ETV Bharat / state

ମିଶନ ଶକ୍ତି ବିଭାଗରେ ବଡ଼ ଘୋଟାଲା ! ବ୍ୟାଙ୍କମିତ୍ରଙ୍କୁ ଲାପଟପ୍‌ ଦେବା ନାଁରେ କୋଟି କୋଟି ଟଙ୍କା ହଡପ ଅଭିଯୋଗ - Bank Mitra Laptop Issue

author img

By ETV Bharat Odisha Team

Published : Aug 5, 2024, 7:24 PM IST

Corruption In The Name Of Giving Laptop To Bank Mitra: ବ୍ୟାଙ୍କମିତ୍ରଙ୍କୁ ଲାପଟପ୍‌ ଦେବା ନାଁରେ କୋଟି କୋଟି ଟଙ୍କା ହଡ଼ପ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ । ଅଧିକ ପଢ଼ନ୍ତୁ

Corruption In The Name Of Giving Laptop To Bank Mitra
Corruption In The Name Of Giving Laptop To Bank Mitra (ETV Bharat Odisha)

କେନ୍ଦ୍ରାପଡା: ମିଶନ ଶକ୍ତି ଯୋଜନାରେ ମେଗା ଲୁଟ । ବ୍ୟାଙ୍କମିତ୍ରଙ୍କୁ ଲାପଟପ୍‌ ଦେବା ନାଁରେ ଟଙ୍କା ଚଳୁ । ଏଣେ ତଥ୍ୟ ଲୁଚାଉଛନ୍ତି ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ । ଏଭଳି ଅଭିଯୋଗ ଆଣି ଉକ୍ତ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି କେନ୍ଦ୍ରାପଡା ଜିଲ୍ଲାପାଳ, ରାଜ୍ୟ ଭିଜିଲାନ୍ସ, ମିଶନ ଶକ୍ତି ନିର୍ଦ୍ଦେଶକଙ୍କ ନିକଟରେ ଦାବି କରିଛି ଓସା (ଓଡିଶା ସୂଚନା ଅଧିକାର ଅଭିଯାନ) ।

ଲ୍ୟାପଟପ କିଣିବା ଟଙ୍କା ମଞ୍ଜୁର ଉପରେ ମଗାଯାଇଥିଲା ତଥ୍ୟ:

ସୂଚନାନୁଯାୟୀ, ବରଗଡ଼ ଜିଲ୍ଲା ଭଟଲି ଛକ ବାସିନ୍ଦା ଅର୍ଦ୍ଧେନ୍ଦୁ ନାରାୟଣ ବେହେରା ଗତବର୍ଷ ଡିସେମ୍ବର ୨୩ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଠାରୁ ବ୍ୟାଙ୍କ ମିତ୍ରମାନଙ୍କ ଲ୍ୟାପଟପ କିଣିବା ପାଇଁ ଜିଲ୍ଲାସ୍ତରରେ କେତେ ଟଙ୍କା ମଞ୍ଜୁର ହୋଇଛି, ଉକ୍ତ ଲ୍ୟାପଟପ ଗୁଡିକର ଭାଉଚର, ଲ୍ୟାପଟପ କିଣିବା ପାଇଁ ଥିବା ଗାଇଡ ଲାଇନ ସମ୍ପର୍କରେ ତଥ୍ୟ ମାଗିଥିଲେ । ଚଳିତବର୍ଷ ଜାନୁଆରୀ ୬ ତାରିଖରେ ଲ୍ୟାପଟପ କିଣିବା ପାଇଁ ବ୍ୟାଙ୍କ ମିତ୍ରମାନଙ୍କ ଆକାଉଣ୍ଟକୁ ବ୍ଲକ ଲେବୁଲ ଫେଡରେସନ ମାଧ୍ୟମରେ ଟଙ୍କା ଯୋଗାଇ ଦିଆଯାଇଥିବା ଉତ୍ତର ଦିଆଯାଇଥିଲା । ଲ୍ୟାପଟପ କିଣିବା ପରର ଭାଉଚର DPMU (District Programme Management Unit)ରେ ଉପଲବ୍ଧ ନଥିବା ଜଣାଇଥିଲେ ।

କେଉଁ ଫଣ୍ଡରୁ ଟଙ୍କା ଦିଆଯାଉଛି ? ମିଶନ ଶକ୍ତି ବିଭାଗକୁ ମଗାଯାଇଥିଲା ତଥ୍ୟ:

ଏପଟେ ଜାନୁଆରୀ ୪ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି ବ୍ୟାଙ୍କ ମିତ୍ରମାନଙ୍କୁ ଦିଆ ଯାଉଥିବା ଲ୍ୟାପଟପ କେଉଁ ବଜେଟ ଆଧାରରେ ହୋଇଛି ? କେଉଁ ଫଣ୍ଡରୁ ଟଙ୍କା ଦିଆଯାଉଛି ? ଲ୍ୟାପଟପର ସ୍ପେସିଫିକେସନ କ'ଣ ? ଏବଂ ଜିଲ୍ଲା କିମ୍ବା ବ୍ଲକ ସ୍ତରରେ ଏହାର ତଦାରଖ କରିବା ପାଇଁ କାହାକୁ ଦାୟିତ୍ୱ ଦିଆଯାଇଛି ? ସେନେଇ ମିଶନ ଶକ୍ତି ବିଭାଗକୁ ତଥ୍ୟ ମାଗିଥିଲେ । ପରେ କେନ୍ଦ୍ରାପଡା ଜିଲ୍ଲାକୁ ୯୦ଜଣ ବ୍ୟାଙ୍କମିତ୍ରଙ୍କ ଲ୍ୟାପଟପ କିଣିବା ପାଇଁ ଦେୟ ବାବଦରେ ୪୫ ଲକ୍ଷ ଟଙ୍କା ଦିଆଯାଇଥିବା ସୂଚନା ଦିଆଯାଇଥିଲା । ଆଉ କିଛି ତଥ୍ୟ ରହିଯିବା କାରଣରୁ ଏନେଇ ଫାର୍ଷ୍ଟ ଅପିଲ ମଧ୍ୟ କରାଯାଇଥିଲା ।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବିରୋଧରେ ଟଙ୍କା ହଡପ ଅଭିଯୋଗ:

ତେବେ ଲ୍ୟାପଟପ କିଣାରେ ବଡ଼ ଦୁର୍ନୀତି ଅଭିଯୋଗ ନେଇ ପ୍ରତାପ ପୂର୍ବରୁ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରିବା ସହ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ଦାବି ଉପସ୍ଥାପନ କରିଥିଲେ ହେଁ ଏହାର କୌଣସି ସୁଫଳ ନ ମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରତାପ ଚନ୍ଦ୍ର ମହାନ୍ତି ଅଭିଯୋଗ କରିଛନ୍ତି, "ଲାପଟପ କିଣାରେ ଏମବିକେ ଓ ବ୍ୟାଙ୍କମିତ୍ରମାନଙ୍କ ପାଇଁ ୫୦ ହଜାର ଟଙ୍କା ଆସିଲା । ସରକାର କହିଛନ୍ତି ସେମାନଙ୍କୁ ଟଙ୍କା ପଠାଇବାର ଦାୟିତ୍ବ ଡିଏସ୍‌ଡବ୍ଲୁଓର । ହେଲେ ଲାପଟପ ଉପରେ ଡିଏସ୍‌ଡବ୍ଲୁଓକୁ ଯେତେ ତଥ୍ୟ ମାଗିଲେ ନିଜେ ତଥ୍ୟ ନଦେଇ ମିଶନ ଶକ୍ତିକୁ ପଠାଇ ଦେଉଛନ୍ତି । ଏପଟେ ମିଶନ ଶକ୍ତି କହୁଛନ୍ତି ଆମେ ଜାଣିନାହୁଁ । ଆମ ପାଖରେ ବିଲ ଭାଉଚର କିମ୍ବା ରେକର୍ଡ ନାହିଁ । ଆମକୁ ସନ୍ଦେହ ଲାଗୁଛ ଯେ, ଏମବିକେ ଓ ବ୍ୟାଙ୍କମିତ୍ରଙ୍କ ନାଁରେ ଯେଉଁ କୋଟିକୋଟି ଟଙ୍କାର ଲାପଟପ କିଣାଯାଇଛି ଏଥିରେ ଡିଏସ୍‌ଡବ୍ଲୁ, କେନ୍ଦ୍ରାପଡା ମିଶନ ଶକ୍ତିର ଡିପିସି ଓ ଜିଲ୍ଲାପାଳ ମିଳିମିଶି ଖାଇଛନ୍ତି । ଜିଲ୍ଲାପାଳଙ୍କ ନାଁ ଏଥିପାଇଁ କୁହାଯାଉଛି କାରଣ, ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲାପାଳ କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । କେବଳ ବ୍ୟାଙ୍କ ମିତ୍ର ନୁହନ୍ତି ଅନେକ ସ୍ଥାନରେ ଏମବିକେମାନେ ଲ୍ୟାପଟପ କିଣିବା ପାଇଁ ଟଙ୍କା ନେଇଥିଲେ ହେଁ କେହି ଏହାର ବିଲ ଭାଉଚର ଜମା କରିନଥିବା ନେଇ ସନ୍ଦେହ ଉପୁଜିଛି । ଆମେ ଦାବି କରୁଛୁ ଏହାର ସ୍ବତନ୍ତ୍ର ଅଡିଟ୍‌ ହେଉ ।"

ଏଭଳି କହିଲେ କେନ୍ଦ୍ରାପଡ଼ା ମିଶନ ଶକ୍ତିର ମୁଖ୍ୟ:

ସେପଟେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସତ୍ୟଭାମା ସେଠୀ କହିଛନ୍ତି, "ମିଶନ ଶକ୍ତିର ମୁଁ କେବଳ ମୁଖ୍ୟ ମାତ୍ର, କିନ୍ତୁ ସବୁ କାମ ଡିପିସି କରୁଛନ୍ତି । ଯାହା ତଥ୍ୟ ସେଗୁଡିକ ମିଶନ ଶକ୍ତି ବିଭାଗରେ ଉପଲବ୍ଧ ହେଉଥିବାରୁ କୌଣସି ତଥ୍ୟ ମଗାଗଲେ ସେ ଏହାକୁ ମିଶନ ଶକ୍ତି ବିଭାଗକୁ ପଠାଇ ଦିଅନ୍ତି । ବହୁତ ଆରଟିଆଇ ମଗାଯାଉଛି, ତେଣୁ ଏହା ଭିତରୁ ପ୍ରତାପ ମହାନ୍ତିଙ୍କ ଆରଟିଆଇ ବିସୟରେ ମୁଁ କିଛି ମନେ ପାକେଇପାରୁନି । ମୁଁ ମିଶନ ଶକ୍ତି ମୁଖ୍ୟ ହେଲେ ମଧ୍ୟ ମିଶନ ଶକ୍ତି ବିଭାଗ କୌଣସି ବୈଠକକୁ ମୋତେ ଡକାଯାଏନାହିଁ" ।

ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ:

ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି, "ସମସ୍ତ ଅଭିଯୋଗକୁ ଭିତ୍ତି କରି କେନ୍ଦ୍ରାପଡା ମୁଖ୍ୟ ଉନ୍ନୟନ ଅଧିକାରୀ (CDO) ଏବଂ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ନେଇ ଏକ ଜଏଣ୍ଟ ତଦନ୍ତ କରାଯିବ । ତଦନ୍ତର ଯାହା ନିର୍ଯ୍ୟାସ ଆସିବ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ରର ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ଓଡିଶାରେ ହେବ କାର୍ଯ୍ୟକାରୀ: ମୁଖ୍ୟମନ୍ତ୍ରୀ - MISSON SHAKTI

ଗୋଟିଏ ପଟରେ ସୂଚନାଧିକାର କର୍ମୀ ଜିଲ୍ଲାରେ ଲ୍ୟାପଟପ କିଣାରେ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିବା ବେଳେ ଅନ୍ୟପଟେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବା ଜିଲ୍ଲା ମିଶନ ଶକ୍ତି ପ୍ରମୁଖ ଏଭଳି ବୟାନ ଦେବା ନେଇ ବିଭାଗରେ କେତେ ସ୍ୱଚ୍ଛତା ରହିଛି ତାହା ସ୍ପଷ୍ଟ ଅନୁମାନ କରାଯାଇପାରେ । କେବଳ ଲ୍ୟାପଟପ କିଣା ନୁହେଁ ବିଭିନ୍ନ ସମୟରେ ତାଲିମ ନାଁରେ ଏଭଳି ସରକାରୀ ଟଙ୍କାର ଅପ ବ୍ୟବହାର ନେଇ ଓସା ଅଭିଯୋଗ କରିଥିବା ବେଳେ ପ୍ରଶାସନର ମୁଖ୍ୟ ଏଥିପ୍ରତି କେଉଁ ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.