ETV Bharat / state

ରଥଯାତ୍ରାରେ ଟ୍ରାଫିକ ଓ ଜନଗହଳି ନିୟନ୍ତ୍ରଣ କରିବ AI ଡ୍ରୋନ, ଭକ୍ତଙ୍କୁ କଢ଼ାଇବ ବାଟ - Rath Yatra 2024

AI Drones control crowd and traffic: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପୁରୀକୁ ଛୁଟିବ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ । ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟବହାର ହେବ ଏଆଇ ଡ୍ରୋନ । ଜାଣନ୍ତୁ କିପରି ହେବ ବ୍ୟବହାର

author img

By ETV Bharat Odisha Team

Published : Jul 5, 2024, 7:12 PM IST

AI Drones to control crowd and traffic
AI Drones to control crowd and traffic (ETV Bharat Odisha)

ପୁରୀ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଜମିବ ଭିଡ଼ । ଏଥର ରଥଯାତ୍ରାରେ ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବହାର ହେବ ଅତ୍ୟାଧୁନିକ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଟେକ୍ନୋଲୋଜିର ହାଇଟେକ୍‌ ଡ୍ରୋନ । ଓଡିଶାରେ ପ୍ରଥମ ଥର ପାଇଁ ଓଡିଶା ପୋଲିସ ଟ୍ରାଫିକ ନିୟନ୍ତ୍ରଣ ଓ ଜନଗହଳି ନିୟନ୍ତ୍ରଣ ପାଇଁ ଏହି ଅତ୍ୟାଧୁନିକ ଏଆଇ ଡ୍ରୋନ୍‌ ବ୍ୟବହାର କରିବ । ପୁରୀ ରଥଯାତ୍ରାରେ ଏହାର ପ୍ରୟୋଗ କରାଯିବ । ପୁରୀ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଏହି ଅତ୍ୟାଧୁନିକ ଏଆଇ ଡ୍ରୋନକୁ ପ୍ରଦର୍ଶନ କରଯାଇଛି ।

ଡ୍ରୋନ ନିୟନ୍ତ୍ରଣ କରିବ ଭିଡ଼:- ଏହାକୁ ଯୋଗାଇ ଦେଇଥିବା ସଂସ୍ଥାର ମୁଖ୍ୟ ବୋଧିସତ୍ଵ ସଂଘପ୍ରିୟ କହିଛନ୍ତି, "ଚଳିତ ବର୍ଷ ରଥଯାତ୍ରାରେ ଅତ୍ୟାଧୁନିକ ଉପାୟରେ ଜନଗହଳି ସହିତ ଟ୍ରାଫିକ ନିୟନ୍ତ୍ରଣ କରାଯିବ । ଏହି ଏଆଇ ଡ୍ରୋନ ଯେଉଁ ସ୍ଥାନରେ ଗହଳି ହେବ, ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ଯିବ । ଡ୍ରୋନରେ ସ୍ପିକର ଲଗାଯାଇଛି । ଏହି ସ୍ପିକର୍ ଜରିଆରେ ଲୋକଙ୍କୁ ସଚେତନ କରାଯିବ । ଭିଡ଼ ହୋଇଥିଲେ କେଉଁ ଦିଗରେ ଲୋକମାନେ ଯିବେ, ସେନେଇ ସଚେତନ କରାଯିବ । ଏହାଦ୍ବାରା ଭିଡ଼ ସ୍ଥଳକୁ ପୋଲିସ ପହଞ୍ଚିବାରେ ଯେଉଁ ଅସୁବିଧା ହେଉଛି, ତାହା କମ୍ ହୋଇ ପାରିବ । ଏହା ବର୍ଷାରେ ମଧ୍ୟ କାମ କରିପାରିବ ।"

ଏହା ମଧ୍ୟ ପଢ଼ନ୍ତୁ...ETV Bharat Exclusive: କେଉଁଠି ଅଛି ରତ୍ନ ଭଣ୍ଡାର ଚାବି ଠିକଣା କହିଲେ ଗଜପତି ମହାରାଜା, ଚାରିଦ୍ବାର ଖୋଲିବାକୁ ନେଇ ଦେଲେ ବଡ ବୟାନ - Gajapati Maharaja Exclusive

ଏହି ଡ୍ରୋନରେ ଅତ୍ୟାଧୁନିକ କ୍ୟାମେରା ସହିତ ଏଆଇ ସଫ୍ଟୱେର ଲୋଡ ହୋଇଛି । ତେଣୁ ଜନଗହଳି ହେଲେ ଏହା ଏକାସଙ୍ଗେ କଣ୍ଟ୍ରୋଲ ରୁମକୁ ବାର୍ତ୍ତା ଦେବା ସହ ଭିଡ଼ ଜମିଥିବା ସ୍ଥାନକୁ ଯାଇ ଲୋକଙ୍କୁ ଲାଗିଥିବା ସ୍ପିକରରେ ବାର୍ତ୍ତା ଦେଇ ପାରିବ । ତେବେ ଓଡିଶାରେ ଏହା ପ୍ରଥମ ଥର ପାଇଁ ବ୍ୟବହାର ହେବାକୁ ଯାଉଛି । ଏହା ବେଶ ସଫଳ ହେବ ବୋଲି ଓଡିଶା ପୋଲିସ୍ ଆଶା ରଖିଛି । ପୁରୀ ସହରରେ 10ଟି ଡ୍ରୋନ ବ୍ୟବସ୍ଥା ହୋଇଥିବାବେଳେ ଆବଶ୍ୟକ ହେଲେ ଅଧିକ ମୁତୟନ କରାଯିବ ବୋଲି କହିଛନ୍ତି ଏହି ଏଆଇ ଡ୍ରୋନ ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା ବୋଧିସତ୍ଵ ସଂଘପ୍ରିୟ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.