ETV Bharat / state

ଭୋଟ ଗଣତି ପାଇଁ ପ୍ରସ୍ତୁତି, ତ୍ରିସ୍ତରୀୟ ସୁରକ୍ଷାରେ EVM - Voting Counting Preparation

author img

By ETV Bharat Odisha Team

Published : Jun 2, 2024, 11:07 PM IST

Vote Counting Preparation: ଜୁନ ୪ରେ ଆସିବ ଜନାଦେଶ, ଯାହା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛନ୍ତି । ଇଭିଏମ ମେସିନ ଗୁଡିକୁ ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗ ରୁମ ରହିଛି ସୁରକ୍ଷିତ । ଅଧିକ ପଢନ୍ତୁ

Vote Counting Preparation
Vote Counting Preparation (ETV Bharat Odisha)

ଜଗତସିଂହପୁର: ସରିଛି ନିର୍ବାଚନ, ଇଭିଏମରେ ବନ୍ଦ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଜୁନ ୪ରେ ନିର୍ଦ୍ଧାରିତ ହେବ ଜନତାଙ୍କ ଜନାଦେଶ । ଆସନ୍ତା 4ତାରିଖ ଦିନ ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଭୋଟ୍ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜଗତସିଂହପୁର ଜିଲ୍ଲାରେ 4ଟି ନିର୍ବାଚନ ମଣ୍ଡଳୀ ସହିତ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା କଟକ ଜିଲ୍ଲାର ନିଆଳି ଓ ପୁରୀ ଜିଲ୍ଲାର କାକଟପୁର ଓ ନିମାପଡା ବିଧାନସଭା ଆସନରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । କେତେକ ସ୍ଥାନରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବା ପରେ ଆଜି ସକାଳୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ମେସିନ ଗୁଡିକୁ ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗ ରୁମକୁ ଅଣା ଯାଇଥିଲା ।

ଏହା ମଧ୍ଯ ପଢନ୍ତୁ ... ଜୁନ 4ରେ ଜନାଦେଶ, ବୌଦ୍ଧ ପ୍ରଶାସନର ଚୂଡ଼ାନ୍ତ ପ୍ରସ୍ତୁତି - Preparation For Election Counting

ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ରଖାଯିବା ସହିତ ସିଲ କରି ଦିଆଯାଇଛି । ଇଭିଏମ ଥିବା ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ସହିତ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଯଦି ଚାହିଁବେ ତେବେ ସିସିଟିଭି ଦୃଶ୍ୟକୁ ନିଜେ ଦେଖି ପରିବା ଭଳି ବ୍ୟବସ୍ଥା କରାଯାଇଛି । ଜଗତସିଂହପୁର ଜିଲ୍ଲାପାଳ ଅନୁପ କୁମାର ସାହା କହିଛନ୍ତି ଯେ ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳାର ସହିତ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ EVM ଗୁଡିକୁ ସିଲ କରି ରଖା ଯାଇଥିବା ସେ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲେ ମଧ୍ୟ 74 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ପାରାଦ୍ବୀପ ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା 2 ଲକ୍ଷ 20 ହଜାର 393 ଜଣ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ 1ଲକ୍ଷ 63 ହଜାର 570 ଜଣ ମତଦାନ କରିଛନ୍ତି । ସେହିଭଳି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା 2 ଲକ୍ଷ 49 ହଜାର 501 ଥିବାବେଳେ ସେମାନଙ୍କ ମଧ୍ୟରୁ 1ଲକ୍ଷ 82 ହଜାର 662 ଜଣ ଭୋଟର ମତଦାନ କରିଛନ୍ତି ।

ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା 2 ଲକ୍ଷ 70 ହଜାର 264 ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ 2 ଲକ୍ଷ 22 ହଜାର 97 ଜଣ ମତାଧିକାର ସାବ୍ୟସ୍ତ କରିଛନ୍ତି । ସମ୍ମାନସ୍ପଦ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ଙ୍କ ସଂଖ୍ୟା 2 ଲକ୍ଷ 20 ହଜାର 581 ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର 1ଲକ୍ଷ 69 ହଜାର 786 ଜଣ ମତାଧିକାର ସାବ୍ୟସ୍ତ କରିଛନ୍ତି । ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇ ରହିଥିବା ବେଳେ ଆସନ୍ତା 4 ତାରିଖ ଦିନ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.