ETV Bharat / state

ଜାତୀୟ କୃମି ନାଶକ ଦିବସ: ୧୨ ନିୟୁତ ମହିଳା ଏବଂ ଶିଶୁଙ୍କୁ ଦିଆଯିବ ଔଷଧ - Albendazole Tablets To Be Given

National Deworming Day: ଫେବୃଆରୀ ୧୦ ତାରିଖରେ 'ଜାତୀୟ କୃମି ନାଶକ ଦିବସ' । ଏହି ଅବସରରେ ମହିଳା ଓ ଶିଶୁଙ୍କୁ ଆଲ୍‌ବେଣ୍ଡାଜୋଲ୍ ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ

ଜାତୀୟ କୃମି ନାଶକ ଦିବସ
ଜାତୀୟ କୃମି ନାଶକ ଦିବସ
author img

By ETV Bharat Odisha Team

Published : Feb 8, 2024, 10:15 PM IST

ଭୁବନେଶ୍ବର: ଫେବୃଆରୀ ୧୦ ତାରିଖ ପାଳନ ହେବ 'ଜାତୀୟ କୃମି ନାଶକ ଦିବସ' । ରାଜ୍ୟରେ ୨୯ ପ୍ରତିଶତ ଶିଶୁ କୃମି ରୋଗରେ ଆକ୍ରାନ୍ତ । ଯାହାକୁ ନଜରରେ ରଖି ୧୨ ନିୟୁତ ମହିଳା ଏବଂ ଶିଶୁଙ୍କୁ ଦିଆଯିବ କୃମି ନାଶକ ଔଷଧ । ୧ ବର୍ଷରୁ ଆରମ୍ଭ କରି ୫ ବର୍ଷ ବୟସର ପିଲାମାନଙ୍କୁ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଶିକ୍ଷକ, ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମୀଙ୍କ ଦ୍ୱାରା ଆଲ୍‌ବେଣ୍ଡାଜୋଲ୍ ଯୋଗାଇ ଦିଆଯିବ । କୃମି ସଂକ୍ରମଣ ବିପଦକୁ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ୧୨ ନିୟୁତ ମହିଳା ଓ ଶିଶୁଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ।

ତେବେ ଆସନ୍ତା ୧୦ ତାରିଖରେ କୃମି ନାଶକ ଔଷଧ ଦିଆଯିବ । ଯଦି ଏହି ଦିନରେ କୌଣସି ହିତାଧିକାରୀମାନେ ଔଷଧ ଖାଇନଥିବେ ତେବେ ଫେବୃଆରୀ ୧୭ ରେ ଗୋଟିଏ ରାଉଣ୍ଡରେ ଏହି ଔଷଧ ଖାଇବାକୁ ଦିଆଯିବ । ଏହା ବ୍ୟତୀତ ରୁଟିନ୍ ଇମ୍ୟୁନାଇଜେସନ୍ ସାଇଟରେ ୯ ରୁ ୬୦ ମାସ ବୟସର ପିଲାମାନେ ଭିଟାମିନ୍‌-ଏ ପାଇବେ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି , "ଏହି ସମୟରେ ୬ରୁ ୯ ବର୍ଷ ବୟସର ଶିଶୁ ଏବଂ ୨୦ ରୁ ୨୪ ବର୍ଷ ବୟସର ମହିଳାମାନଙ୍କୁ ଆଲବେଣ୍ଡାଜୋଲ୍ ଟାବଲେଟ୍ ଯୋଗାଇ ଦିଆଯିବ । ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଶିକ୍ଷକ, ଅଙ୍ଗନୱାଡି ୱାର୍କର୍ସ ଏବଂ ଆଶାକର୍ମୀଙ୍କ ଦ୍ୱାରା ଆଲ୍‌ବେଣ୍ଡାଜୋଲ୍ ଯୋଗାଇ ଦିଆଯିବ। "

ଏହା ବି ପଢନ୍ତୁ...ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍‌ ଲେଖୁଥିଲେ କାରଣ ଦର୍ଶାଇବାକୁ ସ୍ବାସ୍ଥ୍ୟ ବିଭାଗର ଚିଠି

ସେହିପରି ବଲାଙ୍ଗୀର, କଟକ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼ ଏବଂ ରାୟଗଡାରେ ଫିଲାରିଆସିସ୍ ଡୋଜ ଦିଆଯାଇଛି । ଏହି ଅଞ୍ଚଳରେ ୧ ରୁ ୨ ବର୍ଷର ପିଲାମାନେ କେବଳ ଏନଡିଡି ଅଧୀନରେ ରହିବେ ବୋଲି ଡକ୍ଟର ପାଣିଗ୍ରାହୀ କହିଛନ୍ତି । ଏହି ଅଭିଯାନରେ ସମସ୍ତ ବେସରକାରୀ ବିଦ୍ୟାଳୟ, ଶିଶୁ ସୁରକ୍ଷା ଅନୁଷ୍ଠାନ ଏବଂ ଏକାଡେମିକ୍ ଅନୁଷ୍ଠାନ ଅନ୍ତର୍ଭୁକ୍ତ ହେବେ ।

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ୟୁନିସେଫ୍‌ର ପୋଷଣ ଅଧିକାରୀ ଡକ୍ଟର ସଂଞ୍ଜୟ କୁମାର ସାହୁ କହିଛନ୍ତି,"ଆମ ଶିଶୁ ତଥା ସମ୍ପ୍ରଦାୟର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଜାତୀୟ କୃମି ନାଶକ ଦିବସ ଏକ ଗୁରୁତପୂର୍ଣ୍ଣ ପଦକ୍ଷେପ । କୃମିନାଶକ ଔଷଧ ପ୍ରଦାନ କରି ଆମେ କେବଳ ଅନ୍ତନଳୀ କ୍ଷତିକାରକ କୃମିର ପ୍ରଭାବକୁ ପ୍ରତିରୋଧ କରୁନାହୁଁ ବରଂ ସ୍ୱାସ୍ଥ୍ୟକର ଭବିଷ୍ୟତକୁ ମଧ୍ୟ ବୃଦ୍ଧି କରୁଛୁ ।" ଏହି ଅଭିଯାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଏବଂ ୟୁନିସେଫର ଏକ ମିଳିତ ପ୍ରୟାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.