ETV Bharat / state

ଅଗ୍ନିବୀରଙ୍କୁ 10 ପ୍ରତିଶତ ସଂରକ୍ଷଣ: ସ୍ବାଧୀକାର ଭଙ୍ଗ ନୋଟିସ୍‌ ଆଣିବେ ବିରୋଧୀ, ଡିଫେଣ୍ଡ କଲା ବିଜେପି - AGNIVEER SCHEME CONTROVERSY

author img

By ETV Bharat Odisha Team

Published : Jul 28, 2024, 8:24 PM IST

AGNIVEER SCHEME CONTROVERSY: ଅଗ୍ନିବୀରଙ୍କୁ ୟୁନିଫର୍ମ ସେବାରେ 10ପ୍ରତିଶତ ସଂରକ୍ଷଣକୁ ବିରୋଧୀଙ୍କ ବିରୋଧ । ବିଜେପି କହିଲା ଏହା ଯୁଗାନ୍ତକାରୀ ପଦକ୍ଷେପ । ଅଧିକ ପଢନ୍ତୁ

ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ 10 ପ୍ରତିଶତ ସଂରକ୍ଷଣ: ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିବେ ବିରୋଧୀ, ଡିଫେଣ୍ଡ କଲା ବିଜେପି
ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ 10 ପ୍ରତିଶତ ସଂରକ୍ଷଣ: ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିବେ ବିରୋଧୀ, ଡିଫେଣ୍ଡ କଲା ବିଜେପି (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ 10 ପ୍ରତିଶତ ସଂରକ୍ଷଣ ଦେବା ନେଇ ମୋହନ ସରକାରଙ୍କ ଘୋଷଣା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ । ବିଧାନସଭା ଚାଲିଥିବା ବେଳେ ଗୃହ ବାହାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏଭଳି ଘୋଷଣାକୁ ସହଜରେ ଗ୍ରହଣ କରିପାରିନି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିୟମ ବିରୁଦ୍ଧ କାମ କୁରଛନ୍ତି ବୋଲି କହିଛନ୍ତି । ଏପରି କାର୍ଯ୍ୟ ସ୍ବାଧୀକାର ଭଙ୍ଗ କରିଛି । ସେ ଏସମ୍ପର୍କରେ ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ମଧ୍ୟ ଆଣିବେ । ଏହାକୁ ଡିଫେଣ୍ଡ କରିଛି ବିଜେପି । ଶାସକ ଦଳ କହିଛି, ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । କଂଗ୍ରେସ ସଦସ୍ୟ ଯେଉଁ ସ୍ବାଧୀକାର ଭଙ୍ଗ ଅଭିଯୋଗ କରୁଛନ୍ତି, ସେପରି ହୋଇନାହିଁ । ଏହି କ୍ଷେତ୍ରରେ କୌଣସି ସ୍ବାଧୀକାର ଭଙ୍ଗ ହୋଇଥିବା ନିୟମ ନାହିଁ ।

ଅଗ୍ନିବୀରଙ୍କୁ 10 ପ୍ରତିଶତ ସଂରକ୍ଷଣ ଘୋଷଣା: ସ୍ବାଧୀକାର ଭଙ୍ଗ ନୋଟିସ୍‌ ଆଣିବେ ତାରା, ଡିଫେଣ୍ଡ କଲା ବିଜେପି (ETV Bharat Odisha)

ତାରା ଆଣିବେ ସ୍ବାଧିକାର ଭଙ୍ଗ ନୋଟିସ:-

ତାରା କହିଛନ୍ତି,‘‘ ଆସନ୍ତାକଲି କଂଗ୍ରେସ ଦଳର ବୈଠକ ବସିବ । ବୈଠକ ପରେ ହିଁ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀଙ୍କ ନାମରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିବି । ଅଗ୍ନିବୀର ପ୍ରସଙ୍ଗରେ ଯାହାବି ନିଷ୍ପତ୍ତି ବିଧାନସଭାରେ କରିବା କଥା କିନ୍ତୁ ଏହି ନିଷ୍ପତ୍ତି ଗୃହ ବାହାରେ ହୋଇଛି । ବିଧାନସଭା ଚାଲିବା ସମୟରେ ବାହାରେ କୌଣସି ଘୋଷଣା କରିବା କଥା ନୁହେଁ । କିନ୍ତୁ ଗୃହର ନୀତିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭଙ୍ଗ କରିଛନ୍ତି । ସେ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କାହା ପରାମର୍ଶରେ ନିଷ୍ପତ୍ତି ଗ୍ରହଣ କରୁଛନ୍ତି, କିନ୍ତୁ ଏହା ସ୍ବାଧିକାର ଭଙ୍ଗ କରିଛି ।’’

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଯୁଗାନ୍ତକାରୀ:-

ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ପ୍ରେସମିଟ କରି କହିଛନ୍ତି,‘‘ ଗତ ଜୁଲାଇ 12 ତାରିଖରେ ଅଗ୍ନିପଥ ଯୋଜନାରେ ଭାରତ ସରକାର ଅଗ୍ନିବୀରଙ୍କୁ 10 ପ୍ରତିଶତ ସଂରକ୍ଷଣ ଦେବାକୁ ସ୍ଥିର କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟରେ ମଧ୍ୟ ଘୋଷଣା କରିଛନ୍ତି ଅଗ୍ନିବୀରମାନଙ୍କୁ 10 ପ୍ରତିଶତ ୟୁନିଫର୍ମ ସେବାରେ ସଂରକ୍ଷଣ ଦିଆଯିବ । ଏହା ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ସରକାର । ହେଲେ ଏହାକୁ ବିରୋଧୀ ଦଳ ଉଭୟ କଂଗ୍ରେସ ଏବଂ ବିଜେଡି ସହି ପାରୁନାହାନ୍ତି । ଫଳରେ ଏହାକୁ ବିରୋଧ କରୁଛନ୍ତି । ବିରୋଧୀ କହୁଛନ୍ତି ବିଧାନସଭା ଚାଲୁଥିବା ବେଳେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ନକହି ବାହାରେ କାହିଁକି କହିଲେ । କଂଗ୍ରେସ ବିଧାୟକ ତାରା ବାହିନୀପତି ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିବେ । ଏହା ସମ୍ପୂର୍ଣ୍ଣ ନିରାଧାର ।’’

ଏହା ମଧ୍ୟ ପଢନ୍ତୁ :- ରତ୍ନଭଣ୍ଡାର ଚାବି ପ୍ରହେଳିକା ପଛରେ ଗତ ସରକାରର କେଉଁ ଅଧିକାରୀ ? ଆଇନ ମନ୍ତ୍ରୀ ଦେଲେ କଡା କାର୍ଯ୍ୟାନୁଷ୍ଠାନ ସଙ୍କେତ - Ratna Bhandar key issue

ସେନାର ପ୍ରରାକ୍ରମକୁ ନେଇ ପ୍ରଶ୍ନ କରିବା କଂଗ୍ରେସର ଚିରାଚରିତ ଅଭିଯୋଗ:-

ମନୋଜ ଆହୁରି ମଧ୍ୟ କହିଛନ୍ତି,‘‘କଂଗ୍ରେସ ଓ ତାର ନେତାଙ୍କ ଚିରାଚରିତ ଅଭ୍ୟାସ ଅଭ୍ୟାସ ଯେ, ସେମାନେ ସବୁବେଳେ ସେନାବାହିନୀର ପରାକ୍ରମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାନ୍ତି । ସର୍ଜିକାଲ ଷ୍ଟ୍ରାଇକ ଉପରେ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଥିଲେ । ଗତକାଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିବେ । ମାତ୍ର ସେମାନେ ଜାଣିବା ଦରକାର ଯେ ଯେଉଁ ବିଷୟ ବିଧାନସଭାରେ ଆଲୋଚନା ହୋଇଥିବ କିମ୍ବା ବିଧାନସଭାରେ ପ୍ରଶ୍ନ ପଚରା ଯାଇଥିବ ସେହି ବିଷୟରେ ବିଭାଗୀୟ ମନ୍ତ୍ରୀ ଯଦି ଗୃହ ବାହାରେ ଆଲୋଚନା କଲେ, ତେବେ ସ୍ଵାଧୀକାର ଭଙ୍ଗ ହୋଇଥାଏ । ହେଲେ ଏହିକ୍ଷେତ୍ରରେ ସେପରି ହୋଇନି । ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସର ସାଥୀ ହୋଇ ସମାନ କଥା କହୁଛି । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଦୁଇବର୍ଷ ବିଧାନସଭାକୁ ଆସି ନଥିଲେ । ସେ ବିଜେପି ଉପରେ ପ୍ରଶ୍ନ ଉଠାଇବା ଆଶ୍ଚର୍ଯ୍ୟଜନକ କଥା ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.