ETV Bharat / state

ବେଳାଭୂମିରେ ଯୁଦ୍ଧଜାହାଜର ଗର୍ଜନ, ପୁରୀକୁ ଜଗିବେ ୮୫ ପ୍ଲାଟୁନ ଫୋର୍ସ - NAVY DAY 2024

ନୌସେନା ଦିବସ ପାଇଁ ପୁରୀ ପ୍ରସ୍ତୁତ । 15 ଯୁଦ୍ଧ ଜାହାଜ ଓ 40 ଏୟାରକ୍ରାଫ୍ଟ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ । ସୁରକ୍ଷା ଦାୟିତ୍ବରେ 85 ପ୍ଲାଟୁନ ପୋଲିସ ଫୋର୍ସ ।

NAVY DAY PREPARATION
NAVY DAY PREPARATION (ETV Bharat Odisha)
author img

By ETV Bharat Odisha Team

Published : Dec 1, 2024, 6:39 PM IST

ପୁରୀ: ନୌସେନା ଦିବସରେ 15 ଯୁଦ୍ଧ ଜାହାଜ ଓ 40 ଏୟାରକ୍ରାଫ୍ଟ ଯୁଦ୍ଧକଳା କୌଶଳ ପ୍ରଦର୍ଶନ କରିବେ । ସ୍ଥଳ, ଜଳ ଏବଂ ଆକାଶ ମାର୍ଗରେ କିଭଳି ନୌସେନା ଶତ୍ରୁଙ୍କୁ ଆକ୍ରମଣ କରିବ ତାହାର ଝଲକ ଦେଖାଇବ ନୌସେନା । ଆସନ୍ତା ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଜି(ରବିବାର) ଏବଂ ଆସନ୍ତାକାଲି(ସୋମବାର) ଦୁଇଦିନ ଧରି ଏହି କାର୍ଯ୍ୟକ୍ରମର ଫୁଲ୍ ଡ୍ରେସ ରିହରସଲ ଥିବାବେଳେ ଡିସେମ୍ବର ୪ ଦିନ ଚୁଡାନ୍ତ ପ୍ରଦର୍ଶନୀ ରାଷ୍ଟ୍ରପତିଙ୍କ ସମ୍ମୁଖରେ କରାଯିବ । ଏନେଇ ଆଜି ନୌସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

NAVY DAY PREPARATION (ETV Bharat Odisha)

2 ଦିନ ଧରି ଫୁଲ୍‌ ଡ୍ରେସ ରିହରସଲ:

ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏନଏସ (INS) ଚିଲିକାର ଇନଚାର୍ଜ ଦିପକ ଅନିଲ କହିଛନ୍ତି, ‘ନୌସେନା ଦିବସର ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ୧୫ଟି ଯୁଦ୍ଧ ଜାହାଜ ସହ ୪୦ଟି ଏୟାରକ୍ରାଫ୍ଟ ଏହି ଯୁଦ୍ଧ ରଣ କୌଶଳ ପ୍ରଦର୍ଶନରେ ସାମିଲ୍ ହେବେ । ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଏହି କାର୍ଯ୍ୟକ୍ରମର ଫୁଲ୍ ଡ୍ରେସ ରିହରସଲ ଥିବାବେଳେ ୪ ତାରିଖ ଦିନ ଚୁଡାନ୍ତ ପ୍ରଦର୍ଶନୀ ରାଷ୍ଟ୍ରପତିଙ୍କ ସମ୍ମୁଖରେ କରାଯିବ ।’

ନୌସେନା ଦିବସ କାର୍ଯ୍ୟସୂଚୀ:

NAVY DAY PREPARATION
NAVY DAY PREPARATION (ETV Bharat Odisha)

ନୌସେନାର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ରାଜଭବନରୁ ବ୍ଲୁ ଫ୍ଲାଗ ବିଚରେ ହୋଇଥିବା ସ୍ବତନ୍ତ୍ର ମଞ୍ଚ ଉପରକୁ ୩ଟା ୫୫ ମିନିଟରେ ପହଞ୍ଚିବେ । ସେଠାରେ ନୌସେନା ପକ୍ଷରୁ ସେରିମନିଆଲ ଗାର୍ଡ ପ୍ରଦାନ କରାଯିବା ସହିତ ଜାତୀୟ ସଂଗୀତ ପରିବେଷଣ କରାଯିବ । ସମୟ ୪ଟା ୭ରେ ନୌସେନା ପକ୍ଷରୁ ବିଭିନ୍ନ ଯୁଦ୍ଧକଳା କୌଶଳ ପ୍ରଦର୍ଶନ କରାଯିବ । ୫ଟା ୨୫ରେ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ପୁରୀ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରିବେ ।

ନୌସେନା ଦିବସ କାର୍ଯ୍ୟକ୍ରମ ସୂଚୀ:

  • ଦିନ ୩ଟା ୫୫ ମିନିଟରେ ବିଚ୍‌ରେ ପହଞ୍ଚିବେ ରାଷ୍ଟ୍ରପତି
  • ରାଷ୍ଟ୍ରପତିଙ୍କୁ ସେରିମନିଆଲ ଗାର୍ଡ ପ୍ରଦାନ କରାଯିବ
  • ସମୟ ୪ଟା ୭ରେ ଯୁଦ୍ଧକଳା କୌଶଳ ପ୍ରଦର୍ଶନ କରାଯିବ
  • ୫ଟା ୨୫ରେ କାର୍ଯ୍ୟକ୍ରମ ଶେଷ

ରାଷ୍ଟ୍ରପତିଙ୍କ ସହ 7 ହଜାର 500 ଅତିଥି ଯୋଗ ଦେବେ:

ତେବେ ୫ଟା ୨୫ରୁ ନୌସେନା ପକ୍ଷରୁ ମଧ୍ୟ ଦର୍ଶକଙ୍କ ପାଇଁ ଆକର୍ଷଣୀୟ ଡ୍ରୋନ୍ ଏବଂ ଲେଜର ସୋ’ କରାଯିବ । ପୂର୍ବ କାଳରେ ଓଡ଼ିଶାର ନୌବାଣିଜ୍ୟ ବେଶ୍ ସମୃଦ୍ଧଶାଳୀ ଥିଲା । ଓଡ଼ିଆ ଜାତିର ଏହି ବୀରତ୍ବର ପ୍ରଥାକୁ ଉଜ୍ଜୀବିତ କରିବା ପାଇଁ ଚଳିତ ବର୍ଷ ପୁରୀ ସମୁଦ୍ରରେ ନୌସେନା ଦିବସ ପାଳନ କରାଯାଉଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୌସେନା ଅଧିକାରୀ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହିତ ବହୁ ବିଶିଷ୍ଟ କେନ୍ଦ୍ର ଏବଂ ରାଜ୍ୟର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ୭ ହଜାର ୫ ଶହ ଅତିଥି ଉପସ୍ଥିତ ରହିବେ ।

  • ଆକର୍ଷଣୀୟ ଡ୍ରୋନ ଓ ଲେଜର ସୋ’ କରାଯିବ
  • ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟର ମନ୍ତ୍ରୀ ଯୋଗ ଦେବେ
  • 7500 ଅତିଥୀଙ୍କୁ ଆମନ୍ତ୍ରଣ

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କିଭଳି କଡ଼ାକଡ଼ି କରାଯାଇପାରିବ ସେନେଇ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ପୁରୀ ଟାଉନ ହଲ ଠାରେ ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ କରିଥିଲେ । ଡ୍ୟୁଟିରେ ଯୋଗ ଦେବାକୁ ଥିବା ବିଭିନ୍ନ ପୋଲିସ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ । ବୈଠକ ଶେଷ ପରେ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି, ‘ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତି ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ପରେ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସରେ ଯୋଗ ଦେବେ ।’

ସୁରକ୍ଷା ପାଇଁ 14 ଜଣ ଏସପି ରାଙ୍କ ଅଧିକାରୀଙ୍କୁ ଦାୟିତ୍ବ:

ଏସପି ଆହୁରି କହିଛନ୍ତି, ‘ନୌସେନା ଦିବସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦେଖିବାକୁ ପୁରୀ ବେଳାଭୂମିରେ ଲକ୍ଷ ଲକ୍ଷ ଦର୍ଶକ ଆସିବାର ସମ୍ଭାବନା ରହିଛି । ଏଣୁ ରାଷ୍ଟ୍ରପତିଙ୍କ ଗସ୍ତ ସହ ନୌସେନା ଦିବସ ପାଇଁ ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ପାର୍କିଂ ସହ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ପାଇଁ ୧୪ ଜଣ ଏସପି ରାଙ୍କର ଅଧିକାରୀ ନିୟୋଜିତ ରହିବେ । ସେମାନଙ୍କୁ ଅତିରିକ୍ତ ଏସପି, ଡିଏସପି ଏବଂ ଇନ୍ସପେକ୍ଟର ରାଙ୍କର ଅଧିକାରୀ ସହଯୋଗ କରିବେ ।

ଏହା ମଧ୍ୟ ପଢନ୍ତୁ:

ରଣଭୂମିର ଭ୍ରମ ସୃଷ୍ଟି କରୁଛି ବ୍ଲୁ ଫ୍ଲାଗ ବିଚ୍‌

ପୁରୀରେ ଶକ୍ତି ପ୍ରଦର୍ଶନ କରିବେ ନୌବୀର, ମହାପ୍ରଭୁଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର

ନୌସେନା ଦିବସ: ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଲାଣି ପୁରୀ

ପୁରୀରେ ଯୁଦ୍ଧ ଜାହାଜ, ନୌସେନା ଦିବସରେ ପରାକ୍ରମ ଦେଖିବ ଦେଶ

ପୁରୀକୁ ଜଗିବେ 85 ପ୍ଲାଟୁନ ଫୋର୍ସ:

ପୁରୀ ସହରରେ ମୋଟ ୮୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସେପଟେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଅନୁସାରେ ୧୦ଟା ୧୫ ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ । ଦିନ ୧୧ ଟା ଯାଏଁ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ରହିବା ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରି ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେବେ । ପରେ ରାଜଭବନ ଯାଇ କିଛି ସମୟ ବିଶ୍ରାମ ନେବା ପରେ ଅପରାହ୍ନ ୩ଟା ୫୫ରେ ବ୍ଲୁ ଫ୍ଲାଗ ବିଚରେ ହେବାକୁ ଥିବା ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଡିସେମ୍ବର 4ରେ ଟ୍ରାଫିକ କଟକଣା:

ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ନୌସେନା ଦିବସ ପାଇଁ ଟ୍ରାଫିକ କଟକଣା ଡିସେମ୍ବର ୪ ତାରିଖ ଦିନ ଲାଗୁ କରାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏବଂ ନୌସେନା ଦିବସ ଦେଖିବାକୁ ଆସୁଥିବା ଦର୍ଶକମାନେ ତାଳବଣିଆ ଏବଂ ଷ୍ଟ୍ରଲିଙ୍ଗ ଛକ ନିକଟରେ ପାର୍କିଂ ବ୍ୟବସ୍ଥା ହୋଇଛି । ଦର୍ଶକ ମାନେ ପୁରୀ ବେଳାଭୂମିର ଦିଗବାରେଣି ଛକରୁ ଷ୍ଟର୍ଲିଂ ଛକ ଯାଏ ଥିବା ବେଳାଭୂମିରେ ଉପସ୍ଥିତ ରହି ନୌସେନା ଦିବସ ଦେଖିପାରିବେ । ଅନେକ ଜାହାଜ, ହେଲିକପ୍ଟର, ଜେଟ ବିମାନ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଥିଵାରୁ ଏହାର ଝଲକ ମଧ୍ୟ ବେଳାଭୂମିରେ ଉପସ୍ଥିତ ଲୋକଙ୍କୁ ସ୍ପଷ୍ଟ ଭାବରେ ଦେଖାଦେବ । ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ସହ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯିବା । ତେବେ ଡିସେମ୍ବର ୪ ତାରିଖ ଦିନ ଟ୍ରାଫିକ କଟକଣା ନେଇ ପୁରୀ ପୋଲିସ ପକ୍ଷରୁ ଖୁବଶୀଘ୍ର ଏକ ସୂଚନା ଜାରି କରାଯିବ । ଉକ୍ତ ସୂଚନା ଅନୁଯାୟୀ ଲୋକମାନେ ଯାତାୟତ କରିବାକୁ ପୁରୀ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.