ETV Bharat / state

ନବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ସତ୍ୟତା ଯାଞ୍ଚ କରୁଛି ପୋଲିସ - ନାବାଳିକାକୁ ଦୁଷ୍କର୍ମ

Minor Girl Rape Case: କଟକ ପୋପରଡା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଅଧିକ ପଢ଼ନ୍ତୁ

ନବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ନବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
author img

By ETV Bharat Odisha Team

Published : Feb 16, 2024, 6:39 PM IST

ନବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: ଦିନକୁ ଦିନ ବଢ଼ି ଚାଲିଛି ମହିଳାଙ୍କ ପ୍ରତି ନିର୍ଯାତନା । ବାରମ୍ବାର ନିର୍ଯାତନା ଓ ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ଏକ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି କଟକ ପୋପରଡା ଅଞ୍ଚଳରୁ । ତେବେ ଏହି ଦୁଷ୍କର୍ମ ଘଟଣାର ସତ୍ୟତା ନେଇ ଯାଞ୍ଚ କରୁଛି ପୋଲିସ । ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସେପଟେ ପୀଡିତାଙ୍କ ବୟାନ ରେକର୍ଡ ଆଧାରରେ ତଦନ୍ତ ଜାରି ରହିଥିବା ବେଳେ ଡାକ୍ତରୀ ମାଇନା ରିପୋର୍ଟକୁ ଅପେକ୍ଷା ରହିଛି ବୋଲି କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି ।

ସୂଚନା ଅନୁସାରେ, ଗତ 14 ତାରିଖ (ବୁଧବାର) ସକାଳ ପ୍ରାୟ 10ଟା ସମୟରେ କଟକ ପୋପରଡା ଅଞ୍ଚଳର ଜଣେ ନାବାଳିକା ଅନ୍ୟ ଜଣେ ନାବାଳିକାଙ୍କ ସହ ଘରକୁ ଆସୁଥିଲେ । ଏହି ସମୟରେ ୩ ଜଣ ଅଜଣା ବ୍ୟକ୍ତି ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ସ୍ଥାନୀୟ ମଧୁପାଟଣା ଥାନାରେ ଏତଲା ହୋଇଛି । ତେବେ ଘଟଣା ଦିନ ପୀଡିତା ଗୋଟିଏ ୫ ଟଙ୍କିଆ କଏନ ଗିଳି ଦେଇଥିଲେ । ଏହି କାରଣରୁ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା, ଯେଉଁଠି ତାଙ୍କ ଗୁପ୍ତାଙ୍ଗ ନିକଟରେ କ୍ଷତ ଥିବା ଦେଖିବା ପରେ ପୀଡ଼ିତାଙ୍କ ମାଆ ଗତକାଲି (ଗୁରୁବାର) ମଧୁପାଟଣା ଥାନାରେ ଏନେଇ ଏତଲା ଦାୟର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ରାଉରକେଲାରେ ଲଜ୍ୟା, ପ୍ରେମ ବାହାନା କରି ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଏହା ମଧ୍ୟ ପଢ଼ନ୍ତୁ....ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟିଉସନ ସାର୍ ଗିରଫ

ଏନେଇ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି, "ଗତ 14 ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ବୋଳେ ଗତକାଲି (ଗୁରୁବାର) ମଧୁପାଟଣା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୀଡିତାଙ୍କୁ ଏବଂ ସାକ୍ଷୀମାନଙ୍କୁ ପଚରାଉଚରା ଚାଲିଛି । ସାକ୍ଷୀମାନଙ୍କ ବୟାନରେ ତାଳମେଳ ରହୁନଥିବା ବେଳେ ପୀଡିତାଙ୍କ ବୟାନ ଓ ପାରିପାର୍ଶ୍ବିକ ପ୍ରମାଣରେ କିଛି ଅସଙ୍ଗତି ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ତଦନ୍ତ ଚାଲିଛି । ତଦନ୍ତ ସରିବା ପରେ ଘଟଣାର ସତ୍ୟତା ବିଷଯରେ ଜଣାପଡ଼ିବ ।" ସେପଟେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଠାବ କରାଯାଇ ପାରିନାହିଁ । ତେବେ କିଛି ଦିନ ପୂର୍ବରୁ କଟକର ସିଡିଏ ବସ୍ତି ଅଞ୍ଚଳରେ ମଧ୍ୟ ନାବାଳିକା ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ଯାହା ଫଳରେ ଦୋଷୀକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଥିଲା କମିଶନରେଟ ପୋଲିସ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.