ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଘ୍ରିଆ ସମାଜ; ଜମି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ନବୀନ, ପୂରଣ କରିବେ ମୋହନ - aghriya community meet odisha cm

author img

By ETV Bharat Odisha Team

Published : Jun 26, 2024, 8:43 PM IST

Aghriya community meet cm: ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଘ୍ରିଆ ସମାଜର ପ୍ରତିନିଧିଙ୍କ ସମସ୍ୟା ବିଷୟରେ ଅନୁଧ୍ୟାନ କରାଯିବ । ଅଘ୍ରିଆ ସମାଜର ପ୍ରତିନିଧିଙ୍କ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଆଶ୍ଵାସନା ପାଇ ଅଘ୍ରିଆ ସମାଜର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

Aghriya community meet cm
Aghriya community meet cm (ETV Bharat Odisha)

ଭୁବନେଶ୍ୱର: ଅଖିଳ ଭାରତୀୟ ଅଘ୍ରିଆ ସମାଜର ପ୍ରତିନିଧି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଘ୍ରିଆ ସମାଜକୁ ଭୁବନେଶ୍ୱର ଜମି ଓ 3 କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ । ଆଉ ଏବେ ନୂଆ ମୁଖ୍ୟମନ୍ତ୍ରୀ ସମାଜର ଜାଗା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଅଖିଳ ଭାରତୀୟ ଅଘ୍ରିଆ ସମାଜର ପ୍ରତିନିଧି କହିଛନ୍ତି ଯେ, ସେମାନେ ତାଙ୍କ ସମାଜର ବିଭିନ୍ନ କର୍ମ କର୍ତ୍ତା ଓ ବ୍ୟକ୍ତି ବିଶେଷ ଅନେକ କାମରେ ରାଜଧାନୀ ଭୁବନେଶ୍ୱରକୁ ଆସିଥାନ୍ତି । ଏଥିପାଇଁ ସେମାନଙ୍କୁ ଭୁବନେଶ୍ବରରେ ଏକ ଜାଗା ଆବଶ୍ୟକ । ପୂର୍ବ ସରକାର ଏଥିପାଇଁ ବ୍ୟବସ୍ଥା କରିଥିବା ବିଷୟରେ କହିଥିଲେ । କିନ୍ତୁ ସେମାନେ କୌଣସି ଜାଗା ପାଇ ନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ବ୍ୟବସ୍ଥା କରିବାକୁ ସେମାନେ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଘ୍ରିଆ ସମାଜର ପ୍ରତିନିଧିଙ୍କ ସମସ୍ୟା ବିଷୟରେ ଅନୁଧ୍ୟାନ କରାଯିବ । ଅଘ୍ରିଆ ସମାଜର ପ୍ରତିନିଧିଙ୍କ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଆଶ୍ଵାସନା ପାଇ ଅଘ୍ରିଆ ସମାଜର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ କୃତଜ୍ଞତା ପ୍ରକାଶ କରିଛନ୍ତି । ଏହି ଆଲୋଚନାରେ ଅଘ୍ରିଆ ସମାଜ ପକ୍ଷରୁ ପ୍ରାୟ ୫୦ରୁ ଅଧିକ କର୍ମକର୍ତ୍ତା ଯୋଗ ଦେଇଛନ୍ତି । ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଆଦି ବିଭିନ୍ନ ଜିଲ୍ଲାରୁ ପ୍ରତିନିଧି ମାନେ ଆସିଛନ୍ତି ।

ଗତବର୍ଷ ମେ 3 ତାରିଖରେ ଅଘ୍ରିଆ ସମାଜର ଅଧ ଏକର ଜମି ଓ 3 କୋଟି ଟଙ୍କା ମଞ୍ଜୁର କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡା ଉପନିର୍ବାଚନ ଓ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ଏହି ପଦକ୍ଷେପ ନେଇଥିଲା । ଅଘ୍ରିଆ ସମାଜକୁ ଭୁବନେଶ୍ୱରରେ ଅଧ ଏକର ଜମି ଓ ଭବନ ନିର୍ମାଣ ଲାଗି ଦିଆଯିବ 3 କୋଟି ଟଙ୍କା ଦେବାକୁ ଆସିଥିବା ପ୍ରସ୍ତାବକୁ ନବୀନ ମଞ୍ଜୁରୀ ଦେଇଥିଲେ । ଅଘ୍ରିଆ ସମାଜ ଝାରସୁଗୁଡା ତଥା ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି ।

ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେବେର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ନିକଟରେ ଅଧ ଏକର ଜମି ଯୋଗାଇବା ଦିଆଯିବ ବୋଲି ଘୋଷଣା କରିଥିଲେ । ଜମି ଚିହ୍ନଟ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ଯ ଶାସନ ସଚିବଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସମାଜର ଭବନ ନିର୍ମାଣ ପାଇଁ 3 କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ପାଣ୍ଠିରୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.