ETV Bharat / state

ଓବିସି ଭୋଟ ଉପରେ ବିଜେପି ଆଖି, ୨୪ରେ ନେବ ନିର୍ଣ୍ଣାୟକ ଭୂମିକା - ବିଜେପି ପଛୁଆ ବର୍ଗ ସମ୍ମିଳନୀ

BJP Focus On OBC Votes: ଓବିସି ଭୋଟ ଉପରେ ବିଜେପିର ଆଖି । ଓବିସି ଭୋଟବ୍ୟାଙ୍କକୁ ନିଜ ଆଡ଼କୁ ନେବାପାଇଁ ପ୍ରୟାସ ଆରମ୍ଭ କରିଛି ବିଜେପି । ଅଧିକ ପଢ଼ନ୍ତୁ

ବିଜେପି ନଜରରେ ଓବିସି ଭୋଟବ୍ୟାଙ୍କ
ବିଜେପି ନଜରରେ ଓବିସି ଭୋଟବ୍ୟାଙ୍କ
author img

By ETV Bharat Odisha Team

Published : Jan 27, 2024, 8:59 PM IST

ବିଜେପି ନଜରରେ ଓବିସି ଭୋଟବ୍ୟାଙ୍କ

ଭୁବନେଶ୍ବର: ଓବିସି ଭୋଟ ଉପରେ ବିଜେପିର ଆଖି । 2024 ସାଧାରଣ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ଓବିସି ଭୋଟ । ଓବିସି ଭୋଟବ୍ୟାଙ୍କକୁ ନିଜ ଆଡ଼କୁ ନେବାପାଇଁ ପ୍ରୟାସ ଆରମ୍ଭ କରିଛି ବିଜେପି । ଜିଲ୍ଲା ଓ ମଣ୍ଡଳ ସ୍ତରରେ ପଛୁଆ ବର୍ଗ ସମ୍ମିଳନୀ କରିବ ପଦ୍ମ କ୍ୟାମ୍ପ । ଏହାକୁ ନେଇ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ ରାଜ୍ୟରେ ଓବିସି ବର୍ଗଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରିଛି ବିଜେପି ।

୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଓବିସି ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର ମଞ୍ଚେଶ୍ୱରରେ ସମସ୍ତ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କୁ ନେଇ ଆଲୋଚନା ହୋଇଛି । ରାଜ୍ୟରେ ଓବିସିଙ୍କୁ ଅବହେଳା ଓ ସଂରକ୍ଷଣ ଦାବିକୁ ପୁଣି ଜୋରଦାର କରିବାକୁ ଯୋଜନା କରିଛି ଦଳ । ତେବେ ଏନେଇ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି, " ଓଡ଼ିଶାରେ ୫୪ ପ୍ରତିଶତ ଲୋକ ହେଉଛନ୍ତି ପଛୁଆ ବର୍ଗର । ରାଜ୍ୟ ସରକାର ଏହାକୁ ସ୍ପଷ୍ଟ କରିବାକୁ ଚାହୁଁନାହାନ୍ତି । ବହୁ ଚର୍ଚ୍ଚିତ ସର୍ଭେକୁ ଘୋଷଣା କରୁନାହାନ୍ତି । ରାଜ୍ୟରେ ଓବିସି ବର୍ଗଙ୍କୁ ସଂରକ୍ଷଣ ନଦେବା ପାଇଁ ଷଡ଼ଯନ୍ତ୍ର କରୁଛି ବିଜେଡି ସରକାର । ଦେଶରେ ପାଠ ପଢ଼ା ପାଇଁ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେଉଥିବା ବେଳେ ଓଡ଼ିଶାରେ ତାହା ଦିଆଯାଉନାହିଁ । ଭୋଟବ୍ୟାଙ୍କ ଭାଙ୍ଗିବା ଭୟରେ ରାଜ୍ୟ ଓବିସି ଜନଗଣନା କରି ତାକୁ ସାର୍ବଜନୀନ କରୁ ନାହାନ୍ତି । ଏସବୁ ପ୍ରସଙ୍ଗକୁ ନେଇ ମଣ୍ଡଳ ଏବଂ ଆନ୍ଦୋଳନ କରିବ ବିଜେପି ଓବିସି ମୋର୍ଚ୍ଚା ।"

ଏହା ମଧ୍ୟ ପଢ଼ନ୍ତୁ......ଆଗାମୀ ନିର୍ବାଚନରେ ଓବିସି ବର୍ଗ ବିଜେଡି ସରକାରକୁ ଉପାଡି ଫୋପାଡି ଦେବେ: ବିଜେପି

ସୁରଥ ଏହା ମଧ୍ୟ କହିଛନ୍ତି, "ଜାତିକୁ ନେଇ ରଜାନୀତି କଲେ ଜାତୀୟତା ବାଧାପ୍ରାପ୍ତ ହେବ । ଜାତି ହେଲା ଗରିବ । ଓଡ଼ିଶାରେ ଥିବା ଓବିସି ବର୍ଗଙ୍କୁ ବିଜେଡି ସରକାର ଜାଣିଶୁଣି ଉପେକ୍ଷା କରି ଚାଲିଛନ୍ତି । ବହୁ ପ୍ରତିକ୍ଷିତ ସର୍ଭେ ରିପୋର୍ଟ ଗଲା କୁଆଡେ? ଯଦି ଜାତି ତାଲିକା ସମ୍ପୂର୍ଣ ନୁହେଁ ସର୍ଭେ କାହାର ହେଲା । ଯେଉଁମାନେ ରାଜ୍ୟ ବାହାରେ ଅଛନ୍ତି ତାଙ୍କର ସର୍ଭେ କିପରି ହେଲା । ଓଡ଼ିଶା ସରକାର ଓବିସି ବର୍ଗଙ୍କ ଧର୍ଯ୍ୟ ପରୀକ୍ଷା କରୁଛନ୍ତି । ନିଜେ ତ କିଛି ଦେଇ ନାହାନ୍ତି । ଯାହା ମିଳୁଥିଲା ତାକୁ କାଟି ଦେଇଛନ୍ତି । ଯେଉଁ ଆଧାରରେ ଦେବୁ ବୋଲି କହି ସର୍ଭେ କଲେ ସେ ସର୍ଭେ ତ୍ରୁଟି ଶୂନ୍ୟ ନୁହେଁ । ସେ ସର୍ଭେ ଠିକ୍ ସର୍ଭେ ନୁହେଁ । ରାଜ୍ୟ ସରକାରଙ୍କ ପାଖରେ ରେକର୍ଡ ଅଫ୍ ରାଇଟ ଅଛି । ଜାତି ତାଲିକା ରହିଛି । ଏବେ ଯେଉଁ ସର୍ଭେ ହୋଇଥିଲା ସେ ସର୍ଭେ ରିପୋର୍ଟ କୁଆଡେ ଗଲା । ଯଦି କମିଶନ କହୁଛନ୍ତି ସର୍ଭେ ରିପୋର୍ଟ ସରକାରକୁ ଦେଇଛନ୍ତି । ସରକାର ଆଉ କଣ ରାଜନୀତି ତା ଭିତରେ ଭର୍ତ୍ତି କରିବାକୁ ଚାହୁଁଛନ୍ତି ।" ସେପଟେ ଆଜିର ବୈଠକରେ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ସମେତ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.