପତି ।

ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଉନଥିବାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠ ମୁହାଁ ହୋଇଛନ୍ତି ଭକ୍ତ । ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କଲେ ଯେତିକି ପୂଣ୍ୟ ମିଳେ, ମହାପ୍ରଭୁଙ୍କ ଅନବସର ସମୟରେ ବ୍ରହ୍ମଗିରିରେ ଅଲାରନାଥଙ୍କ ଦର୍ଶନ କଲେ ସେତିକି ପୂଣ୍ୟ ପ୍ରାପ୍ତି ହେବାର ବିଶ୍ବାସ ରହିଛି । ତେଣୁ ଆଜିଠାରୁ ଅଲାରନାଥଙ୍କ ପୀଠରେ ଜମିଛି ଭକ୍ତଙ୍କ ଭିଡ଼ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.