ETV Bharat / state

ହୀରାକୁଦ ପରେ ମୈତ୍ରୀ ବିହାରରେ ଡାଇରିଆ ଆତଙ୍କ, ପ୍ରଭାବିତ ଅଞ୍ଚଳକୁ ମେଡିକାଲ ଟିମ ପଠାଇଲା ସ୍ୱାସ୍ଥ୍ୟ ବିଭାଗ - DIARRHOEA SPREADS IN Sambalpur

author img

By ETV Bharat Odisha Team

Published : Apr 2, 2024, 10:31 PM IST

Diarrhoea Spreads In Sambalpur Maitree Vihar: ହୀରାକୁଦ ପରେ ଏବେ ସମ୍ବଲପୁର ମୈତ୍ରୀ ବିହାରରେ ଡାଇରିଆ ବ୍ୟାପିବାରେ ଲାଗିଛି । ଅଧିକ ପଢ଼ନ୍ତୁ

ହୀରାକୁଦ ପରେ ମୈତ୍ରୀ ବିହାରରେ ଡାଇରିଆ ଆତଙ୍କ
ହୀରାକୁଦ ପରେ ମୈତ୍ରୀ ବିହାରରେ ଡାଇରିଆ ଆତଙ୍କ
ହୀରାକୁଦ ପରେ ମୈତ୍ରୀ ବିହାରରେ ଡାଇରିଆ ଆତଙ୍କ

ସମ୍ବଲପୁର: କାୟା ବିସ୍ତାର କରୁଛି ଡାଇରିଆ । ହୀରାକୁଦ ପରେ ଏବେ ସମ୍ବଲପୁରରେ ଡାଇରିଆ ସଂକ୍ରମଣର ଭୟ ସୃଷ୍ଟି ହୋଇଛି । ଗତ କିଛିଦିନ ତଳେ ହୀରାକୁଦ ସହରର କେତେକ ଅଞ୍ଚଳରେ ପ୍ରାୟ 100ରୁ ଉର୍ଦ୍ଧ୍ବ ଲୋକ ଡାଇରିଆ ସଂକ୍ରମଣର ଶିକାର ହୋଇଥିଲେ । ଏନେଇ ରାଜ୍ୟ ମେଡିକାଲ ଟିମ ହୀରାକୁଦ ଆସି ସ୍ଥିତି ସମୀକ୍ଷା କରି ଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଫଳରେ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ହୋଇଛି । କିନ୍ତୁ ହୀରାକୁଦ ପରେ ଏବେ ସମ୍ବଲପୁରର ମୈତ୍ରୀ ବିହାର ଓ ଚେରୁଆପଡା ଅଞ୍ଚଳରେ କିଛି ଲୋକ ଡାଇରିଆ ସଂକ୍ରମିତ ହୋଇଥିବା ବେଳେ ଏଥିରେ ଅଧିକ ଲୋକ ସଂକ୍ରମଣ ହେବାର ଆଶଙ୍କା ଦେଖାଯାଇଛି ।

ତେବେ ହୀରାକୁଦ ପରେ ଏବେ ସମ୍ବଲପୁର ସହରର ମୈତ୍ରୀ ବିହାର ଓ ଚେରୁଆପଡା ଅଞ୍ଚଳରେ ଡାଇରିଆ ବ୍ୟାପିବାର ଆଶଙ୍କା ଦେଖାଯାଇଛି । ଗତ କିଛି ଦିନ ହେଲା ଏହି ଅଞ୍ଚଳରେ କେତେକ ପରିବାରର ଅଧିକାଂଶ ସଦସ୍ୟ ଝାଡା ବାନ୍ତିରେ ଆକ୍ରାନ୍ତ ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି । ଦୂଷିତ ପାନୀୟ ଜଳ ଯୋଗୁଁ ଏମିତି ହୋଇଥାଇ ପାରେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏଭଳି ସ୍ଥିତିରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୈତ୍ରୀ ବିହାର ଅଞ୍ଚଳକୁ ଏକ ମେଡିକାଲ ଟିମ ପଠାଯାଇଛି । ଏହି ଟିମ ଘରକୁ ଘର ଯାଇ ଲୋକଙ୍କୁ ଡାଇରିଆ ନେଇ ସଚେତନତା କରିଛନ୍ତି । ସଫା ସୁତୁରା ରହିବା ସହ ପାଣିକୁ ଫୁଟାଇ ପିଇବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଦୂଷିତ ପାନୀୟ ଜଳ ସେବନ ଅଥବା ଅପରିଷ୍କାର ପରିବେଶରେ ତିଆରି ହେଉଥିବା ଖାଦ୍ୟ ଖାଇ ଏଭଳି ହୋଇଥାଇ ପାରେ ବୋଲି ଆଶଙ୍କା କରିଛି ମେଡିକାଲ ଟିମ ।

ଏହା ମଧ୍ୟ ପଢ଼ନ୍ତୁ...ହୀରାକୁଦରେ ଡାଇରିଆ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଡାକ୍ତରୀ ଟିମ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର - DIARRHOEA SPREADS IN HIRAKUD

ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସିଡିଏମ ଆଣ୍ଡ ପିଏଚଓ ସୁଜାତା ରାଣୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, "ସମ୍ବଲପୁରରେ ହୀରାକୁଦ ଭଳିଆ ସ୍ଥିତି ଉପୁଜିନାହିଁ । ପ୍ରଭାବିତ ଅଞ୍ଚଳକୁ ମେଡିକାଲ ଟିମ ପଠାଯାଇଛି ଓ ସଚେତନତା କରାଯାଉଛି । ଯେଉଁ ଲୋକମାନେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ସେମାନେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି । ଗତ ଗୋଟିଏ ମାସ ଭିତରେ 34 ଜଣ ଏଭଳି ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏହା ସ୍ୱାଭାବିକ କଥା, ତେଣୁ ଏହା ଯୋଗୁଁ ଭୟଭୀତ ହେବାର କୌଣସି କାରଣ ନାହିଁ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.