ETV Bharat / state

ଯମୁନା ପରେ ଜୀନତ୍, ମହାରାଷ୍ଟ୍ରରୁ ଶିମିଳିପାଳ ଆସିଲା ଆଉ ଏକ ବାଘୁଣୀ - TIGRESS ZEENAT IN MAYURBHANJ

ଶିମିଳିପାଳ ଅଭୟାରଣ୍ୟରେ ନୂଆ ଅତିଥି । ମହାରାଷ୍ଟ୍ରରୁ ଶିମିଳିପାଳ ଆସିଲା ଜୀନତ । ପୂର୍ବରୁ ଆସିଥିଲା ଯମୁନା ।

TIGRESS ZEENAT IN SIMILIPAL
TIGRESS ZEENAT IN SIMILIPAL (ETV Bharat Odisha)
author img

By ETV Bharat Odisha Team

Published : Nov 15, 2024, 12:22 PM IST

Updated : Nov 15, 2024, 1:11 PM IST

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟକୁ ପୁଣି ଏକ ନୂଆ ଅତିଥି ଆସିଛନ୍ତି । ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଲା ଆଉ ଗୋଟିଏ ବାଘୁଣୀ 'ଜୀନତ୍'। ବାଘୁଣୀକୁ ମହାରାଷ୍ଟ୍ରରୁ ଅଣାଯାଇ ଶିମିଳିପାଳରେ ଛଡାଯାଇଛି ।

TIGRESS ZEENAT IN SIMILIPAL (ETV Bharat Odisha)

ଶିମିଳିପାଳ ଆସିଲା 'ଜୀନତ୍':
ମହାରାଷ୍ଟ୍ରରୁ ବାଘୁଣୀ 'ଜୀନତ୍'କୁ ଅଣାଯାଇଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବନ ବିଭାଗ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ରରୁ ବାଘୁଣୀ 'ଜୀନତ୍'କୁ ଆଣିଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଆଉ ଗୋଟିଏ ବାଘୁଣୀ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ିବା ନିମନ୍ତେ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଦଳ କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ଯାଇଥିଲେ । ଏଥି ସହିତ ଆଇନତଃ ପ୍ରକ୍ରିୟା କରି ଆଉ ଗୋଟିଏ ବାଘୁଣୀକୁ ଯନ୍ତା ଗାଡ଼ିରେ ସ୍ଥଳ ପଥ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଛି । ପଶୁ ଡାକ୍ତରୀ ଟିମ, ତାଲିମପ୍ରାପ୍ତ ବନ କର୍ମଚାରୀ ଏବଂ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ ଟିମ ରାସ୍ତାରେ ବାଘର ଯାଞ୍ଚ ପ୍ରକ୍ରିୟା କରିଛନ୍ତି । ଗତକାଲି (ଗୁରୁବାର) ସନ୍ଧ୍ୟା ସମୟରେ ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ପହଞ୍ଚିଥିଲା ।

TIGRESS ZEENAT IN SIMILIPAL
TIGRESS ZEENAT IN SIMILIPAL (ETV Bharat Odisha)

ଏହା ବି ପଢନ୍ତୁ...ଶିମିଳିପାଳରେ ଯମୁନାର ପ୍ରଥମ ଶିକାର, ବାରହାକୁ କଲା ଆହାର

ଏହା ବି ପଢନ୍ତୁ...ଏନକ୍ଲୋଜରରୁ ବାହାରି ଶିମିଳିପାଳର ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା

ବାଘୁଣୀର ସ୍ୱାସ୍ଥ୍ୟ ଯାଞ୍ଚ:

ବାଘୁଣୀର ସ୍ୱାସ୍ଥ୍ୟ ଯାଞ୍ଚ କରି ବାଘୁଣୀ ଜୀନତକୁ ଶିମିଳିପାଳ କୋର ଅଞ୍ଚଳରେ ଥିବା ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଛି । ତେବେ ଗତକାଲି (ଗୁରୁବାର) ଏହି ବାଘୁଣୀଟି ଆସିଥିବାବେଳେ ଆଜି (ଶୁକ୍ରବାର) ସକାଳ ୯ଟା ବେଳେ ଯମୁନାଘାଟି କୋର ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜର ଛଡାଯାଇଛି । ଏହାର ନାମ ଜିନତ (ଟି-୧୬୩ ଏସ୧ ଏଫ) ରଖାଯାଇଥିବାବେଳେ ବୟସ ୩ ବର୍ଷ ଅଟେ । ସଫ୍ଟ ଏନକ୍ଲୋଜରରେ ବାଘୁଣୀ ସୁସ୍ଥ ଭାବେ ଚଳ ପ୍ରଚଳ କରୁଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।

ପୂର୍ବରୁ ଶିମିଳିପାଳ ଆସିଥିଲା ଯମୁନା:

ଏଠାରେ ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତା ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରି ୨ ବର୍ଷ ୭ ମାସ ବୟସର ବାଘୁଣୀ ଯମୁନାକୁ ଶିମିଳିପାଳ ଅଣାଯାଇଥିଲା । ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ବାଘୁଣୀ ଯମୁନାକୁ ଛଡା ଯାଇଥିଲା । ପର ଏନକ୍ଲୋଜର ମଧ୍ୟରେ ଛଡ଼ା ଯାଇଥିବା ବାରହାକୁ ଶିକାର କରିଥିଲା ଯମୁନା ।

ଏହା ମଧ୍ୟ ପଢ଼ନ୍ତୁ...ଯମୁନାର ନୂଆ ଠିକଣା ଶିମିଳିପାଳ, ଏନକ୍ଲୋଜରରେ ବାଘୁଣୀକୁ ଛଡାଗଲା

ଏହା ମଧ୍ୟ ପଢ଼ନ୍ତୁ...ଆକର୍ଷିତ କରୁଛି ଶିମିଳିପାଳ: କେଉଁଠୁ ଓ କେମିତି ପହଞ୍ଚିବେ, ପର୍ଯ୍ୟଟକଙ୍କ ପାଇଁ ଏଥର କ’ଣ ନୂଆ ?

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Nov 15, 2024, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.